ପାର୍ଲିଆମେଣ୍ଟାରୀ ପରାମର୍ଶଦାତା କମିଟିର ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିଦର୍ଶନ

ruddyକେନ୍ଦ୍ର କୌଶଳ ବିକାଶ ଓ ଉଦ୍ୟୋଗ ମନ୍ତ୍ରାଳୟର ୩ୟ ପାର୍ଲିଆମେଣ୍ଟାରୀ ପରାମର୍ଶଦାତା
କମିଟିର ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିଦର୍ଶନ । ଏହି ପରିଦର୍ଶନରେ କେନ୍ଦ୍ର ସରକାରଙ୍କ କୌଶଳ ବିକାଶ
ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ରାଜୀବ ପ୍ରତାପ ରୁଡ଼ି, ବିଭିନ୍ନ ରାଜ୍ୟର ସାଂସଦ, ଯୁଗ୍ମ ସଚିବ ଶ୍ରୀ ରାଜେଶ ଅଗ୍ରୱାଲ ଓ
ରାଷ୍ଟ୍ରୀୟ କୌଶଳ ବିକାଶ ନିଗମର ବରିଷ୍ଠ ଅଧିକାରୀ ପ୍ରଭୃତି କ୍ୟାମ୍ପସ ବୁଲି ଦେଖିଥିଲେ ।
ଏହି ପରିଦର୍ଶନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଜୀବ ପ୍ରତାପ ରୁଡ଼ି ସେଞ୍ଚୁରିଅନ କୌଶଳ ବିକାଶ କେନ୍ଦ୍ର ଓ
ଅଡ଼ିଓ ଭିଜୁଆଲ କେନ୍ଦ୍ରର ଉଦ୍ଘାଟନ କରିଥିଲେ । ସାରା ରାଜ୍ୟରେ ଏହିପରି କୌଶଳ ବିକାଶ କେନ୍ଦ୍ର
ଖୋଲିଲେ ଯୁବପିଢ଼ି ଏହାଦ୍ୱାରା ଅଧିକ କାର୍ଯ୍ୟ ଉପଯୋଗୀ ହୋଇପାରିବେ ବୋଲି ଶ୍ରୀ ରାଜୀବ ପ୍ରତାପ ରୁଡ଼ି
ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ କମିଟିର ସଦସ୍ୟମାନେ ବିଶ୍ୱବିଦ୍ୟାଳୟ ପରିସର ବୁଲି ଦେଖିଥିଲେ ଏବଂ ଦେଶର
ସବୁ ରାଜ୍ୟରେ ଏହିପରି ଅଧିକ କୌଶଳ ବିକାଶ କେନ୍ଦ୍ର ଖୋଲିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏହି
ପରିଦର୍ଶନକୁ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର, ଭାଇସ-ଚାନସେଲର ଓ
ଗ୍ରାମ ତରଙ୍ଗର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଶ୍ରୀ ଅଭିନବ ମଦନ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଉତ୍ସବରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର କହିଲେ ଯେ
ଏହି କ୍ୟାମ୍ପସରେ ସାଂସଦୀୟ ପ୍ରତିନିଧିମାନଙ୍କୁ ପାଇ ଆମେ ନିଜକୁ ଗୌରବାନ୍ୱିତ ମନେକରୁଛୁ ।
ଉଚ୍ଚଶିକ୍ଷାରେ କୌଶଳ ଶିକ୍ଷାର ମିଶ୍ରଣ ତଥା ବିଲୟ ନିମିତ୍ତ ଆମର ପ୍ରଚେଷ୍ଟା କ୍ରମଶଃ ଫଳପ୍ରଦ ହେବା
ଆମକୁ ଆନନ୍ଦ ପ୍ରଦାନ କରିଛି । ଆମେ ଏହି ଜ୍ଞାନର ଗୁଣାତ୍ମକ ମାନ, ଦୀର୍ଘ ସ୍ଥାୟୀତ୍ୱ ଓ ତ୍ୱରିତ ପ୍ରସାର
ଦିଗରେ ଦୃଢ଼ ପ୍ରତିଶ୍ରୁତିବଦ୍ଧ । ଏହି ଦକ୍ଷତା ଓ କୌଶଳ ବିକାଶ ଦ୍ୱାରା ଯୁବ ପ୍ରଶିକ୍ଷୁମାନେ ଦେଶର କୁଶଳୀ
ନାଗରିକ ତଥା ଉତ୍ପାଦକ ମାନବ-ସଂସାଧନ ଭାବେ ପରିଗଣିତ ହୋଇ ଦେଶର ସାମଗ୍ରିକ ବିକାଶ ଦିଗରେ
ସହାୟକ ହେବେ ।
ଏହି ମାର୍ଗରେ ଉଚ୍ଚଶିକ୍ଷା ସହିତ କୌଶଳ ବିକାଶର ମିଶ୍ରଣ ଘଟାଇ ରୋଜଗାର, ବ୍ୟବସାୟ ଓ
ଉଦ୍ୟମ-ଶୀଳତା ଦିଗରେ ଭାରତର ଯୁବଗୋଷ୍ଠୀମାନେ ଅଗ୍ରସର ହୋଇ ଆଗାମୀ ଭବିଷ୍ୟତକୁ ଉଜ୍ଜ୍ୱଳମୟ
କରିପାରିବେ ବୋଲି ପ୍ରଫେସର ମିଶ୍ର ବର୍ଣ୍ଣନା କରିଥିଲେ ।

Share in top social networks!