ଲୋକଙ୍କ ହିତପାଇଁ ଆଇ.ଟି ବ୍ୟବହାର ଉପରେ ଫୋକସ ରହିବ-ଆଇଟି ପରାମର୍ଶଦାତା ଡ. ପିଟୋ୍ରଡା

ରାଜ୍ୟ ସରକାରଙ୍କ ଆଇ.ଟି ବିଭାଗ ଆଜି ପୂର୍ବାହ୍ନରେ ରାଜୀବଭବନ ପରିସରରେ ରାଜ୍ୟରେ ଆଇ.ଟିର ସ୍ଥିତି, ପ୍ରଗତି ଓ ଓଡ଼ିଶାର ଜନସାଧାରଣଙ୍କ ମାନବୃଦ୍ଧି ତଥା ଜନସାଧାରଣଙ୍କ ନିକଟରେ ଏହାର ସୁଫଳ କିପରି ପହଞ୍ଚ# ପାରିବ ସେ ସଂପର୍କରେ ରାଜ୍ୟ ବୈଷୟିକ ପରାମର୍ଶଦାତା ଡ. ସାମ୍ ପିଟ୍ରୋଡାଙ୍କ ସହ ଆଲୋଚନା କରିଛନ୍ତିା କେଉଁ କେଉଁ ପଦକ୍ଷେପ ଗ୍ରହଣ କଲେ ଓଡ଼ିଶାରେ ଆଇ.ଟିର ସ୍ଥିତି ସୁଦୃଢ ହୋଇପାରିବ ସେ ସଂପର୍କରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ପ୍ରଣବ ପ୍ରକାଶ ଦାସ ଓ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ଆଲୋଚନା କରିଥ#ଲୋ
ପ୍ରଥମ ପର୍ଯ୍ୟାୟରେ ୧୦/୧୨ଟି କ୍ଷେତ୍ରକୁ ନେଇ ଓ୍ୱାର୍କିଂ ଗ୍ରୁପ୍ ଗଠନ କରାଯିବ ବୋଲି ନିଷ୍ପତ୍ତି ହୋଇଛିା ଏହି ଗ୍ରୁପ୍ରେ ସରକାରୀ କର୍ମକର୍ତ୍ତାମାନଙ୍କ ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥ#ବା ବ୍ୟକ୍ତି ବିଶେଷ ଏଥ#ରେ ରହି କାର୍ଯ୍ୟକରିବୋ ଏକ ମାସ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ହେବ ବୋଲି ଆଲୋଚନା ହୋଇଛିା ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପରିବେଶ, ପ୍ୟାକିଙ୍ଗ୍, ପର୍ଯ୍ୟଟନ, ନିଯୁକ୍ତି, ଯୋଗାଯୋଗ ପ୍ରଭୃତି କ୍ଷେତ୍ରରେ ଆଇ.ଟି ପ୍ରୟୋଗ ଉପରେ ବିଶେଷ ଧ୍ୟାନ ଦିଆଯିବା ସଙ୍ଗେ ସଙ୍ଗେ ଲୋକଙ୍କ ହିତପାଇଁ ଆଇ.ଟି ବ୍ୟବହାର ଉପରେ ଫୋକସ୍ ରହିବ ବୋଲି ଡ. ପିଟ୍ରୋଡା ପ୍ରକାଶ କରିଥ#ଲୋ ଆଲୋଚନାର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟ ଗଣଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, କୃଷି ଓ ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ସଂଜୟ କୁମାର ଦାସ ବର୍ମା, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ଅରୁଣ କୁମାର ସାହୁ ପ୍ରମୁଖ ଯୋଗଦେଇ ସଂପୃକ୍ତ ବିଭାଗରେ ଆଇ.ଟି ପ୍ରୟୋଗ ଉପରେ ଆଲୋଚନା କରିଥ#ଲୋ ଏହି ସବୁ କାର୍ଯ୍ୟକ୍ରମରେ ସମସ୍ତଙ୍କର ସହଯୋଗ, ସାହାଯ୍ୟ ଏକାନ୍ତ କାମ୍ୟ ବୋଲି ପରାମର୍ଶଦାତା ଡ. ପିଟ୍ରୋଡା ବିଭିନ୍ନ ଉଦାହରଣ ଦେଇ ପାଓ୍ୱାର ପଏଣ୍ଟ ମାଧ୍ୟମରେ ବୁଝାଇଥ#ଲୋ ବିଦେଶରେ ବସବାସ କରୁଥ#ବା ବ୍ୟକ୍ତି ବିଶେଷ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଚାହୁଁଥ#ଲେ ମଧ୍ୟ ଆମେ ତାହାର ସୁଦପଯୋଗ କରିପାରୁନାହିଁ ବୋଲି ଡ. ପିଟ୍ରୋଡା ପ୍ରକାଶ କରିଥ#ଲୋ ତେଣୁ ସେମାନଙ୍କୁ ଏଥ#ରେ ସାମିଲ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥ#ଲୋ

Share in top social networks!