ଔଦ୍ୟୋଗିକ କ୍ଷେତ୍ରରେ ‘ଇମୋସନାଲ୍‍ କୋସେଣ୍ଟ୍‍’ର ଚାହିଦା ବୃଦ୍ଧି ପାଉଛି : ନାଲ୍‍କୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ

nalcokhurda“ନିଯୁକ୍ତି ସୂଚକାଙ୍କରେ ସଂପ୍ରତି ‘ଇମୋସନାଲ୍‍ କୋସେଣ୍ଟ’ (ଋଛ)କୁ ‘ଇଣ୍ଟେଲିଜେନ୍ସ କୋସେଣ୍ଟ୍‍’ (ଓଛ) ତୁଳନାରେ ଉକôୃଷ୍ଟତର ବୋଲି ମୂଲ୍ୟାୟନ କରାଯାଉଛି । ନବରତ୍ନ ନାଲ୍‍କୋ ଭଳି ସମସ୍ତ ପ୍ରମୁଖ ଉଦ୍ୟୋଗ, ନିଯୁକ୍ତିଆଶାୟୀଙ୍କ ମଧ୍ୟରେ ଏକ ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱକୁ ଅଗ୍ରାଧିକାର ଦେଉଛନ୍ତି ।” ଆଜି ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ୫୭ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାଲ୍‍କୋର ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ ଏହି ବକ୍ତବ୍ୟ ପ୍ରଦାନ କରିଛନ୍ତି । ନିଜର ଅଭିଭାଷଣରେ ଶ୍ରୀ ଚାନ୍ଦ ସୂଚନା ଦେଇଥିଲେ ଯେ ଭାରତୀୟ ଔଦ୍ୟୋଗିକ କ୍ଷେତ୍ରରେ ଆଗାମୀ ୪-୫ ବର୍ଷ ମଧ୍ୟରେ ପ୍ରାୟ ୧୨୦ ନିୟୁତ କୁଶଳୀ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି, ଯାହା କି ଦେଶରେ କର୍ମନିଯୁକ୍ତି ପରିସରକୁ ଆହୁରି ବ୍ୟାପକ କରିବ । ଏହି ପରିପ୍ରେକ୍ଷୀରେ, ସେ ଛାତ୍ରଛାତ୍ରୀମାନଙ୍କୁ ନିଜର ମନୋଭାବ, ଦକ୍ଷତା ଏବଂ ଜ୍ଞାନର ଭିତ୍ତିଭୂମିକୁ ଅଧିକ ବଳିଷ୍ଠ କରିବାକୁ ପରାମର୍ଶ ଦେଇଥିଲେ ।
ବ୍ୟକ୍ତିତ୍ୱର ଏହି ଆଧାରଗୁଡ଼ିକ, ପରସ୍ପର ସହ ସମ୍ମିଳିତ ହେଲେ ଏହାର ପ୍ରଭାବ ବହୁଗୁଣିତ ହୋଇଯାଏ । ସେହିପରି, ଏଥିମଧ୍ୟରୁ କୌଣସିଟି ଉପାଦାନର ଅଭାବ, ନିଯୁକ୍ତି ସମ୍ଭାବନାକୁ ଅନେକାଂଶରେ ହ୍ରାସ କରିଥାଏ ବୋଲି ଶ୍ରୀ ଚାନ୍ଦ ମତବ୍ୟକ୍ତ କରିଥିଲେ ।
ଔଦ୍ୟୋଗିକ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ବିକାଶ ଓ ସଫଳତାର ଆଧାର ଭାବେ ଗ୍ରହଣ କରାଯାଇଥାଏ । ‘ମେକ୍‍ ଇନ୍‍ ଇଣ୍ଡିଆ’ ଅଭିଯାନରେ ନିଯୁକ୍ତି ସମ୍ଭାବନା ସୃଷ୍ଟିରେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗଗୁଡ଼ିକର ଏକ ପ୍ରମୁଖ ଭୂମିକା ରହିଛି ବୋଲି ଶ୍ରୀ ଚାନ୍ଦ କହିଥିଲେ ।
ଏହି ଅବସରରେ, ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର୍‍ ଅଚୁ୍ୟତ ସାମନ୍ତ, ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ଶ୍ରୀ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଏବଂ ଅଧ୍ୟକ୍ଷ ଡକ୍ଟର୍‍ ପ୍ରତାପ କୁମାର ଦାସ ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ । ଅବସରପ୍ରାପ୍ତ ଆଇଏଏସ୍‍ ଶ୍ରୀ ବିବେକ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ମେଜର୍‍ କ୍ଷୀରୋଦ ପ୍ରସାଦ ମହାନ୍ତି ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରାଣନାଥ ସମ୍ମାନ ପ୍ରଦାନ କରାଯାଇଥିଲା ।

Share in top social networks!