ରାଜ୍ୟସ୍ତରୀୟ ଭିଜିଲାନ୍ସ ଓ ମନିଟରିଙ୍ଗ କମିଟିର ବୈଠକ

patsaniiରାଜ୍ୟସ୍ତରୀୟ ଭିଜିଲାନ୍ସ ଓ ମନିଟରିଙ୍ଗ କମିଟିର ବୈଠକ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ଏହି ବୈଠକରେ କେନ୍ଦ୍ର ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥ#ବା ବିଭିନ୍ନ ପ୍ରମୁଖ ଲୋକହିତକର କାର୍ଯ୍ୟକ୍ରମଗୁଡିକର ସଫଳ କାର୍ଯ୍ୟାନ୍ୱୟନ ସଂପର୍କରେ ସମୀକ୍ଷା କରାଯାଇଛିା ଧାର୍ଯ୍ୟ ସମୟ ମଧ୍ୟରେ ଲକ୍ଷ୍ୟ ହାସଲ କରିବାକୁ ସଂପୃକ୍ତ ବିଭାଗୀୟ ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା
ମହାତ୍ମଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୭୬୦.୦୬ ଲକ୍ଷ ଶ୍ରମ ଦିବସ ସୃଷ୍ଟି ଲକ୍ଷ୍ୟ ଥ#ଲା ବେଳେ ୫୨୮.୧୩ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛିା ମୋଟ ୨୩୩୬.୪୨ ଲକ୍ଷ ଟଙ୍କା ମଧ୍ୟରୁ ୧୪୮୪.୦୬ ଲକ୍ଷ ଟଙ୍କା ବ୍ୟୟ କରାଯାଇଛିା ମରୁଡି ଘୋଷିତ ଅଞ୍ଚଳରେ ୨୦୦ ଦିନର କାର୍ଯ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତିା ଏହାର କାର୍ଯ୍ୟକାରିତା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି ବୋଲି ବୈଠକରେ ସୂଚନା ଦିଆଯାଇଛିା
ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଆରୋପ କରୁଛନ୍ତିା ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ଥ#ବା ସମସ୍ତ କଚ୍ଚାଘରକୁ ପMାଘରରେ ପରିଣତ କରିବାକୁ ସରକାର ଯୋଜନା କରିଛନ୍ତିା ଏହି ଲକ୍ଷ୍ୟ ହାସଲ ନିମନ୍ତେ ଇନ୍ଦିରା ଆବାସ ଯୋଜନା ଓ ବିଜୁ ପMାଘର କାର୍ଯ୍ୟକ୍ରମ ଚାଲିଛିା ଏବେ ଦୈନିକ ୧୬୮୦ ଘର ନିର୍ମାଣ ହେଉଛିା ଏହାକୁ ଦୈନିକ ୨୦୦୦ କରିବା ପାଇଁ ଅଧ#କାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା କେତେକ ସ୍ଥାନରେ ଗୃହନିର୍ମାଣ ସାମଗ୍ରୀର ଅଭାବ ସଂପର୍କରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ସମାଧାନର ପନ୍ଥା ନିର୍ଦ୍ଧାରଣ କରାଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଛିା ରାଜ୍ୟର ସମସ୍ତ ଆଦିମ ଜନଜାତିର ଲୋକମାନଙ୍କୁ ଗୃହ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛିା ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସୂଚନା ମତେ ପଞ୍ଚାୟତିରାଜ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛିା ଜାତୀୟ ଗ୍ରାମୀଣ ଜୀବିକା ନିର୍ବାହ ମିଶନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇ ଚାହିଦା ମୁତାବକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିବାକୁ ବିଭାଗକୁ ପରାମର୍ଶ ଦିଆଯାଇଛିା
ଅନୁସୂଚିତ ଜନଜାତିର ଲୋକମାନଙ୍କର ସର୍ବାଙ୍ଗୀନ ବିକାଶ ଓ ଦକ୍ଷତା ବୃଦ୍ଧି ନିମନ୍ତେ ବିଶେଷ କାର୍ଯ୍ୟକ୍ରମ କରାଯାଉଛିା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଏହାର ଉପଯୋଗ କରାଯାଉଛିା ଚଳିତ ଆଥ#ର୍କ ବର୍ଷରେ ମୋଟ ୧୩୪.୮୫ କୋଟି ଟଙ୍କା ମଧ୍ୟରୁ ୬୫.୬୮ କୋଟି ଟଙ୍କା ବିନିଯୋଗ କରାଯାଇ ଥ#ବା ବେଳେ ୬୧୧ ପ୍ରକଳ୍ପ ହାତକୁ ନିଆଯାଇଛି ଯେଉଁଥ#ରେ ୪୬,୮୬୩ ପରିବାର ଉପକୃତ ହୋଇଛନ୍ତିା
ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣାଧୀନ ଛାତ୍ରାବାସର ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତିା ୧୬୭୦ ବିଦ୍ୟାଳୟରେ ପ୍ରାୟ ୪.୪ ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତିା ୪୭୭୨ ଛାତ୍ରାବାସରେ ୪ ଲକ୍ଷ ଅନ୍ତେବେସୀ ଥ#ବା ସୂଚନା ମିଳିଛିା ୨୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପୋଷ୍ଟ ମାଟି୍ରକ ଓ ପ୍ରି-ମାଟି୍ରକ ବୃତ୍ତି ପ୍ରଦାନ କରାଯାଉଛିା ୨୮୫୦ ଛାତ୍ରାବାସ ମଧ୍ୟରୁ ୧୯୫୪ ଛାତ୍ରାବାସର ନିର୍ମାଣ ସରିଥ#ବା ବେଳେ ଅବଶିଷ୍ଟ ୮୯୬ ଛାତ୍ରାବାସର ନିର୍ମାଣ କାର୍ଯ୍ୟ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବ ବୋଲି ବୈଠକରୁ ସୂଚନା
ମିଳିଛିା
ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଚଳିତ ଆଥ#ର୍କ ବର୍ଷରେ ମୋଟ ୩୦୫୫ କି.ମି. ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥ#ବା ବେଳେ ବର୍ତ୍ତମାନ ସୁଦ୍ଧା ୨୪୧୯.୩୭ କି.ମି. ରାସ୍ତା ନିର୍ମାଣ ସରିଛି ଯେଉଁଥ#ରେ ୧୪୩୦ ଗ୍ରାମ ଉପକୃତ ହେବା
ସମନ୍ୱିତ ଜଳଛାୟା ପରିଚାଳନା କାର୍ଯ୍ୟକ୍ରମରେ ଚଳିତ ଆଥ#ର୍କ ବର୍ଷରେ ମୋଟ ୧୩୨.୫୮ କୋଟି ଟଙ୍କା ବିନିଯୋଗ କରାଯାଇଛି ଏବଂ ୨୬୬୨ ହେକଫର ଜମିରେ ବନୀକରଣ ହୋଇଥ#ବା ସୂଚନା ଦିଆଯାଇଛିା
ରାଜୀବ ଗାନ୍ଧୀ ଗ୍ରାମୀଣ ବିଦୁ୍ୟତିକରଣ ଯୋଜନାରେ ଭାରତ ସରକାର ୩୫୫୦.୭୫ କୋଟିର ୩୧ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତିା ଏଥ#ରେ ୩୧୪୪ ଗ୍ରାମ, ୧୬୫୩୩ ପଡାଗ୍ରାମର ୧୬୬୮୪୫୪ ଦାରିଦ୍ର୍ୟ ସୀମାରେଖା ତଳେ ଥ#ବା ପରିବାରକୁ ବିଦୁ୍ୟତ ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛିା କାର୍ଯ୍ୟ ସଂପାଦନ ପାଇଁ କେନ୍ଦ୍ରୀୟ ଉଦ୍ୟୋଗ ଏନ୍ଟିପିସି ଓ ପିଜିସିଆଇଏଲ୍କୁ ଦାୟିତ୍ୱ ଦିଆଯାଇଛି ଓ ୨ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ବୈଠକରୁ ସୂଚନା ମିଳିଛିା ସେହିପରି ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ଉପଲବ୍ଧ ୧୬୫୬.୪୮ କୋଟି ଟଙ୍କାର ସଫଳ ଉପଯୋଗିତା ସଂପର୍କରେ ବୈଠକରେ ଆଲୋଚନା ହୋଇଥ#ଲାା
ଏହି ବୈଠକରେ ମହିଳା ଓ ଶିଶୁ ବିକାଶ, ଯୋଜନା ଓ ସମନ୍ୱୟ ମନ୍ତ୍ରୀ ଉଷାଦେବୀ, ସାଂସଦ ଅର୍ଜୁନ ଚରଣ ସେଠୀ, ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବିଧାୟକ ସୁବଳ ସାହୁ, ପଞ୍ଚାୟତିରାଜ ପ୍ରମୁଖ ସଚିବ ଡି.କେ. ସିଂ, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଶକ୍ତି ବିଭାଗର ପ୍ରମୁଖ ସଚିବ ରାଜେଶ ବର୍ମା, ଜଙ୍ଗଲ ଓ ପରିବେଶ ସଚିବ ଏମ୍. ସତ୍ୟନାରାୟଣ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଚିବ ସୁରେନ୍ଦ୍ର କୁମାର, ଓପିଟିସିଏଲ୍ର ସିଏମ୍ଡି ହେମନ୍ତ ଶର୍ମା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଅତିରିକ୍ତ ଶାସନ ସଚିବ ଏସ୍.ପି. ଦାସ, ଓଡ଼ିଶା ଜୀବିକା ନିର୍ବାହ ନିର୍ଦ୍ଦେଶକ ପ୍ରଣବ ଜ୍ୟୋତି ନାଥ, ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ନିତିନ ଭାନୁଦାସ ଜଓ୍ୱାଲେ, ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଦେବେନ୍ଦ୍ର ପ୍ରସାଦ ଦାସ, ଜଳଛାୟା ମିଶନର ନିର୍ଦ୍ଦେଶକ ସୁଜାତା କାର୍ତ୍ତିକେୟନ୍ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧ#କାରୀମାନେ ଯୋଗଦେଇଥ#ଲୋ

Share in top social networks!