ଆଦିବାସୀ ଅଞ୍ଚଳକୁ ବିଦେଶୀ ପର୍ଯ୍ୟଟକଙ୍କ ଗସ୍ତ କଟକଣା କୋହଳ ହେଲା

odishaaatribalଆଦିବାସୀ ଅଞ୍ଚଳକୁ ବିଦେଶୀ ପର୍ଯ୍ୟଟକମାନଙ୍କ ଗସ୍ତ ଉପରେ ଥ#ବା କଟକଣାକୁ ରାଜ୍ୟ ସରକାର କୋହଳ କରିଛନ୍ତିା ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କ୍ରମେ ଏପରି ନିଷ୍ପତ୍ତି ନିଆଯାଇଛିା
ରାଜ୍ୟରେ ନିର୍ଦ୍ଧାରିତ ସ୍ପର୍ଶକାତର ଜନଜାତି ଗୋଷ୍ଠୀର ବସତି ରହିଥ#ବା ଇଲାକାଗୁଡିକୁ ବିଦେଶୀ ପର୍ଯ୍ୟଟକ ଓ ଗବେଷକମାନେ ଯିବା ନିମନ୍ତେ ରହିଥ#ବା ନିର୍ଦ୍ଦେଶାବଳୀର ତର୍ଜମା କରାଯାଇ କୁହାଯାଇଛି ଯେ ଗସ୍ତ ସମୟରେ ସ୍ଥାନୀୟ ଜନଜାତି ଅଧ#ବାସୀମାନଙ୍କ ପରମ୍ପରା ଓ ସଂସ୍କୃତିକୁ ସମ୍ମାନ ଦେବାକୁ ହେବା
ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଗସ୍ତ କରିବା ପୂର୍ବରୁ ସଂପୃକ୍ତ ଜିଲ୍ଲାର ଏସ୍.ପିଙ୍କୁ ଅବଗତ କରାଇବାକୁ ହେବ ଓ ସେ ବାବଦରେ ଜିଲ୍ଲା ପର୍ଯ୍ୟଟନ ଅଧ#କାରୀ ସମନ୍ୱୟ ରକ୍ଷା କରିବୋ ପର୍ଯ୍ୟଟକ ଅଥବା ତାଙ୍କର ଟ୍ରାଭେଲ ଏଜେଣ୍ଟ କିମ୍ବା ଟୁର ଅପରେଟର ସମସ୍ତ ଗସ୍ତ କାର୍ଯ୍ୟକ୍ରମ
ଜଣାଇବୋ ଗସ୍ତ ସମୟରେ ଟୁରିଷ୍ଟ ଗାଇଡ୍ମାନଙ୍କ ସହାୟତା ଅପରିହାର୍ଯ୍ୟା ଏହି ସ୍ୱୀକୃତ ଗାଇଡ୍ମାନେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ପଛୁଆବର୍ଗ କଲ୍ୟାଣ ବିଭାଗ ଦ୍ୱାରା ନିୟୋଜିତ ହେବେ ଏବଂ ସେମାନଙ୍କୁ ପର୍ଯ୍ୟଟନ ବିଭାଗ ଆବଶ୍ୟକୀୟ ତାଲିମ ପ୍ରଦାନ କରିବୋ ସଂପୃକ୍ତ ଜନଜାତି ଗୋଷ୍ଠୀଙ୍କ ପରାମର୍ଶ କ୍ରମେ ପର୍ଯ୍ୟଟକ ବା ଗବେଷକମାନେ ଫଟୋ ଉତ୍ତୋଳନ କରିପାରିବୋ
ଜନଜାତି ଇଲାକା ପରିଦର୍ଶନ ତଥା ପର୍ଯ୍ୟଟନ ପାଇଁ ପୂର୍ବରୁ ହୋଇଥ#ବା କଟକଣାକୁ କୋହଳ କରାଯିବା ଫଳରେ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛିା

Share in top social networks!