ସରକାର ଶିକ୍ଷକମାନଙ୍କ ଦାବି ପ୍ରତି ସହାନୁଭୂତିଶୀଳ ଅଟନ୍ତି-ମନ୍ତ୍ରୀ ଶ୍ରୀ ମିଶ୍ର

ଆଜି ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୮୫ ହଜାରରୁ ଊ–ର୍ କାର୍ଯ୍ୟରତ ବିଭିନ୍ନ
ବର୍ଗର ଶିକ୍ଷା ସହାୟକ ଓ ଗଣଶିକ୍ଷକମାନଙ୍କର ପାରିଶ୍ରମିକ ବୃଦ୍ଧିକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ
ପଟ୍ଟନାୟକ ଅନୁମୋଦନ କରିଛନ୍ତିା ଏହି ବର୍ଦ୍ଧିତ ପାରିଶ୍ରମିକ ତା. ୦୧/୧୨/୨୦୧୫ରିଖ ଠାରୁ ଲାଗୁ
ହେବ ବୋଲି ସଚିବାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା
ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତିା ଗଣମାଧ୍ୟମ ପ୍ରତିନିଧ#ମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ
ମିଶ୍ର କହିଲେ ଯେ ଉକ୍ତ ବୃଦ୍ଧି ଯୋଗୁଁ କାର୍ଯ୍ୟରତ ୨୭୬୪୫ ଶିକ୍ଷା ସହାୟକ ଇପିଏଫ୍ ବ୍ୟତୀତ ପୂର୍ବରୁ
ପାଉଥ#ବା ୫୨୦୦ଟଙ୍କା ପରିବର୍ତ୍ତେ ଇପିଏଫ୍ ବ୍ୟତୀତ ୭୪୦୦ ଟଙ୍କା ପାଇବେ ଏବଂ ୩୪୮୪୬ କନିଷ୍ଠ
ଶିକ୍ଷକ ଇପିଏଫ୍ ବ୍ୟତୀତ ପୂର୍ବରୁ ପାଉଥ#ବା ୭୦୦୦ ଟଙ୍କା ପରିବର୍ତ୍ତେ ଇପିଏଫ୍ ବ୍ୟତୀତ ୯୨୦୦ ଟଙ୍କା
ପାଇବୋ
ସେହିପରି ଗଣଶିକ୍ଷକମାନଙ୍କ କ୍ଷେତ୍ରରେ ତାଲିମ ପ୍ରାପ୍ତ ମାଟି୍ରକୁଲେଟ୍ ପାସ୍ ୨୫୬ ଜଣ ଗଣଶିକ୍ଷକ
ଇପିଏଫ୍ ବ୍ୟତୀତ ପୂର୍ବରୁ ପାଉଥ#ବା ୩୭୦୦ଟଙ୍କା ପରିବର୍ତ୍ତେ ବର୍ତ୍ତମାନ ଇପିଏଫ୍ ବ୍ୟତୀତ ୬୪୦୦ ଟଙ୍କା
ପାଇବେ ଏବଂ ତାଲିମପ୍ରାପ୍ତ ଯୁକ୍ତ ୨ ପାସ ୧୬୮୬୮ ଜଣ ଗଣଶିକ୍ଷକ ଇପିଏଫ୍ ବ୍ୟତୀତ ପୂର୍ବରୁ
ପାଉଥ#ବା ୪୦୦୦ଟଙ୍କା ପରିବର୍ତ୍ତେ ୭୦୦୦ ଟଙ୍କା ପାଇବୋ ଅଣତାଲିମପ୍ରାପ୍ତ ମାଟି୍ରକୁ୍ୟଲେସନ୍ ପାସ୍
କରିଥ#ବା ୫୩୬ ଗଣଶିକ୍ଷକ ଇପିଏଫ୍ ବ୍ୟତୀତ ପୂର୍ବରୁ ପାଉଥ#ବା ୩୨୦୦ଟଙ୍କା ପରିବର୍ତ୍ତେ ବର୍ତ୍ତମାନ
ଇପିଏଫ୍ ବ୍ୟତୀତ ୫୬୦୦ ଟଙ୍କା ପାଇବୋ ସେହିପରି ଅଣତାଲିମପ୍ରାପ୍ତ ଯୁକ୍ତ ୨ ପାସ୍ କରିଥ#ବା
୪୮୫୨ ଗଣଶିକ୍ଷକ ବର୍ତ୍ତମାନ ଇପିଏଫ୍ ବ୍ୟତୀତ ୩୭୦୦ଟଙ୍କା ପାଉଥ#ବା ବେଳେ ଉକ୍ତ ବୃଦ୍ଧି ଯୋଗୁଁ
ଇପିଏଫ୍ ବ୍ୟତୀତ ୬୪୦୦ ଟଙ୍କା ପାଇବୋ
ଉପରୋକ୍ତ ବର୍ଗର ୮୫ ହଜାର ଶିକ୍ଷକମାନଙ୍କର ପାରିଶ୍ରମିକ ବୃଦ୍ଧି ଯୋଗୁଁ ରାଜ୍ୟ ସରକାର
ବର୍ତ୍ତମାନର ବ୍ୟୟ ବରାଦ ୬୪୮.୬୪ କୋଟି ପରିବର୍ତ୍ତେ ୯୨୫.୫୯ କୋଟି ବାର୍ଷିକ ବ୍ୟୟବରାଦ ଆକଳନ
କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତିା ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ
ରଞ୍ଜନା ଚୋପ୍ରା ଉପସ୍ଥିତ ଥ#ଲୋ

Share in top social networks!