ଆୟୁର୍ବେଦିକ ଔଷଧ ପ୍ରସ୍ତୁତକାରୀ ସଂସ୍ଥାମାନଙ୍କ ନିମନ୍ତେ ସଚେତନତା କର୍ମଶାଳା

AHUJAରାଜ୍ୟରେ ଆୟୁର୍ବେଦିକ ଔଷଧ ପ୍ରସ୍ତୁତକାରୀ ସଂସ୍ଥାମାନଙ୍କ ପାଇଁ ଆୟୁଷ୍ ନିଦେ୍ର୍ଧଶାଳୟ ତରଫରୁ ଏକ ଦୁଇଦିନିଆ ସଚେତନତା କର୍ମାଶାଳ ଆରମ୍ଭ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ସଚିବ ଆରତୀ ଆହୁଜା ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପ୍ରସ୍ତୁତକାରୀ ସଂସ୍ଥାମାନେ ପ୍ରସ୍ତୁତ କରୁଥିବା ଔଷଧର ମାନ ଓ ଗୁଣବତା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ବର୍ତମାନ ଆୟୁଷ୍ ଚିକିତ୍ସା ବ୍ୟବସ୍ଥାକୁ ସ୍ୱାସ୍ଥ୍ୟସେବାର ମୁଖ୍ୟସ୍ରୋତରେ ସାମିଲକରିବାର ପ୍ରକ୍ରିୟା ଜାରି ରଖିଛନ୍ତି । ସରକାରୀ ଡାକ୍ତରଖାନା ମାନଙ୍କରେ ଗୋଟିଏ ଛାତ ତଳେ ଏଲୋପାଥି ସହ ଆୟୁର୍ବେଦିକ , ହୋମିଓପାଥି , ୟୁନାନୀ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ସେହି ସବୁ ଡାକ୍ତରଖାନା ଗୁଡିକୁ ଆସୁଥିବା ରୋଗୀଙ୍କ ପାଇଁ ଯେଉଁ ପ୍ରକାର ଚିକିତ୍ସା ଆବଶ୍ୟକ ସେହି ଚିକିତ୍ସା ଯୋଗାଇ ଦିଆଯିବ । ଏପରି କିଛି ରୋଗ ଅଛି ଯାହା କେବଳ ଆୟୁର୍ବେଦିକ ଦ୍ୱାରା ଭଲ ହୋଇଥାଏ । ସେହି ସବୁ ଦୃଷ୍ଟିରୁ ପ୍ରସ୍ତୁତକାରୀ ସଂସ୍ଥାମାନେ ପ୍ରସ୍ତୁତ କରୁଥିବା ଔଷଧର ଗୁଣବତା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ସେ କହିଥିଲେ ଯେ ବର୍ତମାନ ଆମର ସରକାରୀ ଡାକ୍ତରଖାନା ଗୁଡିକୁ ରାଜ୍ୟ ମେଡିକାଲ ନିଗମ ମାଧ୍ୟମରେ ଔଷଧ ଯୋଗାଣ ଆରମ୍ଭ ହୋଇଛି । ଆୟୁର୍ବେଦିକ ଔଷଧ ମଧ୍ୟ ନିଗମ ମାଧ୍ୟମରେ କ୍ରୟ କରାଯିବ । ପ୍ରସ୍ତୁତକାରୀ ସଂସ୍ଥାମାନେ ସେହି ଔଷଧ କ୍ରୟ ପ୍ରକ୍ରିୟାରେ ଭାଗନେବାକୁ ପ୍ରସ୍ତୁତ ହେବା ଆବଶ୍ୟକ । ସେମାନ ଡ୍ରଗସ୍ ଓ କସ୍ମେଟିକ ଆକ୍ଟ ଅନୁଯାୟୀ ତାଙ୍କର ସାଇଲେନ୍ସ ପ୍ରାପ୍ତ ହେବା , ନିୟମ କାନୁନ ସଂପର୍କରେ ଅବଗତ ରହିବା , ସୁବିଧାରେ କଂଚାମାଲ କିପରି ପାଇ ପାରିବେ ଆଦି ସଂପର୍କରେ ମଧ୍ୟ ଅବଗତ ରହିବା ଜରୁରୀ ବୋଲି ଶ୍ରୀମତୀ ଆହୁଜା କହିଥିଲେ ।
ଆୟୁଷ୍ ନିଦେ୍ର୍ଧଶକ ବାସୁଦେବ ବାହିନୀପତି ରାଜ୍ୟରେ ସରକାରୀ ସ୍ଥରରେ ୩ଟି ଆୟୁର୍ବେଦିକ ଔଷଧ ପ୍ରସ୍ତୁତ ସଂସ୍ଥା ଥିବା ବେଳେ ୭୭ ଟି ଘରୋଇ ପ୍ରସ୍ତୁତକାରୀ ସଂସ୍ଥା ରହିଛିନ୍ତି । ତିନି ଗୋଟି ସରକାରୀ ସଂସ୍ଥାରୁ ପ୍ରସ୍ତୁତ ହେଉଥିବା ଔଷଧ ଆମର ଆବଶ୍ୟକତା ପୁରଣ କରିବାକୁ ସକ୍ଷମ ନୁହେଁ । ତେଣୁ ଘରୋଇ ସଂସ୍ଥା ମାନଙ୍କରୁ ଔଷଧ ଆଣିବାକୁ ପଡୁଛି । ଘରୋଇ ସଂସ୍ଥାମାନେ କିପରି ଠିକଣା ଭାବେ କଂଚାମାଲ ପାଇପାରିବେ , ଉପଯୁକ୍ତ ମାନର ଔଷଧ ପ୍ରସ୍ତୁତ କରିପାରିବେ , ପ୍ରସ୍ତୁତ ଔଷଧକୁ ବିକ୍ରି କରି ପାରିବେ , ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହୋଇ ପାରିବେ , ଔଷଧ ପ୍ରସ୍ତୁତ ଓ ବିକ୍ରି ନିମନ୍ତେ ଥିବା ଆଇନ ସଂପର୍କରେ ସଚେତନ ହୋଇ ପାରିବେ ସେ ନିମନ୍ତେ ଏହି ଦୁଇ ଦିନିଆ କର୍ମଶାଳା ଆୟୋଜିତ ହେଇଛି । ପ୍ରସ୍ତୁତକାରୀ ସଂସ୍ଥାମାନେ ସେମାନଙ୍କର ସମସ୍ୟା ଆଦି ସଂପର୍କରେ ଆଲୋଚନା କରି ଯେଉଁ ପରାମର୍ଶ ଦେବେ ସେହି ଅନୁଯାୟି ବିଭାଗ ତରଫରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ବାହିନୀପତି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ପୂର୍ଣ୍ଣଚନ୍ଦ୍ର ପାଠୀ ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।
ଏହି ଦୁଇ ଦିନିଆ କର୍ମଶାଳାରେ ଡ୍ରଗ୍ସ ଓ କସ୍ମେଟିକ୍ ଆକ୍ଟ , ଔଷଧର ମୂଳ ହରବାଲ୍ , ପଶୁ ଏବଂ ମିନେରାଲ ଆଦି ସଂପର୍କରେ ନିୟମିତ ଭାବେ ଅବଗତ ହେବା , ଆୟୁର୍ବେଦିକ ଔଷଧ ପ୍ରସ୍ତୁତିର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା ( ଏସ୍.ଓ.ପି ) , ଋତୁ ଅନୁଯାୟୀ ଔଷଧ ପ୍ରସ୍ତୁତି ଏବଂ ଗୁଣବତା ବଜାୟ ରଖିବା ଆଦି ସଂପର୍କରେ ବିସ୍ତୃତ ଆଲୋଚନା ହେବ । ଏହି ଅବସରରେ ଆୟୁଷ ନିଦେ୍ର୍ଧଶାଳୟ ତରଫରୁ ପ୍ରକାଶିତ “ଗୁଡ୍ ମାନୁଫାକ୍ଚରିଂ ପ୍ରାକ୍ଟିସ୍ ( ଜି.ଏମ୍.ଟି ) ଅଫ୍ ଆୟୁଷ ଔଷଧ ପ୍ରସ୍ତୁତିର ଏକ ମାର୍ଗଦର୍ଶୀକା” ମୁଖ୍ୟ ଅତିଥି ପ୍ରମୁଖ ସଚିବ ଶ୍ରୀମତୀ ଆହୁଜା ଉନ୍ମୋଚନ କରିଥିଲେ ।

Share in top social networks!