ଭୁବନେଶ୍ୱରର ଇମ୍ପେରିୟାଲ୍ ବ୍ଲୁ ସୁପର ହିଟ୍ ନାଇଟ୍ର ,ସିଜିନ୍-୨ରେ ସୁଖୱିନ୍ଦର ସିଂହଙ୍କ ପ୍ରଦର୍ଶନ ସ୍ମୃତି ହୋଇରହିବ

sukindher3ଇମ୍ପାରିୟାଲ୍ ବ୍ଲୁ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ହୋଇଥିବା ଏହାର ଦ୍ୱିତୀୟ ସଜିନ୍ର ସୁପର ହିଟ୍ ନାଇଟ୍ରେ ଲୋକପ୍ରିୟ ସିଙ୍ଗର୍ ସୁଖୱିନ୍ଦର ସିଂହଙ୍କ ଦ୍ୱାରା ପ୍ରଦର୍ଶନ କରାଯାଇଥିବା ବଛା ବଛା ସଙ୍ଗୀତ ମୁର୍ଚ୍ଛନା ସବୁଦିନ ପାଇଁ ଦର୍ଶକଙ୍କ ସ୍ମୃତିରେ ରହିଯିବ । ବିଗତ ଦିନରେ ସେ ଲୁଧିଆନା, ଗୋଆ, ଫରିଦାବାଦ୍, ପୁଣେ, ଥାନେ, ଇନେ୍ଦାର, ନାଗପୁର, କୋଲକତା, ବାଙ୍ଗାଲୁର୍ ଏବଂ ଭାଇଜାଗ୍ ପ୍ରଭୃତି ସହର ପରେ ଏବେ ଭୁବନେଶ୍ୱର ପ୍ରଦର୍ଶନ କରିଥିବା ଧମାକାଦାର୍ ସଙ୍ଗୀତର ଝଲକ ଉପସ୍ଥିତ ଦର୍ଶକଙ୍କୁ ବିଶେଷ ଆମୋଦିତ କରିପାରିଥିଲା । ଏହି କାର୍ଯ୍ୟକ୍ରମ ଜୀବନକୁ ଗଭୀର ଭାବରେ ଭଲ ପାଉଥିବା ଯୁବବର୍ଗଙ୍କ ପାଇଁ ଉଦ୍ଧିଷ୍ଟଥିବାବେଳେ ଉପସ୍ଥିତ ଯୁବବର୍ଗଙ୍କ ମଧ୍ୟରେ ଇମ୍ପାରିୟାଲ୍ ବ୍ଲୁର ଏହି ଅନନ୍ୟ ମନୋରଞ୍ଜନ ମାଧ୍ୟମ ଉତ୍ସାହ ଭରିବାକୁ ସକ୍ଷମ ହୋଇଛି ।
ସୁଖୱିନ୍ଦର ସିଂହ ନିଜସ୍ୱ ପେପି ଷ୍ଟାଇଲ୍ ସିଙ୍ଗିଙ୍ଗ୍ରେ ମଞ୍ଚରେ ଆକର୍ଷଣୀୟ ପ୍ରଦର୍ଶନ କରି ଦର୍ଶକଙ୍କୁ ବିମୋହିତ କରିଥିବାବେଳେତାଭ୍କ ସହିତ ଯୋଗଦେଇଥିବା ମୁ୍ୟଜିକସିଆନ ମାନେ ସଙ୍ଗୀତର ତାଳେ ତାଳେ ଦର୍ଶକଙ୍କୁ ବାନ୍ଧିରଖିବାକୁ ସକ୍ଷମହୋଇଥିଲେ । ଏହି କାର୍ଯ୍ୟକ୍ରମରେ ସୁଖୱିନ୍ଦର ନିଜର ଶ୍ରେଷ୍ଠ ସଙ୍ଗୀତ ‘ଛେୟା ଛେୟା’,‘ଦବଙ୍ଗ’ ଏବଂ ‘ଜୟ ହୋ’ ପ୍ରଭୃ୍ତିର ଉପସ୍ଥାପନ କରିଥିଲେ । ଏହ ିକାର୍ଯ୍ୟକ୍ରମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେ ନିଜର ପ୍ରଶଂସକଙ୍କୁ ସଙ୍ଗୀତର ଜାଦୁରେ ବାନ୍ଧି ରଖିଥିଲେ ।
ଇମ୍ପାରିୟାଲ୍ ବ୍ଲୁ ସୁପରହିଟ୍ ନାଇଟସ୍ର ଦ୍ୱିତୀୟ ସିଜିନ୍ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମର ଆୟୋଜନ ନେଇ ପରନଡ୍ ରିକାର୍ଡ ଇଣ୍ଡିଆର ମାର୍କେଟିଙ୍ଗ ସହକାରୀ ଉପ ସଭାପତି ରାଜା ବାନାର୍ଜୀ କହିଲେ, ‘‘ ଇମ୍ପାରୟାଲ୍ ବ୍ଲୁ ସୁପର ହିଟ୍ ନାଇଟସ୍ର ଦ୍ୱିତୀୟ ସିଜିନ୍ ନେଇ ଆମ୍ଭେ ବେଶ୍ ଉତ୍ସାହିତ । ଏହା ଏକ ଅନନ୍ୟ କ୍ଷେତ୍ର ଯାହାକି ମନୋରଞ୍ଜନ ଶିଳ୍ପର ପ୍ରତିଭା ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ଳୋକଲୋଚନକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିଛି ।’’
ଏହି କାର୍ଯ୍ୟକ୍ରମର ପ୍ରଦର୍ଶନ ନେଇ ସୁଖୱିନ୍ଦର ସିଂହ କହିଲେ, “ ଭୁବନେଶ୍ୱରରେ ମୋର ପ୍ରଦର୍ଶନ ନେଇ ମୁଁ ବେଶ୍ ଉତ୍ସାହିତ । ଇମ୍ପାରିୟାଲ୍ ବ୍ଲୁ ସୁପରହିଟ୍ ନାଇଟ୍ରେ ବିପୁଳ ଦର୍ଶକ ଉପସ୍ଥିତି ନେଇ ମୁଁ ବେଶ୍ ଆନନ୍ଦିତ । ଏହି କାର୍ଯ୍ୟକ୍ରମ ଦ୍ୱାରା ମୁଁ ମୋର ପ୍ରଶଂସକଙ୍କ ସହିତ ପୁଣି ଏକାଠି ହେବାର ସୁଯୋଗ ଲାଭ କରିଥିବାରୁ ଅତ୍ୟନ୍ତ ଖୁସି । ଏହି କାର୍ଯ୍ୟକ୍ରମର ଆଗାମୀ ଦିନରେ ମୁଁ ପୁଣି ଏକ ନୂତନ ଅନୁଭୁତି ଲାଭକରିବିବୋଲି ବେଶ୍ ଆଶାବାଦୀ ।”

Share in top social networks!