ଭୁବନେଶ୍ୱରକୁ ଦେଶର ଏକ ନମ୍ବର ସ୍ମାର୍ଟ ସିଟି ମାନ୍ୟତା ପରେ – ଧର୍ମେନ୍ଦ୍ର ପ୍ରଧାନ କହିଲେ ଓଡିଆ ଭାବରେ ସେ ଗର୍ବିତ

ଭୁବନେଶ୍ୱର ଦେଶର ପ୍ରଥମ ୨୦ଟି ସ୍ମାର୍ଟ ସିଟି ତାଲିକାରେ ପ୍ରଥମ ସ୍ଥାନ ପାଇଥିବା ଭାରତ ସରକାରଙ୍କ ଦ୍ୱାରା ଘୋଷଣା ହେବା ପରେ ସେ ନିଜେ ଓଡିଆ ହିସାବରେ ଗର୍ବ ଅନୁଭବ କରୁଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
12642903_953045208112392_8192990494192634942_n
ମନ୍ଦିର ମାଳିନୀ ସହର ତଥା ଓଡିଶାର ରାଜଧାନୀକୁ ଏପରି ଅନନ୍ୟ ସମ୍ମାନ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସହରାଂଚଳ ବିକାଶ ମନ୍ତ୍ରୀ ଏମ. ଭେଙ୍କେୟା ନାୟଡୁଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଛନ୍ତି ।ଏହା ସହ ଭୁବନେଶ୍ୱର ସହରର ଜନସାଧାରଣଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

ସ୍ମାର୍ଟ ସିଟି ଘୋଷଣା ହେବା ପରେ କେନ୍ଦ୍ର ସରକାର ଭୁବନେଶ୍ୱରର ନାଗରିକ ମାନଙ୍କର ସମସ୍ତ ସୁଖ ସୁବିଧା ଓ ଉନ୍ନତ ମାନର ଜୀବନ ଯାପନ ପାଇଁ ସମସ୍ତ ଭିତିଭୂମି ପାଇଁ ପ୍ରଚୁର ଅର୍ଥ ଯୋଗାଇ ଦେବେ । ଏହି ଅର୍ଥର ସଦୁପଯୋଗ କରି ଭୁବନେଶ୍ୱରକୁ ଏକ ବିଶ୍ୱ ମାନର ସହରରେ ଗଢି ତୋଳିବା ପାଇଁ ଏକ ସୁଯୋଗ ସୃଷ୍ଟି ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି ।

Share in top social networks!