ଭୁବନେଶ୍ୱର ଜାତୀୟସ୍ତରରେ ପ୍ରଥମ ସ୍ମାର୍ଟସିଟି ବିବେଚିତ

1910381_1111045942273381_6895986540270197997_nଆଜି ସଦ୍ୟ ପ୍ରକାଶିତ ସ୍ମାର୍ଟସିଟି ତାଲିକାରେ ଭୁବନେଶ୍ୱର ଦେଶର ପ୍ରଥମ ମହାନଗର ଭାବେ ବିବେଚିତ ହୋଇଛିା ଏହି ସଫଳତା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପୁଷ୍ପେନ୍ଦ୍ର ସିଂହ ଦେଓ ଭୁବନେଶ୍ୱରବାସୀ ତଥା ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତିା ରାଜ୍ୟ
ସରକାର ଯେଉଁ ସହଯୋଗ ପ୍ରଦାନ କରିଛନ୍ତି ସେଥ#ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତିା

ସେହିପରି ଅଧ#କାରୀ, ଅନୁଷ୍ଠାନ, ସଂସ୍ଥା ଓ ବ୍ୟକ୍ତିବିଶେଷ ଏହି ଅଭିଯାନରେ ସାମିଲ ହୋଇ ଏହି ସଫଳତା ଆଣିଥ#ବାରୁ& ସେମାନଙ୍କୁ ସେ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ଭୁବନେଶ୍ୱରକୁ ଏକ ସର୍ବାଧୁନିକ ସୁସ୍ଥ, ସୁନ୍ଦର ଏବଂ ସବୁଜ ନଗରୀ ଭାବେ ଗଢିତୋଳିବାରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତିା ଏଠାରେ ସୂଚନାଯୋଗ୍ୟ ଯେ, ଦେଶର ୨୦ଟି ସହରକୁ ସ୍ମାର୍ଟସିଟି ଭାବେ ଚୟନ କରାଯିବା ନିମନ୍ତେ
ଗତବର୍ଷ ଜୁନ ମାସରୁ ଜାତୀୟସ୍ତରରେ ପ୍ରତିଦ୍ୱନ୍ଦିତାମୂଳକ ମାନଦଣ୍ଡ ନିର୍ଦ୍ଧାରଣ କରାଯାଇ ଏହି ପ୍ରକ୍ରିୟାର ସଂଚାଳନ କରାଯାଇଥ#ଲାା ଏଥ#ରେ ଜନସଂଖ୍ୟା, ସମ୍ବଳ, ଭିତ୍ତିଭୂମି, ମୌଳିକ ସେବା, ପରିମଳ ବ୍ୟବସ୍ଥା, ସେ୍ୱରେଜ୍ ସିଷ୍ଟମ୍, ବସ୍ତି ଥଇଥାନ, ପାନୀୟ ଜଳ ଯୋଗାଣ, ବିଦୁ୍ୟତ ସଂଚାର ପ୍ରଭୃତି ବିଭିନ୍ନ ଦିଗପ୍ରତି ଦୃଷ୍ଟି ଦିଆଯାଇଥ#ଲାା

ସ୍ମାର୍ଟ ସିଟି ଚୟନ ଫଳରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ଯୋଜନା ଭାବେ ଟ୍ରାଫିକ୍ ନିୟନ୍ତ୍ରଣ, ପାର୍କ ପରିଚାଳନା, ବସ ସର୍ଭିସ ପରିଚାଳନା ଏବଂ ଆଧୁନିକ ଟ୍ରାଫିକ୍ ସିଷ୍ଟମ୍ ଭଳି ମୋବିଲିଟି କାର୍ଯ୍ୟକ୍ରମ ହାତକୁ ନିଆଯିବା ଯହିଁରେ ସାଇକେଲ ଲେନ୍, ଇ-ରିକ୍ସା, ସହରାଞ୍ଚଳ
ଇତିହାସ ସଂଗ୍ରହାଳୟ ସ୍ଥାପନ ଭଳି କାର୍ଯ୍ୟକ୍ରମ ରହିଛିା ଏତଦ୍ବ୍ୟତୀତ ଭୁବନେଶ୍ୱର ମହାନଗରରେ ଯୁବବର୍ଗଙ୍କ ପାଇଁ ଦକ୍ଷତା ବିକାଶ ନିମନ୍ତେ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଏହି ଯୋଜନା ପ୍ରକାରେ ମହାନଗର ଅଞ୍ଚଳରେ ୨୪ X ୭ ଶକ୍ତି ସଂଚାର, ଜଳଯୋଗାଣ, ଛାତ
ଉପର ସୌରଶକ୍ତି ଏବଂ ବିପର୍ଯ୍ୟୟ ପରିଚାଳନା ପ୍ରଭୃତି କାର୍ଯ୍ୟ ରହିଛିା ପୁନଶ୍ଚ ମହାନଗରୀର କାର୍ଯ୍ୟକ୍ରମଗୁଡିକରେ ସ୍ୱଚ୍ଛ ଭାରତ ମିଶନ, ଅମୃତ, ମିଶନ ଆବାସ, ଡିଜିଟାଲ ଇଣ୍ଡିଆ ଏବଂ କୁଟ&ୁମ୍ଭ ନାମରେ ଆହାର ଯୋଜନାକୁ ସାମିଲ କରାଯିବ ବୋଲି ଜଣାପଡିଛିା

ଏହି ସମସ୍ତ କାର୍ଯ୍ୟ ନିମନ୍ତେ ସର୍ବମୋଟ ଟ. ୪୫୩୭ କୋଟି ବ୍ୟୟ ମଞ୍ଜୁରୀ ମିଳିଥ#ବା ବେଳେ ଭୁବନେଶ୍ୱର ଟାଉନ ସିଟି ଡିଷ୍ଟି୍ରକଫ(ବିଟିସିଡି) ପାଇଁ ୪୦୯୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ପାନ୍ ସିଟି ଯୋଜନା ପାଇଁ ୪୪୨ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶା

Share in top social networks!