ପାର୍ଲିଆମେଣ୍ଟ ଲାଇବ୍ରେରୀ ସମ୍ମୁଖରେ ବିଜୁପଟ୍ଟନାୟକଙ୍କ ପୂର୍ଣ୍ଣ୍ୟାବୟବ ପ୍ରତିମୂର୍ତ୍ତି ପାଇଁ ଦାବୀ

ନୂଆଦିଲ୍ଲୀ ଗଣତନ୍ତ୍ରନ୍ତର ମନ୍ଦିର ଭାରତ ବର୍ଷର ସଂସଦ ଭବନ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ସହିତ ୍ରଅନେକ ଜାତୀୟ ତଥା ରାଜ୍ୟ ସ୍ତରୀୟ ନେତା ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଥିବା ବେଳେ ମହାନ ଜନନାୟକ, ବିଶିଷ୍ଟ ସ୍ୱାଧିନତା ସଂଗ୍ରମୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କର ଏଠାରେ ଚିହ୍ନ ବର୍ଣ୍ଣ ନାହିଁ ବୋଲି ଭୂମି ପୁତ୍ର ବିଜୁ ପଟ୍ଟନାୟକ ସ୍ମୃତି ଫାଇଣ୍ଡେସନର ଅଧ୍ୟକ୍ଷ ମନୋଜ ନାୟକ ସ୍ୱଚାଇ ଏନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ସ୍ୱଃ ବିଜୁପଟ୍ଟନାୟକ ଏଭଳି ଜଣେ ଜନନେତା ଓ ବିଳ୍ପବୀ ଥିଲେ ଯାହାଙ୍କ ମରଶରୀର ଉପରେ ତିନିଟି ଦେଶର ଜାତୀୟ ପତାକା ରଖାଯାଇଥିଲ । ସେ ନିଜ ଜୀବନରେ ଅସମ୍ଭବ ବୋଲି କିଛି ଜାଣିନଥିଲେ ତେଣୁ ତାଙ୍କ ୨ୟ ନେପୋଲିଅନ ବୋନାପାର୍ଟ କୁହାଯାଉଥିଲା । ମହାତ୍ମା ଗାନ୍ଧୀ ,ନତାଜୀ ସୁବାସ ବୋଷ ଓ ଜରୋଜୀନି ନାଇଡୁଙ୍କ ଭଳି ନେତାମାନଙ୍କର ସ୍ୱାଧୀନତା ସଂଗ୍ରାମ ସମ୍ବଦିତ ହାତ ଲେଖା ପ୍ରଚାର ପତ୍ରମାନ ନିଜ ବିମାନ ଯୋଗେ ସେ ଭାରତ ସାରା ପକାଇ ଥିଲେ ଯାହା ଫଳରେକି ଭାରତଛାଡ ଅନେ୍ଦାଳନ ତିବ୍ର ରୂପ ଧାରଣ କରିଥିଲା । ୨ୟ ବିଶ୍ୱଯଦ୍ଧ ସମୟରେ ବିଶ୍ୱର ବଭିନ୍ନ ସ୍ଥାନରେ ଫସି ରହିଥିବା ଭାରତୀୟ ତଥା ତାର ମିତ୍ର ରାଷ୍ଟ୍ରମାନଙ୍କ ନାଗରୀକ ହୁଅନ୍ତୁ, ଡ.ଚକବଳରୁ ସୁକର୍ଣ୍ଣଙ୍କୁ ନିଜର ଚରମ ସାହସିକତାର ପରିଚୟ ଦେଇ ଭାରତରେ ବିମାନ ଯୋଗେ ପହିଁଚାଇବା ହେଉ ଅବା କାଶ୍ମିରରେ ଶ୍ରୀନଗର ଠାରେ ଭାରତର ପ୍ରଥମ କରି ସୈନ୍ୟ ମାନଙ୍କର ଏକ ଖଣ୍ଡ ବିମାନ ଯୋଗେ ଅବତରଣ କରାଇ ପାକିସ୍ତାନ କବଳରୁ ଜାମୁକାଶ୍ମିରକୁ ରକ୍ଷା କରି ଐତିହାସିକ ଯାତ୍ରା ରେ ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ । ଯାହାକୁ ମନେ ପାକାଇଲେ ହୃଦୟରେ ଏବେବି କମ୍ପନ ଯାତ ହୁଏ ବୋଲି ଶ୍ରୀ ନାୟକ ଉଲ୍ଲେଖ କରିଛନ୍ତି । ସେ ଜଣେ ଅସାଧରଣ ତଥା ଅତୁଳ ନିଅ ନେତା ହିସାବରେ ୧୯୭୧ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ମୁସିଲମାନ ରାଷ୍ଟ୍ର ସମୁହକୁ ପାକିସ୍ତାନ ସପକ୍ଷରେ ନଯିବା ପାଇଁ ପବାର୍ତ୍ତାଇବାରେ ସକ୍ଷମ ହେବା ସହିତ ୧୯୬୨ ମସିହାରେ ଚାଇନା ସହିତ ଯୁଦ୍ଧ ସମୟରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହେରୁଙ୍କର ରକ୍ଷା ପରାର୍ମଶ ଦାତା ହିସାବରେ ନିଜର କୁଟନ÷ତିକତାର ଚରମ ନିର୍ଦଶନ ଦେଖାଇ ଚାଇନାକୁ ଆଗକୁ ଅଗ୍ରସର ହେବାକୁ ବିରତ କରିଥିଲେ । ସେ କେନ୍ଦ୍ରମନ୍ତ୍ରୀ ହୁଅନ୍ତୁ ଅବା ରାଜ୍ୟ ମୁଖ୍ୟମନ୍ତ୍ରୀତ୍ୱ କାଳରେ ନିଜର ନିଚ୍ଛକ ସାଧୁତା, ସଚ୍ଚୋଟତା ଓ ସାହାସିକତା ବଳରେ ହିଁ ସେ ଜଣେ ଦେଶର ଅଦ୍ୱୀତ୍ୟ ବ୍ୟକ୍ତିତ୍ୱ ପାଲଟି ଯାଇଛନ୍ତି । ଅଳପକେ ସ୍ୱଇଛାରେ ଭାତର ପ୍ରଧାନମନ୍ତ୍ରୀ ପଦକୁ ଲୋଭନକରି ଓଡ଼ିଶା ମାଟିର ସେବାକରିବା ସହିତ ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଦେଶ ମାତୃକା ପାଇଁ ସଂଗ୍ରାମ ଜାରି ରଖିଥିଲେ । ତେଣୁ ତାଙ୍କ ଜନ୍ମ ଶତବାର୍ଷିକ ଅବସରରେ ସ୍ୱର୍ଗତ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କର ଏକ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ସଂସଦର ପାଠାଗାର ଭବନ ସମୁଖରେ ସ୍ଥାପନ ପାଇଁ ସମସ୍ତ ପଦକ୍ଷେପ ନେବାକୁ ଶ୍ରୀ ନାୟକ ଦାବୀ କରିଛନ୍ତି ଏବାବଦରେ ଆବଶ୍ୟକୀୟ ସହଯୋଗ ଯୋଗାଇ ଦେବାକୁ ସେ ଓଡ଼ିଶା ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

Share in top social networks!