ଆସନ୍ତା ଆଥ#ର୍କ ବର୍ଷରୁ ବୁଣାକାରମାନଙ୍କ ନିମନ୍ତେ ୧୫୦୦ ତନ୍ତଶାଳା ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ

churia୨୦୧୬-୧୭ ଆଥ#ର୍କ ବର୍ଷରୁ ବୁଣାକାରମାନଙ୍କ ନିମନ୍ତେ ପୂର୍ବ ନିର୍ଦ୍ଧାରିତ ୧୦୦୦ ପରିବର୍ତ୍ତେ
୧୫୦୦ ତନ୍ତଶାଳା ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ କରିବା ସହ ୨୦୧୫-୧୬ ବର୍ଷ ସୁଦ୍ଧା ବାକି ଥ#ବା ସମସ୍ତ
ତନ୍ତଶାଳାର ନିର୍ମାଣ କାର୍ଯ୍ୟ ସଂପନ୍ନ କରିବାକୁ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ
ଛୁରିଆ ବିଭାଗୀୟ ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତିା ରାଜ୍ୟର ୫୦୦ଟି ପ୍ରାଥମିକ ବୁଣାକାର
ତନ୍ତୁବାୟ ସମବାୟ ସମିତିର କ୍ୟାଡର ପୁନର୍ଗଠନ ନିମନ୍ତେ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବା ଉପରେ
ମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତିା
ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀମତୀ ଛୁରିଆ ସଚିବାଳୟରେ ବିଭାଗୀୟ କାର୍ଯ୍ୟାବଳୀ ସମୀକ୍ଷା
କରିଥ#ଲୋ ବୈଠକରେ ପଥର ଶିଳ୍ପ ପାଇଁ ଖୋର୍ଦ୍ଧା ଜିଲ୍ଲାର ନରଣଗଡଠାରେ ସ୍ଥାପିତ ହେବାକୁ ଥ#ବା
କଞ୍ଚାମାଲ ବ୍ୟାଙ୍କ୍ ପାଇଁ ଖଣି ଲିଜ୍ ନିମନ୍ତେ ଆବଶ୍ୟକୀୟ ଏନ୍.ଓ.ସି ମିଳିବା କ୍ଷେତ୍ରରେ ଥ#ବା ପ୍ରତିବନ୍ଧକକୁ
ଦୂର କରି ଅତିଶୀଘ୍ର ଏହି ଲିଜ୍ ନବୀକରଣ କରିବାକୁ ପଦକ୍ଷେପ ନେବା ସଂପର୍କରେ ଆଲୋଚନା
ହୋଇଥ#ଲାା ସେହିପରି କଟକଠାରେ ତାରକସି ହବ୍ ନିର୍ମାଣ ପାଇଁ ଜମି ଅଧ#ଗ୍ରହଣ, ବରଗଡର
ମ୍ଳେଚ୍ଛାମୁଣ୍ଡାଠାରେ ଏକ ସୂତାବ୍ୟାଙ୍କ୍ ପ୍ରତିଷ୍ଠା, ବରଗଡ ଜିଲ୍ଲାସ୍ଥିତ ବାଲିଜୁରୀ ହସ୍ତତନ୍ତ ବଜାରର
ଉନ୍ନତିକରଣ, ବରଗଡ ଓ ଝାରସୁଗୁଡାଠାରେ ବୟନିକାର ଦୁଇଟି ବିକ୍ରୟ କେନ୍ଦ୍ର ସ୍ଥାପନ, ମହାତ୍ମା ଗାନ୍ଧୀ
ବୁଣାକାର ବୀମା ଯୋଜନାର କାର୍ଯ୍ୟକାରିତା ସଂପର୍କରେ ସବିଶେଷ ଆଲୋଚନା ହୋଇଥ#ଲାା ୨୦୧୫-
୧୬ ଆଥ#ର୍କ ବର୍ଷ ପାଇଁ କାର୍ଯ୍ୟକାରୀ ହେଉଥ#ବା ସମସ୍ତ ଯୋଜନାକୁ ଫେବୃଆରୀ ମାସ ଶେଷ ସୁଦ୍ଧା
ସଂପୂର୍ଣ୍ଣ କରିବାକୁ ମନ୍ତ୍ରୀ ଶ୍ରୀମତୀ ଛୁରିଆ ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦେଇଥ#ଲୋ
ଆଜିର ଏହି ସମୀକ୍ଷା ବୈଠକରେ ବୟନ ଶିଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ,
ବୟନିକା ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଷ୍ଣୁ ମୋହନ ମିଶ୍ର, ହସ୍ତତନ୍ତ ନିର୍ଦ୍ଦେଶକ ସଂଘମିତ୍ରା କାନୁନଗୋ,
ବିଭାଗୀୟ ଯୁଗ୍ମ ସଚିବ ରାଜା ପରିଜା ଏବଂ ଅନ୍ୟ ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲୋ

Share in top social networks!