ସ୍କୁଲ ଅଫ ଫାର୍ମାସିଟିକାଲ ସାଇନସର ବାର୍ଷିକ ଉତ୍ସବ

amityସ୍କୁଲ ଅଫ ଫାର୍ମାସିଟିକାଲ ସାଇନସ୍ର ବାର୍ଷିକ ଉତ୍ସବ ଗତ ୨୯ ତାରିଖ ଦିନ ଉକ୍ତ ଅନୁଷ୍ଠାନର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଉକ୍ରଳ ଭାରତର ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ ଯୋଗ ଦେଇଥିଲେ । ସେ ତାଙ୍କ ଉଦ୍ବୋଧନରେ ଛାତ୍ର-ଛାତ୍ରୀମାନଙ୍କୁ ଉକ୍ରର୍ଷତା ପ୍ରତିପାଦନ ପାଇଁ ଆହ୍ୱାନ ଦେଇଥିଲେ ।

ସାଧୁତା ଓ ସଚ୍ଚୋଟତାକୁ ପାଥେୟ କରି କଠିନ ପରଶ୍ରମ କଲେ ସଫଳତା ନିଶ୍ଚୟ ଆସିବ ବୋଲି ସେ ଦୃଢ଼ୋକ୍ତି କରିଥିଲେ । ସମ୍ମାନୀତ ଅତିଥି ଭାବେ ଉକ୍ରଳ ଫାର୍ମସିଟିକାଲ ଆସୋସିଏସନର ପ୍ରାକ୍ତନ ସଭାପତି ଅଶୋକ କୁମାର ପଟ୍ଟନାୟକ, ଫାର୍ମାସିଟିକାଲ ଛାତ୍ର-ଛାତ୍ରୀମାନଙ୍କ ସମାଜରେ ଗୁରୁଦାୟିତ୍ୱ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଆୟୁସର ନିଦେ୍ର୍ଧଶକ ବାସୁଦେବ ବହିନୀପତି ଆୟୁର୍ବେଦ, ଯୋଗ, ନେଚରପାଥି, ୟୁନାନୀ, ସିଦ୍ଧ ଓ ହେମିଓପାଥିର ମହତ୍ୱ ଉପରେ ଗୁରୁତ୍ୱଆରୋପ କରିଥିଲେ ।

ଛାତ୍ରମଙ୍ଗଳ ବିଭାଗର ଡ଼ୀନ୍ ଡ଼ଃ ଏସ.ଏସ.ନନ୍ଦ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ଅନୁଷ୍ଠାନର ଡ଼ୀନ୍ ଡ଼ଃ ସୁଦାମ ଚନ୍ଦ୍ର ସି ବାର୍ଷିକ ବିବରଣୀ ପାଠ କରିଥିଲେ । ଉତ୍ସବରେ କୃତୀ ଛାତ୍ର-ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରଷ୍କାର ବିତରଣ କରାଯାଇଥିଲା

Share in top social networks!