୨୧ ତାରିଖରେ ବରଗଡଠାରେ ବିଶାଳ ଚାଷୀ ସମାବେଶକୁ ସମ୍ବୋଧନ କରିବେ ମାନ୍ୟବର ପ୍ରଧାନମନ୍ତ୍ରୀ

12507594_10156546866690165_2358876643582443088_n ଓଡିଶା ଏବଂ ଓଡିଶାବାସୀଙ୍କ ପ୍ରତି ଥିବା ଦୃଢ ଆନ୍ତରିକତା ଓ ଭଲ ପାଇବା ଯୋଗୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ପୁର୍ନବାର ଆସନ୍ତା ଫେବୃଆରୀ ୨୧ ତାରିଖ ଦିନ ପୁଣି ଥରେ ଓଡିଶା ଗସ୍ତରେ ଆସିବେ । ଏହି ଅବସରରେ ବରଗଡଠାରେ ରାଜ୍ୟର ବିଭିନ୍ନ କୃଷକ ନେତା ଏବଂ ଚାଷୀ ସମାଜଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହିତ ଏକ ବିଶାଳ ଚାଷୀ ସମାବେଶକୁ ସମ୍ବୋଧନ କରିବେ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀଯୁକ୍ତ ଅରୁଣ ସିଂହ ଘୋଷଣା କରିଛନ୍ତି ।
କୃଷକ ହେଲେ ଭାରତର ଭାଗ୍ୟବିଧାତା । “ସ୍ୱସ୍ଥ ଧରା, କ୍ଷେତ ହରା”,କୁ ବିଶ୍ୱାସ କରୁଥିବା ମାନ୍ୟବର ପ୍ରଧାନମନ୍ତ୍ରୀ ସର୍ବଦା ଚାଷୀର କୁଶଳ କାମନା କରନ୍ତି । ତାଙ୍କର ଗତ ୧୯ ମାସ ଶାସନକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଚାଷୀହିତରେ ବହୁତ ଉନ୍ନତ ପଦକ୍ଷେପ ଓ କାର୍ଯ୍ୟ କରିଛନ୍ତି । ସେ ଆରମ୍ଭ କରିଥିବା ବିଭିନ୍ନ ଚାଷୀକଲ୍ୟାଣ ଯୋଜନାଗୁଡିକ ମଧ୍ୟରୁ ସଏଲ ହେଲ୍ଥ କାର୍ଡ ବା ମୃତ୍ତିକା ସ୍ୱାସ୍ଥ୍ୟ ପତ୍ର ଅନ୍ୟତମ । ଏହା ମାଧ୍ୟମରେ ଚାଷୀକୁ ଜମିର ଉର୍ବରତା, ପାଣି, ସାର, େଓ÷ାଷଧ ସଂପର୍କରେ ସୁଚନା ମିଳିପାରିବ । ମୋବାଇଲ ଭ୍ୟାନ ଦ୍ୱାରା ଚାଷୀମାନଙ୍କୁ ଉପଯୁକ୍ତ ଟ୍ରେନିଂ ଦିଆଯିବ । ପ୍ରଧାନମନ୍ତ୍ରୀ କୃଷି ସେଚନ ଯୋଜନାରେ ଜମିକୁ ସୁବିଧାରେ ଆବଶ୍ୟକୀୟ ପାଣି ମିଳିପାରିବ । ପୂର୍ବରୁ ଥିବା ଫସଲହାନୀ ପରିମାଣ ୫୦ ପ୍ରତିଶତରୁ ହ୍ରାସ କରି ୩୩ ପ୍ରତିଶତ କରିଦିଆଯିବା ସଙ୍ଗେ ସଙ୍ଗେ କ୍ଷତିଭରଣା ବାବଦ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଅଛି । ଚାଷୀମାନଙ୍କ ପାଇଁ ବର୍ତ୍ତମାନର କେନ୍ଦ୍ର ସରକାର ସ୍ୱତନ୍ତ୍ର ଭାବେ ଏକ କୃଷିଭିତ୍ତିକ ଚ୍ୟାନେଲ “ଡିଡି କିଶାନ”ର ପ୍ରସାରଣ ଆରମ୍ଭ କରିଛନ୍ତି । ତାଳଚେରଠାରେ ବନ୍ଦ ହୋଇଯାଇଥିବା ୟୁରିଆ କାରଖାନା ପୁଣି ଥରେ କାର୍ଯ୍ୟକ୍ଷମ ହେବାକୁ ଯାଉଅଛି । ମୋବାଇଲ ଆପ ମାଧ୍୍ୟମରେ କୃଷକମାନଙ୍କୁ କୃଷିବୀମା ଏବଂ ବିଭିନ୍ନ ଯୋଜନାଗୁଡିକର ଉପକାରିତା ସମ୍ବନ୍ଧରେ ସୁଚନା ଯୋଗାଇଦିଆଯାଉଛି । ଏହି ସବୁ ବଡ ବଡ ଯୋଜନା ଦ୍ୱାରା କୃଷକମାନଙ୍କ ଆମଦାନୀ ନିଶ୍ଚିତ ଭାବେ ବଢିଯିବ ବୋଲି ଶ୍ରଯୁକ୍ତ ସିଂହ ଆଶାବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ କୃଷି ବୀମା ଯୋଜନା ଦ୍ୱାରା ଦେଶର ୫୦ ପ୍ରତିଶତ କୃଷକ ଅନ୍ତର୍ଭୁକ୍ତ ହେବା ସହିତ ଲାଭବାନ ହେବେ । ଏହି ବୀମା ଯୋଜନାରେ ଚାଷୀମାନଙ୍କୁ ବହୁତ କମ୍ ପ୍ରିମିୟମ ଦେବାକୁ ପଡିବ ଏବଂ ଏହି ଲାଭ ସିଧାସଳଖ ଚାଷୀର ବ୍ୟାଙ୍କ ଆକାଉଣ୍ଟକୁ ଆସିବ ବୋଲି ଶ୍ରୀଯୁକ୍ତ ସିଂହ ମତପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ବିଭିନ୍ନ ଚାଷୀକଲ୍ୟାଣ ଯୋଜନାରେ ଦେଶର ଚାଷୀ ସମାଜ ଉପକୃତ ହେଉଥିବା କାରଣରୁ ଦେଶସାରା ଚାଷୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଦେଶର ୪ଟି ବଡ ବଡ ସ୍ଥାନରେ “କିଶାନ ମହାସମ୍ମିଳନୀ” ଆୟୋଜନ କରୁଛନ୍ତି । ରାଜ୍ୟ ନେତୃବୃନ୍ଦଙ୍କ ଅନୁରୋଧକ୍ରମେ ମାନନୀୟ ପ୍ରଧାନମନ୍ତ୍ରୀ ଓଡିଶାର ବରଗଡ ଜିଲ୍ଲାରେ ଆସନ୍ତା ୨୧ ତାରିଖ ଦିନ ବିଶାଳ ଚାଷୀ ସମାବେଶରେ ଯୋଗ ଦେବେ ସମ୍ମତି ଜଣାଇଛନ୍ତି । ଏହି ସମାବେଶରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଚାଷୀ ଯୋଗ ଦେବେ ।
ଏହା ପୂର୍ବରୁ ଆସନ୍ତା ୭ ତାରିଖ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ପୁରିଠାରେ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବ ସହିତ ପାରାଦ୍ୱୀପଠାରେ ଦେଶର ସର୍ବବୃହତ ତୈଳ ବିଶୋଧାନଗାରକୁ ରାଷ୍ଟ୍ର ଉଦେ୍ଦ୍ୟଶରେ ଲୋକାର୍ପଣ କରିବେ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡା, ବରିଷ୍ଠ ନେତା ତଥା ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ମୁଖପାତ୍ର ସଜ୍ଜନ ଶର୍ମା ଏବଂ ରାଜକିଶୋର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!