କେନ୍ଦ୍ର ଜଳସଂପଦ ମନ୍ତ୍ରୀ ସୁଶ୍ରୀ ଉମା ଭାରତୀଙ୍କ ୩ ଦିନିଆ ଓଡିଶା ଗସ୍ତ

arunsingh ଭାରତ ସରକାରଙ୍କ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ସୁଶ୍ରୀ ଉମା ଭାରତୀ ଏକ ୩ ଦିନିଆ ଓଡିଶା ଗସ୍ତରେ ଆସି ଆସନ୍ତା ଫେବୃଆରୀ ୨ ତାରିଖ ଦିନ ସମ୍ବଲପୁରଠାରେ ପହଞ୍ଚିବେ । ସେଠାରେ ଦଳୀୟ କାର୍ଯ୍ୟକର୍ତ୍ତା, ସାମ୍ବାଦିକ ସମ୍ମିଳନୀ, ସାଧାରଣ ସଭାରେ ଯୋଗ ଦେବେ । ଏହା ସହିତ ଆସନ୍ତା ସାଧାରଣ ବଜେଟକୁ ନେଇ ବୁଦ୍ଧିଜିବୀଙ୍କ ସହିତ ଆଲୋଚନା କରିବେ । ଏହାପରେ ବିଭାଗୀୟ ପଦାଧିକାରୀଙ୍କ ସହ ଆଲୋଚନା କରି ସମ୍ବଲପୁରଠାରେ ରାତ୍ରଯାପନ କରିବେ । ତା ପରଦିନ ଅର୍ଥାତ ୩ ତାରିଖ ସମ୍ବଲପୁରଠାରୁ ଭୂବନେଶ୍ୱର ଅଭିମୁଖେ ଯାତ୍ରା ସମୟରେ ରେଢାଖୋଲଠାରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ସେହିଦିନ ଭୂବନେଶ୍ୱରଠାରେ ବିଭାଗୀୟ ପଦାଧିକାରୀଙ୍କ ସହିତ ଆଲୋଚନା କରି ରାତ୍ର ଯାପନ କରିବେ । ୪ ତାରିଖ ଦିନ ପୁରୀ ଯାଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସାରି ସ୍ଥାନୀୟ କାର୍ଯ୍ୟକ୍ରମରେ ଯୋଗ ଦେବାପରେ ଟ୍ରେନ ଯୋଗେ ରାୟପୁର ଫେରିଯିବେ ବୋଲି ରାଜ୍ୟ କାର୍ଯ୍ୟାଳୟରୁ ପ୍ରକାଶ ।

Share in top social networks!