ରାଜ୍ୟରେ ବାଘ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ସରକାର ଏବଂ ଅଧିକାରୀ ଦାୟୀ : ସଜ୍ଜନ ଶର୍ମା

umajiନବରଙ୍ଗପୁର ବନ ବିଭାଗ ଦ୍ୱାରା ୬ଟି ବାଘ ଚମଡା ଜବତ ହେବା ଘଟଣାରେ ରାଜ୍ୟ ବିଜେପି ଘୋର ଉଦ୍ବେଗ ପ୍ରକାଶ କରିଛି । ଏ ସଂଦର୍ଭରେ ବିଜେପିର ରାଜ୍ୟ କାର୍ଯ୍ୟାଳୟରୁ ପ୍ରକାଶିତ ଏକ ପ୍ରେସ୍ ବିବôୃତିରେ ଦଳୀୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା କହିଛନ୍ତି ଯେ ଏକ ସଙ୍ଗେ ୬ଟି ବାଘ ଚମଡା ମିଳିବା ଓଡିଶାରେ ବନ ବିଭାଗ କାର୍ଯ୍ୟ ଦକ୍ଷତା ଉପରେ ଏକ ବିରାଟ ପ୍ରଶ୍ନଚିହ୍ନ ଲଗାାଇଛି ।

ଏହି ବାଘମାନଙ୍କୁ କିଏ କେବେ କେଉଁଠାରୁ ମାରିଥିଲା ତାହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ । ସରକାରୀ ସ୍ତରରେ ହେଉଥିବା ବାଘ ଗଣନାରେ ଏମାନେ ଗଣା ହୋଇଥିଲେ କି ନାହିଁ । ଏସବୁ ନବରଙ୍ଗପୁର ବନ ବିଭାଗର ନା ଅନ୍ୟ କେଉଁଠାରୁ ମରାଯାଇ ଏଠାକୁ ଅଣା ଯାଇଥିଲା ତାହା ସ୍ପଷ୍ଟ ହେବା ଆବଶ୍ୟକ । ରାଜ୍ୟ ସରକାରଙ୍କ ଅପାରଗତା ଓ ଉଦାସୀନତା କାରଣରୁ ଏଠାରୁ ଜଙ୍ଗଲ ସଂପଦର ଦୃତ ଅବକ୍ଷୟ ଘଟିବା ସହିତ ବହୁ ଦୁଲ୍ଲଭ ପ୍ରଜାତିର ଜୀବଜନ୍ତୁ ସଂପୂର୍ଣ୍ଣ ଲୋପ ପାଇଗଲେଣି ବୋଲି ଅଭିଯୋଗ କରି ବିଜେପି ମୁଖପାତ୍ର କହିଛନ୍ତି, ଯେଉଁ ବନ ବିଭାଗରୁ ଏହି ବାଘମାନଙ୍କୁ ମରାଯାଇଛି ସେଠିକାର ଡିଏଫଓଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହିତ ତାଙ୍କୁ ଗିରଫ କରାଯାଉ ବୋଲି ଶ୍ରୀ ଶର୍ମା ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

Share in top social networks!