ନାଲ୍‌କୋକୁ ଟ୍ୟାପରିଂ ଲିଙ୍କେଜ୍‌ କୋଇଲା ଯୋଗାଣ ପୁନଃ ଆରମ୍ଭ

nalcoprଭାରତ ସରକାରଙ୍କ କୋଇଲା ମନ୍ତ୍ରାଳୟ ପକ୍ଷରୁ ଅନଗୁଳ ସ୍ଥିତ ନାଲ୍‌କୋର ନିଜସ୍ୱ ବିଦୁ୍ୟତ ଉତ୍ପାଦନ କେନ୍ଦ୍ର (ସିପିପି)ର ଦୁଇଟି ୟୁନିଟ୍‌କୁ ମହାନଦୀ କୋଲ୍‌ଫିଲ୍ଡ୍‌ସରୁ କ୍ରମହ୍ରାସମାନ (ଟ୍ୟାପରିଂ) ଲିଙ୍କେଜ୍‌ କୋଇଲା ଯୋଗାଣ ପୁଣି ଥରେ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଗତ କାଲି ଭୁବନେଶ୍ୱର ଠାରେ ନାଲ୍‌କୋ ଏମ୍ପ୍ଲୟିଜ୍‌ ଫୋରମ୍‌ (ଏନ୍‌ଇଏଫ୍‌) ର ଦ୍ୱାଦଶ ବାର୍ଷିକ ଉସôବରେ ଯୋଗ ଦେଇ କମ୍ପାନୀର ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ ଏହି ସୂଚନା ଦେଇଥିଲେ । ଏ ସମ୍ପର୍କରେ ନାଲ୍‌କୋ ସପକ୍ଷରେ କେନ୍ଦ୍ର କୋଇଲା ମନ୍ତ୍ରାଳୟ ନିକଟରେ ଦୃଢ ସୁପାରିଶ କରିଥିବାରୁ ଶ୍ରୀ ଚାନ୍ଦ କେନ୍ଦ୍ର ଖଣି ମନ୍ତାଳୟକୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଗତ କାଲି ଏନ୍‌ଇଏଫ୍‌କୁ କମ୍ପାନୀର ନିଗମ କାର୍ଯ୍ୟାଳୟର ସ୍ୱୀକୃତିପ୍ରାପ୍ତ ୟୁନିଅନ୍‌ର ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ, କୋଇଲା ମନ୍ତ୍ରାଳୟର ଉପରୋକ୍ତ ନିଷ୍ପତ୍ତି ସମ୍ପର୍କରେ ବିଶଦ ବିବରଣୀ ଦେଇ ଶ୍ରୀ ଚାନ୍ଦ କହିଲେ ଯେ ମହାନଦୀ କୋଲ୍‌ଫିଲ୍ଡ୍‌ସ ସହ ହୋଇଥିବା ଜାଳେଣି ଯୋଗାଣ ରାଜିନାମା (ୠଙ୍କରକ୍ଷ ଝଙ୍କକ୍ଟ୍ରକ୍ଟ୍ରକ୍ଷଚ୍ଚ ଇଶକ୍ସରରଜ୍ଞରଦ୍ଭଗ୍ଧ) ଆଧାରରେ ନାଲ୍‌କୋ ଏହାର ୧୨୦୦ ମେଗାୱାଟ୍‌ କ୍ଷମତାବିଶିଷ୍ଟ ସିପିପିର ୧୦ଟି ୟୁନିଟ୍‌ ମଧ୍ୟରୁ କେବଳ ୮ ୟୁନିଟ୍‌କୁ ବାର୍ଷିକ ୪୭.୧୬ ଲକ୍ଷ ଟନ୍‌ କୋଇଲା ଯୋଗାଣ ସୁନିଶ୍ଚିତ କରିପାରିଛି । ୟୁନିଟ୍‌ ୯ ଓ ୧୦ ପାଇଁ ପୂର୍ବରୁ ନାଲ୍‌କୋକୁ ପ୍ରଦତ୍ତ ଉକôଳ ଇ କୋଇଲା ବ୍ଲକ୍‌ରୁ ଟ୍ୟାପରିଂ ଲିଙ୍କେଜ୍‌ ମାଧ୍ୟମରେ ୧୦.୯୩ ଲକ୍ଷ ଟନ୍‌ କୋଇଲା ଯୋଗାଣ ହେଉଥିଲା । ମାତ୍ର, ୨୦୧୧ ମସିହା ଠାରୁ ଏହି ଯୋଗାଣ ବନ୍ଦ ହୋଇଯାଇଥିଲା । ନିକଟରେ, କେନ୍ଦ୍ର ସରକରାଙ୍କ ପକ୍ଷରୁ ନାଲ୍‌କୋକୁ ଉଭୟ ଉକôଳ ଡି ଓ ଇ କୋଇଲା ବ୍ଲକ୍‌ ପ୍ରଦାନ କରାଯାଇଛି । ଏହି ଦୁଇଟି କୋଇଲା ବ୍ଲକ୍‌ରେ ପ୍ରାୟ ୨୦୦ ନିୟୁତ ଟନ୍‌ କୋଇଲା ମହଜୁଦ ରହିଛି । କିନ୍ତୁ, ସେଥରୁ କୋଇଲା ଖନନ କରିବା ପାଇଁ ଅତି କମ୍‌ରେ ଦୁଇ ବର୍ଷ ସମୟ ଲାଗିବ । ଏହି ଅବଧି ମଧ୍ୟରେ ନାଲ୍‌କୋକୁ କ୍ରମହ୍ରାସମାନ ଲିଙ୍କେଜ୍‌ କୋଇଲା ଯୋଗାଣ କରିବାକୁ କୋଇଲା ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ଏହା ଦ୍ୱାରା ନାଲ୍‌କୋର ସ୍ମେଲ୍ଟର୍‌କୁ ଅଧିକ ପରିମାଣରେ ବିଦୁ୍ୟତ ଯୋଗାଣ ହୋଇପାରିବ, ଯଦ୍ୱାରା କି ଅଧିକ ସଂଖ୍ୟକ ପଟକÿୁ ଆଲୁମିନିୟମ୍‌ ଉତ୍ପାଦନରେ ନିୟୋଜିତ କରାଯାଇପାରିବ ।
ଏହି ଅବସରରେ, କମ୍ପାନୀର ଅଭିବୃଦ୍ଧିରେ ଏନ୍‌ଇଏଫ୍‌ ସମେତ ନାଲ୍‌କୋର ଶ୍ରମିକ ସଂଘଗୁଡ଼ିକର ଭୂମିକାର ଭୂୟସୀ ପ୍ରଶଂସା କରି ଶ୍ରୀ ଚାନ୍ଦ କହିଲେ ଯେ ନାଲ୍‌କୋ, ଉତ୍ପାଦନ ଓ ଉତ୍ପାଦକତା, ବ୍ୟବସାୟିକ ଅଭିବୃଦ୍ଧି ଓ ସାମାଜିକ ଅଙ୍ଗୀକାରବଦ୍ଧତା ମାଧ୍ୟମରେ ଔଦ୍ୟୋଗିକ ଉକôର୍ଷ ହାସଲ ନିମନ୍ତେ ଚେଷ୍ଟା ଜାରୀ ରଖିଛି । ଉଭୟ ଶ୍ରମିକ ସଂଘ ଓ ମ୍ୟାନେଜ୍‌ମେଣ୍ଟ୍‌ର ମିଳିତ ଶକ୍ତି, କମ୍ପାନୀକୁ ଆନ୍ତର୍ଜାତୀୟ ବଜାରର ମାନ୍ଦାବସ୍ଥା ସତ୍ତ୍ୱେ ସଫଳତାର ସହ ଆଗକୁ ବଢିବାରେ ସକ୍ଷମ କରିଛି ବୋଲି ଶ୍ରୀ ଚାନ୍ଦ ମତବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ, ନିଦେ୍ର୍ଦଶକ (ମାନବସମ୍ବଳ) ଶ୍ରୀ ଏସ୍‌.ସି. ପାଢୀ, ନାଲ୍‌କୋ ମହିଳା ସମିତିର ଅଧ୍ୟକ୍ଷା ଶ୍ରୀମତୀ ପ୍ରୀତି ରାୟ ଏବଂ ମହାପ୍ରବନ୍ଧକ (ମାନବସମ୍ବଳ ଓ ପ୍ରଶାସନ) ଶ୍ରୀ ଅମୀୟ ପଟ୍ଟନାୟକ ମଧ୍ୟ ଏନ୍‌ଇଏଫ୍‌ର ଭୂମିକାର ପ୍ରଶଂସା କରିଥିଲେ । ସଭାର ପ୍ରାରମ୍ଭରେ ଏନ୍‌ଇଏଫ୍‌ର ସାଧାରଣ ସମ୍ପାଦକ ଶ୍ରୀ ପି.କେ. ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ୟୁନିଅନ୍‌ର ସଭାପତି ଶ୍ରୀ ଏମ୍‌.ଏମ୍‌. ଧଳ, କମ୍ପାନୀର ବିକାଶରେ ନାଲ୍‌କୋର ଶ୍ରମିକ ସଂଘ ତଥା ଏନ୍‌ଇଏଫ୍‌ର ଭୂମିକା ସମ୍ପର୍କରେ ଉଲ୍ଲେଖ କରିଥିଲେ ।

Share in top social networks!