ଖଣ୍ଡାଧାର ସୁରକ୍ଷା ପାଇଁ ଜନ ଆନ୍ଦୋଳନକୁ ବ୍ୟାପକ କରିବାକୁ ସଂଗ୍ରାମ ସମିତିର ତିନିଦିନିଆ ସତ୍ୟାଗ୍ରହରେ ଘୋଷଣା

khandadharଉଭୟ ସୁନ୍ଦରଗଡ ଓ କେଉଁଝର ଜିଲ୍ଲାର ପାଉଡି ଭୂୟାଁ ,ମୁଣ୍ଡାରୀ ଓ ଅନ୍ୟ ସମସ୍ତ ଆଦିବାସୀ ସମ୍ପ୍ରଦାୟ, ମୂଳବାସୀ ଓ ଅନ୍ୟାନ୍ୟ ବର୍ଗର ଜନସାଧାରଣଙ୍କର ଜୀବନ-ଜୀବିକା ତଥା ପ୍ରାକୃତିକ ସମ୍ପଦର ଉତ୍ସ ଖଣ୍ଡାଧାର ଜଳପ୍ରପାତ ଓ ଖଣିଜ ସଂପଦକୁ କୌଣସି ଭାବେ ଦେଶୀ-ବିଦେଶୀ କମ୍ପାନୀ କିମ୍ବା ସରକାରଙ୍କୁ ଲୁଟ କରିବାକୁ ଅନୁମତି ଦିଆଯାଇପାରିବ ନ।ହିଁ ବୋଲି ଖଣ୍ଡାଧାର ସୁରକ୍ଷା ସଂଗ୍ରାମ ସମିତି ର ତିନିଦିନିଆ ଗଣ ସତ୍ୟାଗ୍ରହରେ ଘୋଷଣା କରାଯାଇଛି । ସାଧାରଣତନ୍ତ୍ର ଦିବସ(ଜାନୁୟାରୀ-୨୬) ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଖଣ୍ଡାଧାର ରେ ଆୟୋଜିତ ତିନିଦିନିଆ ଗଣ ସତ୍ୟାଗ୍ରହକୁ ନୈତିକ ସମର୍ଥନ ଜଣାଇ ଲୋକଶକ୍ତି ଅଭିଯାନର ରାଜ୍ୟ ସଭାପତି ପ୍ରଫୁଲ୍ଲ ସାମନ୍ତରା ଅନଶନ କରିଥିବା ବେଳେ ସତ୍ୟାଗ୍ରହରେ ରାଜ୍ୟ ଓ ରାଜ୍ୟ ବାହାରର ଜନ ଆନ୍ଦୋଳନ ଓ ଗଣ ସଂଗଠନ ମାନେ ସାମିଲ ହୋଇଥିଲେ । ଦୁଇ ଜିଲ୍ଲାର ଖଣ୍ଡାଧାର ଜଳପ୍ରପାତରୁ ସୃଷ୍ଠ ବ୍ରାହ୍ମଣୀ ଓ ବୈତରଣୀ ନଦୀର ଜଳଉତ୍ସ ର ସୁରକ୍ଷା, ଦୁଇ ଜଳସ୍ରୋତ କୁ ଜନ୍ମ ଦେଇଥିବା ତଥା ଆଦିବାସୀଙ୍କ ଜୀବନଜୀବିକା ତଥା ସାଂସ୍କୃତିକ ଜୀବନଧାରା ଓ ଜଳବାୟୁ ପରିବର୍ତ୍ତନର ରକ୍ଷାକବଚ ଭାବେ ପରିଚିତ ସବୁଜ ପର୍ବତମାଳାର ସୁରକ୍ଷା ନିମନ୍ତେ ଏହାର ଚାରିପାଖରେ ୨୫ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଖଣି ଖନନ କୁ ନିଷିଦ୍ଧ କରିବାକୁ ସତ୍ୟାଗ୍ରହର ଘୋଷଣାପତ୍ରରେ ଦାବି କରାଯାଇଛି । ପୋସ୍କୋ ସମେତ ଯେ କୌଣସି କମ୍ପାନୀ ପାଇଁ ରାଜ୍ୟ ସରକାର କରିଥିବା ଖଣି ସୁପାରିସ ପ୍ରତ୍ୟାହାର କରିବା, ଖଣି ଖନନ ପାଇଁ ନିଲାମ ତାଲିକାରୁ ଖଣ୍ଡାଧାରକୁ କେନ୍ଦ୍ର ସରକାର ବାଦଦେବା, ସ୍ଥାନୀୟ ଆଦିବାସୀଙ୍କୁ ସାମୁହିକ ଜଙ୍ଗଲ ଅଧିକାର ପ୍ରଦାନ କରିବା, ନିୟମଗିରି ଅନୁରୂପ ଗ୍ରାମସଭାର ବିନା ଅନୁମୋଦନରେ କୌଣସି ଜମି ଅଧିଗ୍ରହଣ, ଖଣି ଖନନକୁ ନିଷେଧ କରିବା, ଖଣ୍ଡାଧାରକୁ ପ୍ରାକୃତିକ ଐତିହ୍ୟର ମାନ୍ୟତା ଦେବା, ପେସା,ଜଙ୍ଗଲ ଅଧିକାର ଆଇନ ଓ ସମ୍ବିଧାନର ୫ମ ଅନୁଚ୍ଛେଦ ଅନୁଯାୟୀ ଆଦିବାସୀ ଅଞ୍ଚଳରେ ଗ୍ରାମସଭାର ଅଧିକାରକୁ ସ୍ଵିକୃତି ଦେବାକୁ ଗଣ ସତ୍ୟାଗ୍ରହରେ ଦାବି କରାଯାଇଛି ।
ଏହି ତିନିଦିନିଆ ଗଣ ସତ୍ୟାଗ୍ରହରେ ଖଣ୍ଡାଧାର ସୁରକ୍ଷା ସଂଗ୍ରାମ ସମିତି ଆହ୍ଵାନରେ ଆଦିବାସୀ-ମୂଳବାସୀ ବଞ୍ଚାଅ ମଞ୍ଚ,ନିୟମଗିରି ସୁରକ୍ଷା ସମିତି, ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି, ଲୋୟର ସୁକତେଲ ବୁଡି ଅଞ୍ଚଳ ସଂଗ୍ରାମ ସମିତି, ସାହାରା ପାୱାର ପ୍ଳାଣ୍ଟ ବିରୋଧୀ ମଞ୍ଚ, ଇନସାଫ,ଓଡିଶା, ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ଵୟ ସମିତି, ସୁବର୍ଣରେଖା ବନ୍ଦର ବିସ୍ଥାପନ ବିରୋଧୀ ଆନ୍ଦୋଳନ, ଓଡିଶା ଖାଦ୍ୟ ଅଧିକାର ଅଭିଯାନ, ପ୍ରାକୃତିକ ସମ୍ପଦ ସୁରକ୍ଷା ପରିଷଦ , ଆଦିହକ ଜନ ସଂଘର୍ଷ ସମିତି, ଖଣ୍ଡାଧାର ବିରୋଧୀ ଆନ୍ଦୋଳନ,କେଉଁଝର, ଜାମାକ(ଝାଡଖଣ୍ଡ), ସମଦୃଷ୍ଟି ପରିବାର,ପାଉଡି ଭୂୟାଁ ସମାଜ, ମୁଣ୍ଡାରୀ ସମାଜ, ରାଜଧାନୀ ବସ୍ତି ଉନ୍ନୟନ ପରିଷଦ, ଦିଲ୍ଲୀ ଫୋରମ ଓ ଅନ୍ୟାନ୍ୟ ସଂଗଠନର ଶତାଧିକ ସଂଗଠକ ସତ୍ୟାଗ୍ରହ ରେ ସାମିଲ ହୋଇଥିଲେ । ଖଣ୍ଡାଧାର ସୁରକ୍ଷା ସଂଗ୍ରାମ ସମିତିର ସଭାପତି ଝୁରା ନାୟକଙ୍କ ସଭାପତିତ୍ଵ ଓ ନରେନ୍ଦ୍ର ମହାନ୍ତି ଙ୍କ ସଂଯୋଜନାରେ ସର୍ବଶ୍ରୀ ପ୍ରଫୁଲ୍ଲ ସାମନ୍ତରା, କେଦାର ମୁଣ୍ଡାରୀ , ବିଲୁଆ ନାୟକ, ଲିଙ୍ଗରାଜ ଆଜାଦ, ପ୍ରଶାନ୍ତ ପାଇକରାୟ, ଅଗସ୍ତୁସ ଲୁଗୁନ, ଲିଙ୍ଗରାଜ, ଭଗବାନ ମାଝି, ସତୀଶ ମିଶ୍ର, ସୁଶୀଳା ଟପ୍ପନୋ, ଅରୁଣ ଜେନା, ପ୍ରଦୀପ ପ୍ରଧାନ, ହାଲୁ ମୁଣ୍ଡାରୀ, ଲଦ ସିକକା, ବାଳକୃଷ୍ଣ ଷଣ୍ଢ, ଉଦୟସିଂ ଠାକୁର, ସତ୍ୟ ମାହାର, ସୁଷମା ନାୟକ, ଲିଟୁ ମିଞ୍ଜ, ନାରଙ୍ଗୀ ନାୟକ, କୋଇଲି ଦେହୁରି, ଫିଲିପ ଜର୍ଜ, ଅର୍ଜୁନ ସାମଦ, ଭାରତ ପାଣିଗ୍ରାହୀ, ନିହାର ମହାନ୍ତି, ଅନାଦି ମହାନ୍ତ, ସିତାରି ନାୟକ, କ୍ଷୀରେଶ୍ଵରୀ ନାୟକ,ଇତୁଆ ମୁଣ୍ଡା ପ୍ରମୁଖ ସତ୍ୟାଗ୍ରହ-ସମାବେଶରେ ଉଦବୋଧନ ଦେଇ ଖଣ୍ଡାଧାର ର ସୁରକ୍ଷା ପାଇଁ ଐକ୍ୟବଦ୍ଧ ଆନ୍ଦୋଳନ ପାଇଁ ଆହ୍ଵାନ ଜଣାଇଥିଲେ । ଶେଷରେ ଆଦିବାସୀ-ମୂଳବାସୀ ବଞ୍ଚାଅ ମଞ୍ଚ,ସୁନ୍ଦରଗଡର ନେତା ତଥା ବୀରମିତ୍ରପୁର ର ବିଧାୟକ ଜର୍ଜ ‘ମରିବୁ ପଛେ – ଖଣ୍ଡାଧାର ଛାଡ଼ିବୁ ନ।ହିଁ’, ଦେଶୀ-ବିଦେଶୀ କମ୍ପାନୀ ଙ୍କ ଦଲାଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଲଢାଇ ଜାରି ରହିବ ବୋଲି ବଜ୍ର-ଘୋଷଣା କରିଥିଲେ I

Share in top social networks!