ନୂଆ ଦିଲ୍ଲୀରେ ଦ୍ବିତୀୟ ଆନ୍ତର୍ଯାତୀୟ ଓଡିଆ ଭାଷା ସମ୍ମିଳନୀ ଫେବୃଆରୀ ୨୦ରେ୤

jualoramଦିଲ୍ଲୀସ୍ଥିତ ପ୍ରବାସୀ ବୁଦ୍ଧିଜୀବୀ ଓଡିଆ ସଂଗଠନ “ଦି ଇଣ୍ଟେଲେକ୍ଟସ୍‌” ଆନୁକୂଲ୍ୟରେ ଆସନ୍ତା ଫେବୃଆରୀ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଦ୍ବିତୀୟ ଓଡିଆ ଭାଷା ସମ୍ମିଳନୀ୤ ଏହାର ଲୋଗୋ ଗତକାଲି କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ୍‌ ଓରାମ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି୤ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଘୋଷଣା ଦିବସ ଓ ବିଶ୍ବମାତୃଭାଷା ଦିବସ ପାଳନ ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି୤ ରାଷ୍ଟ୍ରୀୟ ରାଜଧାନୀରେ ଓଡିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟରତ ଏହି ସାଂସ୍କୃତିକ ସଂଗଠନ ଗତ ବର୍ଷ ଭଳି ଓଡିଆ ଭାଷାର ବିଶିଷ୍ଠ ସାହିତ୍ୟକ, ଗବେଷକ, ସମାଲୋଚକ, ଭାଷାତତ୍ତ୍ବବିତ୍‌ ଓ ବିଶିଷ୍ଠ ନାଗରିକ ମାନଙ୍କୁ ଓଡିଶାରୁ ଓ ଓଡିଶା ବାହାରୁ ନିମନ୍ତ୍ରଣ କରାଯାଉଛି୤ ସେମାନଙ୍କ ମଧ୍ୟରେ ଡଃ ଜଗନ୍ନାଥ ପ୍ରସାଦ ଦାଶ, ଡଃ ବିଭୁତି ପଟ୍ଟନାୟକ, ଡଃ ପ୍ରଶନ୍ନ ପାଟ୍ଟସାହାଣୀ, ଡଃ ଅମରେନ୍ଦ୍ର ଖଟୁଆ, ଡଃ ଗୌରହରି ଦାଶ, ଡଃ ଦେବଦାସ ଛୋଟରାୟ, ଡଃ ନଟବର ଶତପଥି, ଡଃ ବସନ୍ତ ପଣ୍ଡା, ଡଃ ଯଶୋଧାରା ମିଶ୍ର, ଶ୍ରୀଯୁକ୍ତ ଶଙ୍କର ପରିଡା, ସାଂସଦ ବୈର୍ଷ୍ଣବ ପରିଡା, ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ, ଗଜାନନ ମିଶ୍ର, କୁକୁ ଦାଶ ତଥା ଅନେକ ସାହିତ୍ୟକ ଓ ଭାଷାବିତ୍‌ ଯୋଗଦେବେ ବୋଲି ସଂଗଠନର ଅଧ୍ୟକ୍ଷ ତଥା ସମ୍ମିଳନୀର ଆବାହକ ଶ୍ରୀ ଦେବେନ୍ଦ୍ର ରାଉତ ପ୍ରକାଶ କରିଛନ୍ତି୤ ଭାଷା ଓ ସାହିତ୍ୟ ପାଇଁ ବିଶିଷ୍ଠ ବ୍ୟକ୍ତିତ୍ବଙ୍କୁ ଏହି ସମ୍ମିଳନୀରେ ସମ୍ମାନୀତ କରାଯିବ୤ ଆସନ୍ତା ୬ ତାରିଖ ଶନିବାର ଦିନ ସମ୍ମାନ ଚୟନ ସମିତି ତରଫରୁ ଦିଲ୍ଲୀ ଓଡିଆ ଭାଷା ସମ୍ମାନ ଘୋଷଣା କରାଯିବ୤
ଇତ୍ୟ ଅବସରରେ ଓଡିଆ ଭାଷାର ବିଭିନ୍ନ ସମସ୍ୟା ଓ ତାର ସମାଧାନର ଦିଗ ବିଷୟରେ ଆଲୋଚନା କରାଯିବ୤ ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ ସମ୍ପାଦନା କରିବା ପାଇଁ ବହୁ ବିଶିଷ୍ଠ ଓଡିଆ ବ୍ୟକ୍ତିତ୍ବଙ୍କୁ ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା କମିଟି ଗଠନ କରାଯାଇଛି, ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଏ ଭି ସ୍ବାମୀ, ଭଗବାନ ପ୍ରକାଶ, ଅନିତା ପଣ୍ଡା, ରୋଜାଲିନ୍‌ ପାଟ୍ଟସାହାଣୀ, ରାମଚନ୍ଦ୍ର ଖୁଣ୍ଟିଆ, ରବି ପାଣି, ପ୍ରସନ୍ନ ଦାଶ, ସତ୍ୟନାରାୟଣ ସାହୁ, କିଶୋର ଦ୍ବିବେଦୀ, ବିରଜା ମହାପାତ୍ର, କାମଦେବ ବିଶ୍ବାଳ, ଅରୁଣ କୁମାର ରଥ, ତୁଷାର କାନ୍ତ ସାହୁ, ଦେବିପ୍ରସାଦ ଦାସ ତଥା ଅନେକବୁଦ୍ଧିଜୀବୀ ଓଡିଆ ଏହି କମିଟିର ସଦସ୍ୟ ଅଛନ୍ତି୤
ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ଦିଲ୍ଲୀସ୍ଥିତ ଅନ୍ୟ ସମସ୍ତ ଓଡିଆ ସଂଗଠନକୁ ନିମନ୍ତ୍ରଣ କରାଯାଇଛି ବୋଲି ସମ୍ମିଳନୀର ସଂଯୋଜକ ଶ୍ରୀ ସଂଗ୍ରାମ ଧର ପ୍ରକାଶ କରିଛନ୍ତି୤ ଏହି କାର୍ଯ୍ୟକ୍ରମକୁ ପରିଚାଳନାର ଦାୟିତ୍ବ ବହନ କରିଛନ୍ତି ସଂଗଠନର କର୍ମକର୍ତ୍ତା ଶ୍ରୀ ଦେବରାଜ ମହାନ୍ତି, ଭକ୍ତବନ୍ଧୁ ନାୟକ, ପରମବ୍ରହ୍ମ ତ୍ରୀପାଠୀ, ସହସ୍ରାଂସୁ ମହାପାତ୍ର, ସତ୍ୟବ୍ରତ ସାମଲ, ଅନିରୁଦ୍ଧ ନାୟକ, ସଞ୍ଜୟ ପରିଡା, ଅକ୍ଷୟ ବିଶ୍ବାଳ ଓ ଅନ୍ୟମାନେ୤

Share in top social networks!