ଇଣ୍ଡିଆନ ଅଏଲ ପକ୍ଷରୁ ଆୟୋଜିତ ସୂଚନାତ୍ମକ ପ୍ରଦର୍ଶନୀର ଦ୍ୱାଦଶ ଦିବସରେ

prizeଇଣ୍ଡିଆନ ଅଏଲ ପକ୍ଷରୁ ଆୟୋଜିତ ସୂଚନାତ୍ମକ ପ୍ରଦର୍ଶନୀର ଦ୍ୱାଦଶ ଦିବସରେ ଭୁବନେଶ୍ୱରସ୍ଥିତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ପ୍ରାୟ ୭୦ ରୁ ଅଧିକ ଦକ୍ଷ ତଥା ସୃଜନଶକ୍ତି ସମ୍ପନ୍ନ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ, କୁଇଜ୍ ଆଦି ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ । କୁଇଜ୍ ପ୍ରତିଯୋଗୀତାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଟ୍ରାଇଡେଣ୍ଟ କଲେଜ୍ର କୁମାରୀ କାଜଲ ସାହୁ, କୁମାରୀ ସୁଲେଖା ସୁଚରିତା ଏବଂ ଲିଗମ ପ୍ରସାଦ ଜେନା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଚିତ୍ରାଙ୍କନ ପ୍ରତିଯୋଗିତାରେ ୯ ନମ୍ବର ବାଳିକା ଉଚ୍ଚ ବିଦ୍ୟାଳୟର ସସ୍ମିତା ପ୍ରଧାନ(ନବମ), ଲୋପିତା ବେହେରା(ନବମ), ପ୍ରିୟଙ୍କା ସାହୁ(ଅଷ୍ଟମ) ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ସମସ୍ତ ପ୍ରତିଯାଗୀମାନେ ଭାରତୀୟ ତୈଳ ଓ ଗ୍ୟାସ ଏବଂ ଇଣ୍ଡିଆନ ଅଏଲର ୧୧ତମ ରିଫାଇନରୀ ପାରାଦିପ ରିଫାଇନରୀ ସଂପର୍କରେ ମଧ୍ୟ ଜ୍ଞାନ ଆହରଣ କରିଥିଲେ । ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଇଣ୍ଡିଆନ ଅଏଲ ରାଜ୍ୟ ଶାଖାର ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ ।

Share in top social networks!