ରାଜ୍ୟସ୍ତରୀୟ ଶହୀଦ ଦିବସ ସମାରୋହ ପାଳିତ

saheeddiwasସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ୩୦ ଜାନୁଆରୀ ୨୦୧୬ ପୂର୍ବାହ୍ନ ଘ.୧୦.୪୫ମି. ସମୟରେ
ଓଡ଼ିଶା ବିଧାନସଭା ପ୍ରାଙ୍ଗଣସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ରାଜ୍ୟସ୍ତରୀୟ ଶହୀଦ୍ ଦିବସ ପାଳିତ ହୋଇଯାଇଅଛି ।
ଏହି ଶହୀଦ୍ ଦିବସ ସମାରୋହରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼କଫର ଏସ୍.ସି.ଜମିର, ମାନ୍ୟବର ମୁଖ୍ୟମନ୍ତ୍ରୀ
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଯୋଗଦାନ କରି
ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥ#ଲେ । ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର
କଲ୍ୟାଣ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ, ମାନ୍ୟବର ଅର୍ଥ, ସାଧାରଣ
ଉଦ୍ୟୋଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ, ମାନ୍ୟବର ଜଙ୍ଗଲ ଏବଂ ପରିବେଶ, ସାଂସଦୀୟ ବ୍ୟାପର ମନ୍ତ୍ରୀ
ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ, ମାନ୍ୟବର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ,
ମାନ୍ୟବର ସାଂସଦ ଡ଼କଫର ପ୍ରସନ୍ନ କୁମାର ପାଟ୍ଟଶାଣୀ, ବହୁ ବିଧାୟକ ଏବଂ ବହୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନେ
ଯୋଗଦାନ କରି ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ପୁଷ୍ପଗୁଚ୍ଛ ଅର୍ପଣ କରିଥ#ଲେ ।
ଏହି ଉପଲକ୍ଷେ ଶହୀଦ୍ମାନଙ୍କ ସମ୍ମାନର୍ଥେ ପୋଲିସ ବାହିନୀଙ୍କ ଦ୍ୱାରା ତୋପଧ୍ୱନି ସହ ନୀରବ ପ୍ରାର୍ଥନା
କରାଯାଇଥ#ଲା ଏବଂ ଶାଶ୍ୱତୀ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ, ଭୁବନେଶ୍ୱର ତରଫରୁ ଆଶ୍ରମ ଭଜନ ପରିବେଷଣ
କରାଯାଇଥ#ଲା ।
ଏହି ଶହୀଦ୍ ଦିବସ ସମାରୋହରେ ସୂଚନା ଓ ଲୋକସମ୍ପର୍କ ବିଭାଗର କମିଶନର ତଥା ଶାସନ ସଚିବ
ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶୀଲ କୁମାର ଦାସ, ଯୁଗ୍ମନିର୍ଦ୍ଦେଶକ ଶ୍ରୀଯୁକ୍ତ ନିରଞ୍ଜନ
ସେଠୀ, ଉପଶାସନ ସଚିବ ଶ୍ରୀଯୁକ୍ତ ବିଜୟରାଜ ଖଣ୍ଡାୟତରାୟ, ଉପନିର୍ଦ୍ଦେଶକ ତଥା ଉପଶାସନ ସଚିବ ଶ୍ରୀଯୁକ୍ତ
ରାମଶଙ୍କର ବେହେରା, ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିପିନ ବିହାରୀ ବାରିକି, ସୂଚନା ଅଧ#କାରୀ ଶ୍ରୀମତୀ ପୁଷ୍ପାଞ୍ଜଳୀ
ପାଇକରାୟ ଏବଂ ବହୁ ଅଧ#କାରୀ ଉପସ୍ଥିତ ରହି ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥ#ଲେ । ସୂଚନା ଅଧ#କାରୀ ଶ୍ରୀମତୀ
ସୁଚେତା ପି୍ରୟଦର୍ଶିନୀ ଆୟୋଜିତ ସମାରୋହ ଓ ପ୍ରାର୍ଥନା ସଭାର ସଂଯୋଜନା କରିଥ#ଲେ ।
ସମ୍ବିତ ମହାନ୍ତି ସମ୍ବିତ ମହାନ୍ତ

Share in top social networks!