ଓଡ଼ିଶା ମୂଲ୍ୟଯୁକ୍ତ କର ଆଇନର ସଫଳ ରୂପାୟନ ପାଇଁ ରାଜ୍ୟସ୍ତରୀୟ ଉପଦେଷ୍ଟା କମିଟିର ବୈଠକ

ଅର୍ଥ ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ମୂଲ୍ୟଯୁକ୍ତ କର ଆଇନର ସଫଳ ରୂପାୟନ ପାଇଁ ରାଜ୍ୟସ୍ତରୀୟ ଉପଦେଷ୍ଟା କମିଟିର ବୈଠକ ମଧୁସୂଦନ ଦାସ ଆଞ୍ଚଳିକ ଆଥ#ର୍କ ପରିଚାଳନା ଏକାଡେମୀରେ ଅନୁଷ୍ଠିତ ହୋଇଯାଇଛିା

ଏହି ଅବସରରେ ଅର୍ଥ ମନ୍ତ୍ରୀ ଶ୍ରୀ ଅମାତ କହିଲେ ଯେ, ମୂଲ୍ୟଯୁକ୍ତ କର ଏବଂ ଅନ୍ୟ ବାଣିଜି୍ୟକ କର ଆଇନକୁ ସରଳ ଓ ସହଜ କରିବା ପାଇଁ ରାଜ୍ୟ ସରକାର କେତେକ ସଂଶୋଧନ କରିଛନ୍ତି, ଯଦ୍ଦ୍ୱାରା ଓଡ଼ିଶାରେ ନୂଆ ବ୍ୟବସାୟ ଏବଂ ଶିଳ୍ପସଂସ୍ଥାନ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛିା ଓଡ଼ିଶା ମୂଲ୍ୟଯୁକ୍ତ କର (ସଂଶୋଧନ) ଆଇନ-୨୦୧୫ ଅନୁସାରେ ନୂତନ ଭାବେ ପଞ୍ଜିକରଣ କରିବା ପାଇଁ
କୌଣସି ଜମାରାଶି ଦେବାକୁ ପଡିବ ନାହିାଁ ପଞ୍ଜିକରଣ ସାର୍ଟିଫିକେଟ୍ରେ ମୁଖ୍ୟ ବ୍ୟବସାୟ ପ୍ରତିଷ୍ଠାନର ପରିବର୍ତ୍ତନ, ବ୍ୟବସାୟର ମାଲିକାନାରେ ପରିବର୍ତ୍ତନ ଓ ଷ୍ଟାଟସ୍ର ପରିବର୍ତ୍ତନ ବ୍ୟତୀତ ଅନ୍ୟ ସବୁ ସଂଶୋଧନ ବିଭାଗୀୟ ଅଧ#କାରୀଙ୍କ ବିନା ଅନୁମୋଦନରେ ସ୍ୱୟଂକ୍ରିୟ ଭାବରେ କରାଯାଇ ପାରିବା ଅଧ#କ ଟିକସ ପଇଠ କରିଥ#ବା ବ୍ୟବସାୟୀମାନଙ୍କୁ ଫେରସ୍ତ ଦେବା ପାଇଁ ବ୍ୟବସ୍ଥା ହୋଇଛିା ବିନା ଅଡିଟ୍ରେ ବଡ
ବ୍ୟବସାୟୀମାନଙ୍କର କର ଆକଳନ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତିା

ଏହି ବୈଠକରେ ବାଣିଜ୍ୟକର କମିଶନର ନିତିନ ଚନ୍ଦ୍ର, ଅର୍ଥ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ବିରାଜ କୁମାର ଦାସ, ସ୍ୱତନ୍ତ୍ର ବାଣିଜ୍ୟକର କମିଶନର ପ୍ରଶାନ୍ତ କୁମାର ପାତ୍ର, ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ନିଧ# କୁମାର ରାଉତରାୟ ଓ ଅନ୍ୟ ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲୋ ନାଲକୋ, ସେଲ, ଓଏମ୍ସି, ମଦ ନିଗମ, ଓଡ଼ିଶା ଶିଳ୍ପ ସଂଘ, ଓଡ଼ିଶା ବ୍ୟବସାୟୀ ମହାସଂଘ, ଚ୍ୟାମ୍ବର ଅଫ୍ କମର୍ସର ପ୍ରତିନିଧ#ମାନେ ଏହି
ବୈଠକରେ ଯୋଗଦେଇ ସେମାନଙ୍କର ମୂଲ୍ୟବାନ ମତାମତ ପ୍ରଦାନ କରିଥ#ଲୋ

Share in top social networks!