ରେଡକ୍ରସ୍ ପକ୍ଷରୁ ତିନି ଦିବସୀୟ ଯୁବ ରେଡକ୍ରସ୍ କାଉନସେଲର ମାନଙ୍କ ରିଫ୍ରେସର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ

redcross2ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଯୁବ ରେଡ଼କ୍ରସ୍ ବିଭାଗ ପକ୍ଷରୁ ସ୍ଥାନୀୟ ରେଡ଼କ୍ରସ୍ ଭବନ, ଭୁବନେଶ୍ୱର ଠାରେ ଏକ ତିନି ଦିବସୀୟ ଯୁବ ରେଡକ୍ରସ୍ ପରାମର୍ଶ ଦାତା ମାନଙ୍କ ପୁନଃ (ରିଫ୍ରେସର) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ଯୁବ ରେଡକ୍ରସ୍ର ମୁଖ୍ୟ କାର୍ଯ୍ୟକ୍ରମ ଗୁଡିକୁ ବଳବତ୍ତର ଓ କାର୍ଯ୍ୟକ୍ଷମ କରିବା ଯାହା ଫଳରେ ତାଲିମପ୍ରାପ୍ତ ଯୁବ ରେଡ଼କ୍ରସ କାଉନସେଲର ମାନେ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାନଙ୍କୁ ଉପଯୁକ୍ତ ଦିଗଦର୍ଶନ ଦେବା ସହିତ ସେମାନଙ୍କର ସାମାଜିକ କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ଦିଗରେ ସହାୟକ ହୋଇପାରିବେ ।
ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟ ର ୨୨ଟି ଜିଲ୍ଲାରୁ ୬୪ଜଣ ଯୁବ ରେଡକ୍ରସ୍ ପରାମର୍ଶଦାତା ଅଂଶଗ୍ରହଣ କରିଛନ୍ତି ।
ଏହି ତିନି ଦିନର ତାଲିମ କାର୍ଯ୍ୟକ୍ରମରେ ରେଡ଼କ୍ରସ୍ର ଇତିହାସ, ମୌଳିକ ନୀତି, ରେଡ଼କ୍ରସ୍ର ଚିହ୍ନ ଏବଂ ଏହାର ବ୍ୟବହାର, ବ୍ୟକ୍ତିତ୍ୱର ବିକାଶ ଏଡ଼ସ୍ ସଚେତନତା ଓ ରେଡ ରିବନ କ୍ଳବର କାର୍ଯ୍ୟକ୍ରମ, ସ୍ୱେଚ୍ଛାକୃତ ରକ୍ତଦାନ, ସଡକ ସୁରକ୍ଷାରେ ଯୁବ ରେଡ଼କ୍ରସ୍ର ଭୁମିକା, ଜଳ ପରିମଳ ଓ ସ୍ୱାସ୍ଥ୍ୟ, ବିପର୍ଯୟ ଜନିତ କ୍ଷୟକ୍ଷତି ହ୍ରାସ କରିବା, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷାରେ ରେ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ର ଭୁମିକା ଇତ୍ୟାଦି ବିଷୟରେ ଯୁବ ରେଡକ୍ରସ୍ ପରାମର୍ଶଦାତାଙ୍କୁ ପ୍ରଶିକ୍ଷିତ କରାଯିବ ।
ଉକ୍ତ ପ୍ରଶିକ୍ଷଣ ଶିବିରର ଉଦ୍ଘାଟନୀ ଉସôବରେ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଡଃ ଅଜୟ କୁମାର ନାୟକ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡକ୍ରସ୍ କାର୍ଯ୍ୟକ୍ରମକୁ କର୍ତ୍ତବ୍ୟ ନଭାବି ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିବାକୁ, ଅଂଶଗ୍ରହଣ କରିଥିବା ସମସ୍ତ କାଉନସେଲର ମାନଙ୍କୁ ଆହ୍ୱାନ କରିଥିଲେ । ସେବା ମନୋଭାବ ପୋଷଣନେଇ ଯେକୌଣସି କାର୍ଯ୍ୟ ଅନାୟସରେ ସାଧନ କରିହେବ ଓ ଉସôର୍ଗୀକୃତ ସେବା ସମସ୍ତଙ୍କ ଜୀବନର ବ୍ରତହେବା ଉଚିତ୍ ବୋଲିକହି ବ୍ୟାପକକରିବା ପାଇଁ ଗୁରୁତ୍ୱାରୋପ କରିଥିଲେ ।
ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡଃ ଚକ୍ରଧର ପଣ୍ଡା ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ତାଙ୍କର ଉସôାହ ଜନକ ଭାଷଣରେ ପ୍ରାକୃତିକ ବିପର୍ଯ୍ୟୟର କାରଣ ଓ ନିରାକରଣ ସଂପର୍କରେ ଯୁବ ରେଡକ୍ରସ୍ର ପ୍ରମୁଖ ଭୁମିକା ରହିଥିବା କଥା ଦର୍ଶାଇଥିଲେ । ଏଭଳି ଏକ ସ୍ୱେଚ୍ଛାକୃତ କାର୍ଯ୍ୟରେ ନିଜକୁ ସାମିଲ୍ କରିଥିବାରୁ ପ୍ରତ୍ୟେକ ଯୁବ ରେଡକ୍ରସ୍ ପରାମର୍ଶଦାତାଙ୍କୁ ସେ ଅଶେଷ ଧନ୍ୟବାଦ ଜଣାଇଥିଲେ ।
ଯୁବ ରେଡ଼କ୍ରସ୍ ଅଧିକାରୀ ମେଜର ଡ଼ଃ କଳ୍ପନା ଦାସ୍ ଏହି ତାଲିମର ଲକ୍ଷ୍ୟ, ଉଦେ୍ଦଶ୍ୟ, ବ୍ୟାପକତା ଓ ସଦୃରପ୍ରସାରୀ ଦୃଷ୍ଟିଭଙ୍ଗୀ ଉପରେ ବୁଝାଇଥିଲେ ।
ସମ୍ମାନିତ ଅତିଥି ଭାବେ ଶୀ୍ରଯୁକ୍ତ ଦିଲ୍ଲୀପ ରାଉତରାଏ, ବ୍ୟକ୍ତିତ୍ୱର ବିକାଶ ଓ ଜୀବନର ଦୃଷ୍ଟିଭଙ୍ଗୀ ସେବାକ୍ଷେତ୍ରକୁ କିପରି ପ୍ରଭାବିତ କରିଥାଏ ତାହା ଉଦାହରଣ ଛଳରେ କହିଥିଲେ ।
ଶ୍ରୀ ଲୋକନାଥ ମହାନ୍ତି, ୟୁବ ରେଡ଼କ୍ରସ୍ ପରାମର୍ଶଦାତା ସମସ୍ତ ଅତିଥି ଏବଂ ଶିବିରାର୍ଥୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶୀ୍ର ଲିଙ୍ଗରାଜ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।

Share in top social networks!