ପ୍ରଚାର ଗାଡି ଦଳୀୟ ବିଜ୍ଞାପନ ନୁହେଁ ବରଂ ପ୍ରକଳ୍ପ ପାଇଁ ଆଇଓସିଏଲ ର ନିମନ୍ତ୍ରଣ

12573906_1676003435950000_4591980657547764174_nପାରାଦ୍ୱୀପ ରିଫାଇନାରି ପ୍ରକଳ୍ପ ଓଡିଶାର ବିକାଶରେ ଏକ ମାଇଲ ଖୁଣ୍ଟ ହେବାକୁ ଯାଉଛି । ପ୍ରାୟ ୧ ଲକ୍ଷ ୩୫ ହଜାର କୋଟି ଟଙ୍କା ପୁଞ୍ଜି ବିନିମୟରେ ପ୍ରତିଷ୍ଠା ହୋଇଥିବା ଏହି ପ୍ରକଳ୍ପ ୫୦ ହଜାର ରାଜ୍ୟବାସୀଙ୍କୁ ନିଯୁକ୍ତି ଯୋଗାଇଦେବ । ଏହା ସହିତ ରାଜ୍ୟରେ ନୂତନ ଉଦ୍ୟୋଗ ଏବଂ ଉଦ୍ୟୋଗୀ ସୃଷ୍ଟି ମଧ୍ୟ ହେବ । ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶାସନ ସମୟରେ ଆରମ୍ଭ ହୋଇଥିବା ସର୍ବବୃହତ ତୈଳ ବିଶୋଧାନଗାର ଦୀର୍ଘ ସମୟର ଅନ୍ତ ପରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ତପôରତା ଯୋଗୁଁ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ରାଷ୍ଟ୍ରକୁ ସମର୍ପିତ ହେବାକୁ ଯାଉଅଛି । ଆସନ୍ତା ଫେବୃଆରୀ ୭ ତାରିଖ ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦୀ ଏକ ବିଶେଷ କାର୍ଯ୍ୟକ୍ରମ ଦ୍ୱାରା ରାଷ୍ଟ୍ରକୁ ଲୋକାର୍ପିତ କରିବେ । ଏହିଭଳି ଏକ ବିରାଟ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଯୋଗ ଦେବା ପାଇଁ ରାଷ୍ଟ୍ରୀୟ ତୈଳ ନିଗମ ଦ୍ୱାରା ପ୍ରଚାର ଗାଡି ମାଧ୍ୟମରେ ନିମନ୍ତ୍ରଣ ଦିଆଯାଉଥିବାବେଳେ ରାଜ୍ୟରେ ଶାସକ ବିଜେଡି ଦଳ ଏହାକୁ ଦଳୀୟ ବିଜ୍ଞାପନ କହିବା ଅତ୍ୟନ୍ତ ଦୁଃର୍ଭାଗ୍ୟପୂର୍ଣ୍ଣ ଏବଂ ଏହା ତାଙ୍କର ହୀନ ରାଜନୀତିର ପରିଚୟ ଦେଉଛି ବୋଲି ରାଜ୍ୟ ସଂପାଦକ ଶ୍ରୀଯୁକ୍ତ ଭୃଗୁ ବକ୍ସିପାତ୍ର ମତ ରଖିଛନ୍ତି ।
ପ୍ରିୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ସମଗ୍ର ରାଜ୍ୟର ଅତି ସମ୍ମାନନୀୟ ଅତିଥି । ଦଳମତ ନିର୍ବିଶେଷରେ ତାଙ୍କର ସମ୍ମାନ ଜଣାଇବା ଆମର କର୍ତ୍ତବ୍ୟ । ଆଗାମୀ ଦିନରେ ପାରାଦ୍ୱୀପ ପୂର୍ବ ଭାରତର ମୁଖଶାଳା ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦୀଙ୍କର ଆଭିକୁଖ୍ୟକୁ ଆମେ ସମସ୍ତେ ମିଳିମିଶି ସମର୍ଥନ କରିବା ଦରକାର । ଏହା କୈାଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ । ତେଣୁ ଦଳମତ ଉର୍ଦ୍ଧରେ ପ୍ରଧାନମନ୍ତ୍ରୀଙ୍କର ସ୍ୱାଗତ କରାଯାଉ ବୋଲି ଶ୍ରୀଯୁକ୍ତ ବକ୍ସିପାତ୍ର ଆହ୍ୱାନ ଜଣାଇଛନ୍ତି ।
ବିଜେପି ସହିତ ମୁକାବିଲା ବନ୍ଦ କରି ଶାସକ ବିଜେଡି ଦଳ ଓଡିଶାର ବିକାଶ କାର୍ଯ୍ୟରେ କେନ୍ଦ୍ରକୁ ସମସ୍ତ ସହେଯାଗ ଯୋଗାଇ ଦେଇ ରାଜ୍ୟକୁ ବିକଶିତ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ଉଦ୍ୟମ କରିବା ଉଚିତ୍ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । ହୀନ ଉଦେ୍ଧ୍ୟଶରୁ କ୍ଷାନ୍ତ ରହିବା ସହିତ ପତାକା ରାଜନୀତିରୁ ନିବୃତ ରହି ରାଜ୍ୟବାସୀଙ୍କ ହିତରେ କାର୍ଯ୍ୟ କରନ୍ତୁ । ସରକାରୀ କଳ, ବଳର ଅପବ୍ୟବହାର କରି ଯେଉଁଭଳି ଭାବେ ପ୍ରଚାର ଗାଡିକୁ ବନ୍ଦ କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ପୋଷ୍ଟର, ବ୍ୟାନରମାନ ଓହ୍ଲାଉଛନ୍ତି ତାହା ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ହୀନ ମାନସିକତାର ପରିଚୟ ଦେଉଅଛି । ଏହିଭଳି ହୀନ ରାଜନୀତିରୁ କ୍ଷାନ୍ତ ରହନ୍ତୁ ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । ଏହି ସାକ୍ଷାତ ସମୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳନ୍ଦୀ ସାମଲ ଓ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!