ବିଜୁ ଜନତା ଦଳର ‘ମାଆକୁ ସମ୍ମାନ’ କେବଳ ଲୋକ ଦେଖାଣିଆ: ବିଜେପି

bjpsurmapadhiରାଜ୍ୟରେ ମହିଳାମାନଙ୍କ ଉପରେ ଅପରାଧିକ କାର୍ଯ୍ୟକଳାପ ଏକ ବିପଜ୍ଜ ଜନକ ସ୍ଥିତିରେ ପହଁଚିଛି । ନିକଟରେ ଜାତୀୟ କ୍ରାଇମ୍ ରିପୋଟର୍୍ ବୁ୍ୟରୋର ତଥ୍ୟ ଅନୁସାରେ ଓଡିଶା ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି ଏବଂ କ୍ରମାଗତ ଭାବେ ମହିଳାମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି । ଅନ୍ୟ ପକ୍ଷରେ ଏଭଳି ଅପରାଧିକ କାର୍ଯ୍ୟରେ ଲିପ୍ତ ଅପରାଧିମାନେ ଦଣ୍ଡିତ ହେଉନଥିବାରୁ ଏହି ରିପୋର୍ଟରେ ଉଦ୍ବେଗ ପ୍ରକାଶ କରାଯାଇଛି ବୋଲି ବରିଷ୍ଠ ବିଜେପି ନେତ୍ରୀ ଶ୍ରୀମତୀ ସୁରମା ପାଢୀ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ନିକଟରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଘଟି ଯାଇଥିବା ମହିଳାମାନଙ୍କ ଉପରେ ଅତ୍ୟାଚାର ଓ ବାଛବିଚାର ଯାହାକି ଓଡିଶାର ବିଭିନ୍ନ ସମ୍ବାଦ ପତ୍ରର ଶିରୋମଣ୍ଡନ କରିଥିଲା ସେ ବିଷୟରେ ବିଜେପି ଗଭୀର ଉଦ୍ବେଗ ପ୍ରକାଶ କରିଛି । ଭାରତ ବର୍ଷର ରେଭେନ୍ସା ଅନ୍ୟତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ପ୍ରସିଦ୍ଧି ଲାଭ କରିଥିବା ବେଳେ ଏବଂ ଏହାର ୩ ଜଣ ବରିଷ୍ଠ ମହିଳା ପ୍ରଫେସର, ପୁରୁଷ ଶିକ୍ଷକମାନଙ୍କ ଦ୍ୱାରା ମହିଳା ଶିକ୍ଷାର୍ଥିମାନଙ୍କ ଉପରେ କୁଳପତିଙ୍କ ସହଯୋଗ କ୍ରମେ କରାଯାଉଥିôବା ନିର୍ଯ୍ୟାତନା ସଂପର୍କରେ ଅଭିଯୋଗ ଆଣିବା ଏବଂ ବିଭିନ୍ନ ସମ୍ବାଦ ପତ୍ରରେ ଏହା ପ୍ରକାଶ ପାଇ ଜନ ସାଧାରଣଙ୍କ ଦ୍ୱାରା ଆଲୋଚିତ ହେବା ଏକ ଗୁରୁତ୍ୱ ପୂର୍ଣ୍ଣ ବିଷୟ । ଏମାନେ କେବଳ ଏହି ମହିଳାମାନଙ୍କ ଉପରେ ଅତ୍ୟାଚାର କରିନାହାଁନ୍ତି, ସେମାନଙ୍କର ଅବୈଧ ସଂପର୍କ ବାହାରେ ପ୍ରକାଶ କଲେ ସେମାନଙ୍କୁ ଜୀବନରେ ମାରି ଦେବାପାଇଁ ଧମକ ମଧ୍ୟ ଦେଇଛନ୍ତି ବୋଲି ଶ୍ରୀମତୀ ପାଢୀ ପ୍ରକାଶ କରିଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟ ଭଳି ମହାନ ଶିକ୍ଷାନୁଷ୍ଠାନ ପରିସରରେ ଏଭଳି ଅପରାଧିକ ଘଟଣା ଘଟିବା ଏବଂ ବିଶ୍ୱ ବିଦ୍ୟାଳୟ କର୍ତୃପକ୍ଷ ମହିଳା ଶିକ୍ଷାଥିôର୍ମାନଙ୍କ ନିରାପତା ବିଷୟରେ କୌଣସି ପଦକ୍ଷେପ ନନେବା ଏକ ଲଜ୍ଜାଜନକ ବିଷୟ । ଆଗରୁ ମଧ୍ୟ ଓଡିଶା ରାଜ୍ୟ ମହିଳାମାନେ ତାଙ୍କ କାର୍ଯ୍ୟକ୍ଷେତ୍ରରେ ସୁରକ୍ଷିତ ନୁହଁନ୍ତି ବୋଲି ରାୟଗଡା ଜିଲ୍ଲାରେ ଶିକ୍ଷାୟତ୍ରୀ ରୂପେ କାର୍ଯ୍ୟ କରୁଥିବା ଇତିଶ୍ରୀ ଉପରେ ଅତ୍ୟାଚାର ଏବଂ ପୋଡି ମାରିଦେବା ଘଟଣା ତଥା ଏ ସଂପର୍କରେ ଉଚ୍ଚ କର୍ତୃପକ୍ଷ ପ୍ରତିଶେଧ ମୂଳକ ପଦକ୍ଷେପ ନନେବା ଘଟଣାରୁ ପ୍ରମାଣିତ ହୋଇ ସାରିଛି । ଏଭଳି ଅପରାଧିକ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ମୃତୁ୍ୟ ପୂର୍ବରୁ ସେ ଅଭିଯୋଗ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ନେଇ ନାହାଁନ୍ତି ଏବଂ ଏପର୍ଯ୍ୟନ୍ତ ମଧ୍ୟ ଇତିଶ୍ରୀକୁ ସୁବିଚାର ମିଳିନାହିଁ । ବିଶାଖା ଗାଇଡ୍ ଲାଇନ୍ ଅନୁସାରେ ମହିଳାମାନେ କାର୍ଯ୍ୟ କରୁଥିବା ତାଙ୍କ କାର୍ଯ୍ୟସ୍ଥଳୀରେ ମହଳାମାନଙ୍କର ଏଭଳି ଅଭିଯୋଗର ଶୁଣାଣୀ ପାଇଁ ଅଭିଯୋଗ କମିଟି ଗଠନ କରିବାକୁ ସରକାର ଏର୍ପ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାଁନ୍ତି ।
ଏଭଳି ଲଜ୍ଜାଜନକ ଭୟଙ୍କର ଘଟଣା ରାଜ୍ୟରେ ଘଟିଥିଲେ ମଧ୍ୟ ରାଜ୍ୟ ମହିଳା କମିଶନ୍ କିମ୍ବା ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ କଲ୍ୟାଣ ବିଭାଗ କେବଳ ମୁକ ଦର୍ଶକ ହୋଇ ରହିଛନ୍ତି । ବିଜୁ ଜନତା ଦଳ ଦେଉଥିବା ମାଆକୁ ସମ୍ମାନ ସ୍ଲୋଗାନ କୁଆଡେ ଗଲା ବୋଲି ଶ୍ରୀମତୀ ପାଢୀ ପ୍ରଶ୍ନ କରିଛନ୍ତି । ବିଜେପି ତରଫରୁ ଜଣେ ହାଇକୋର୍ଟ ବିଚାରପତିଙ୍କ ତତ୍ୱାବଧାନରେ ମହିଳାମାନଙ୍କ ଉପରେ ରାଜ୍ୟରେ ଘଟିଯାଇଥିବା ବିଭିନ୍ନ ଅପରାଧିକ ଘଟଣାର ତଦନ୍ତ କରିବାପାଇଁ ଦାବି କରାଯାଉଛି । ତେଣୁ ଏଥିପାଇଁ ବିଜୁ ଜନତା ଦଳ ସରକାରର ଏଭଳି ମହିଳା ବିରୋଧି କାର୍ଯ୍ୟକ୍ରମ ବିରୋଧରେ ଆଗାମୀ ମାର୍ଚ୍ଚ ପ୍ରଥମ ସପ୍ତାହରୁ ବିଜେପି ସପ୍ତାହବ୍ୟାପି ପ୍ରତିବାଦ ସପ୍ତାହ ପାଳନ କରିବ ବୋଲି ସେ ପ୍ରକାଶ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପାର୍ଟିର ଅନ୍ୟ ବରିଷ୍ଠ ମହିଳା ନେତ୍ରୀଙ୍କ ମଧ୍ୟରେ ରାଜ୍ୟ ସଂପାଦିକା ଶ୍ରୀମତୀ ପ୍ରଭାତୀ ପରିଡା, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସୀମନ୍ତିନୀ ଜେନା ଏବଂ ଡଃ ଲେଖାଶ୍ରୀ ସାମନ୍ତସିଂହାର ପ୍ରଭୃତି ଉପସ୍ଥିତ ଥିଲେ ।

Share in top social networks!