ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋଚିତ୍ର ବ୍ୟବହାରକୁ ରାଜ୍ୟ ସରକାର ଓ ସରକାରୀ ଦଳର ବିରୋଧକୁ ବିଜେପି ତରଫରୁ କଟୁ ସମାଲୋଚନା

bjpnirmayaମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆସନ୍ତା ଫେବୃଆରୀ ୭ ତାରିଖରେ ପାରାଦ୍ୱୀପ ତୈଳ ବିଶୋଧନାଗାର ଲୋକାର୍ପିତ ପାଇଁ ସାରା ରାଜ୍ୟରେ ବୁଲୁଥିବା ଜନ ଆମନ୍ତ୍ରଣ ପ୍ରଚାର ଗାଡିକୁ ରାଜ୍ୟ ସରକାର ଏବଂ ସରକାରୀ ଦଳ ଯେପରି ଭାବରେ ବିରୋଧ କରୁଛନ୍ତି ଏହା ସାଧାରଣ ରାଜନୈତିକ ଶିଷ୍ଟାଚାର ହୀନତା ବୋଲି ବିଜେପି ତରଫରୁ କୁହାଯାଇଛି ।
ପ୍ରଚାର ଗାଡିରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋଚିତ୍ର ବ୍ୟବହାରକୁ ରାଜ୍ୟ ସରକାର ଓ ସରକାରୀ ଦଳର ବିରୋଧକୁ ବିଜେପି ତରଫରୁ କଟୁ ସମାଲୋଚନା କରାଯାଇଛି ।ଦଳ ତରଫରୁ ଅଭିଯୋଗ କରାଯାଇଛି ଯେ, ଶ୍ରୀଯୁକ୍ତ ପ୍ରଧାନଙ୍କ ପ୍ରତି ଅଙ୍ଗୁଳି ନିଦେ୍ର୍ଧଶ କରିବା ପୂର୍ବରୁ ରାଜ୍ୟ ସରକାର ଏବଂ ବିଜେଡିର ନେତାମାନେ ସରକାରୀ ଯୋଜନା ଏବଂ ସରକାରୀ ଧନର ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ ଫଟୋର ପ୍ରଚାର ଲମ୍ବା ଇତିହାସକୁ ଥରେ ବୁଲି ଦେଖିବାକୁ ବିଜେପି ତରଫରୁ ପରାମର୍ଶ ଦିଆଯାଇଛି ।
ରାଜ୍ୟର ଆହାର କେନ୍ଦ୍ରମାନଙ୍କରେ ବହୁ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ପ୍ରଚାର ପତ୍ର ଏବେବି ଲାଗି ରହିଛି । ଭୂବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ଅନ୍ୟାନ ହସ୍ପିଟାଲମାନଙ୍କରେ ନିରାମୟ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସରକାରୀ ଅର୍ଥରେ ଲାଗିଛି ନା ନାହିଁ ବୋଲି ବିଜେପି ପ୍ରଶ୍ନ କରିଛି ? ସେହିପରି ଖାଦ୍ୟ ସୁରକ୍ଷା ଯୋଜନାର ପୋଷ୍ଟର ଓ ବ୍ୟାନରରେ କାହାର ଫଟୋ ଲାଗିଥିଲା ବୋଲି ବିଜେପି ତରଫରୁ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରାଯାଇଛି ।
ଏହା ସହ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନବୀନ ପଟ୍ଟନାୟକଙ୍କ ଫଟୋ ଛାପି ଯୋଜନା ନିଜର କହିବାର ଯୁଗ ଶେଷ ହୋଇଛି ବୋଲି ବିଜେପି ତରଫରୁ ସ୍ଫଷ୍ଟ କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କେନ୍ଦ୍ର ସରକାରଙ୍କର । ୩୦ ଟଙ୍କାରେ ଚାଉଳରେ କେନ୍ଦ୍ର ୨୭ ଟଙ୍କା ଓ ରାଜ୍ୟ ମାତ୍ର ୨ଟଙ୍କା ଦେଇ ସଂପୂର୍ଣ୍ଣ ଯୋଜନାକୁ ନିଜର କହିବା ମିଛର ଫର୍ଦ୍ଧାଫାଶ ହେବା କାରଣରୁ ବିଜେଡି ବିଚଳିତ ହେବା ସ୍ୱାଭାବିକ ବୋଲି ବିଜେପି ତରଫରୁ ପ୍ରକାଶ କରାଯାଇଛି ।
ଓଡିଶା ବିକାଶ କ୍ଷେତ୍ରରେ ପ୍ରଚେଷ୍ଟା ଦେଖାଉଥିବା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଓଡିଶାରେ ଏକ ଶିଲ୍ପ ବିପ୍ଲବର ହବ୍ରେ ପରିଣତ କରିବା ପାଇଁ ପେଟୋ୍ରଲିୟମ ବିଭାଗ ଓ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉଦ୍ୟମକୁ ସାଧୁବାଦ ଓ ଧନ୍ୟବାଦ ଜଣାଇବା ପରିବର୍ତ୍ତେ ସାଧାରଣ ରାଜନୈତିକ ଶିଷ୍ଟାଚାର ଭୁଲି ପ୍ରଧାନମନ୍ତ୍ରୀ ଆଗମନ ପୂର୍ବରୁ ବିଜେଡି ଯେଉଁ ଭଳି ଭାବେ ବିବାଦ ଶୃଷ୍ଟି କରିବାକୁ ଚେଷ୍ଟା କାରୁଛି ତାକୁ ବଜେପିର କାର୍ୟ୍ୟକର୍ତ୍ତା ମାନେ ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ପୃଥିରାଜ ହରିଚନ୍ଦନ ଏକ ପ୍ରେସବିବୃତିରେ କହିଛନ୍ତି । ଉକ୍ତ ପ୍ରେସରେ ଶ୍ରୀମତୀ ପ୍ରଭାତୀ ପରିଡା, ଡ଼ୃଗୁବକ୍ସି ପାତ୍ର, ସମୀର ମହାନ୍ତି,କାଲନ୍ଦି ସାମଲ ,ଜଗନ୍ନାଥ ପ୍ରଧାନ, ଦିଲିପ ମହାନ୍ତି, ଅମିୟ ଦାଶ ,ହରିହର ଖୁଣ୍ଟିଆ, ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!