ସଂଖ୍ୟାଲଘୁ ଜନସଂଖ୍ୟା ବହୁଳ ଜିଲ୍ଲାରେ ୪ଟି ନୂତନ ଆଇଟିଆଇ ସ୍ଥାପନ ପାଇଁ ବିଜ୍ଞପ୍ତି ଜାରି

ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନାରେ ସଂଖ୍ୟାଲଘୁ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲାରେ ୪ଟି ନୂତନ ଆବାସିକ ଆଇଟିଆଇ ସ୍ଥାପନ ନିମନ୍ତେ ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରିଛନ୍ତିା ରାଜ୍ୟରେ ଏବଂ ରାଜ୍ୟ ବାହାରେ ଦ୍ରୁତ ଶିଳ୍ପ ପ୍ରଗତିକୁ ଆଖ#ରେ ରଖ# ଗ୍ରାମାଞ୍ଚଳର ବେରୋଜଗାର ଯୁବକଯୁବତୀଙ୍କର
ଦକ୍ଷତା ବିକାଶ କରି ନିଯୁକ୍ତି ସୁଯୋଗ ଦେବା ଏହି ୪ଟି ନୂତନ ଆଇଟିଆଇ ସ୍ଥାପନର ମୂଳ ଉଦ୍ଦେଶ୍ୟା ଏଗୁଡିକ ସୁନ୍ଦରଗଡ ଜିଲ୍ଲାର ବୁଢାକଟା, ଭଦ୍ରକ ଜିଲ୍ଲର ଭଣ୍ଡାରୀପୋଖରୀ ଏବଂ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଏବଂ କୋଟଗଡଠାରେ ପ୍ରତିଷ୍ଠା କରାଯିବା ଏହି ଆଇଟିଆଇ ସ୍ଥାପନ ଫଳରେ ଗ୍ରାମାଞ୍ଚଳର ବେରୋଜଗାର ଯୁବକଯୁବତୀ ଓ ଅଧାରୁ ପାଠ ଛାଡୁଥ#ବା ବାଳକବାଳିକାଙ୍କୁ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମରେ ସାମିଲ କରାଯିବା ଲକ୍ଷ୍ୟ ରଖାଯାଇଛିା

ଏଥ# ସହିତ ବୃତ୍ତିଗତ ତାଲିମର ସୁଯୋଗ ସୃଷ୍ଟି ହୋଇପାରିବା ଏହା ଭାରତ ସରକାରଙ୍କ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥ#ବା କେନ୍ଦ୍ରୀୟ ପ୍ରାୟୋଜିତ “ବହୁ କ୍ଷେତ୍ରୀୟ ବିକାଶ’ ଯୋଜନା(ଏମ୍ଏସ୍ଡିପି) ଅନ୍ତର୍ଗତ କାର୍ଯ୍ୟକ୍ରମା

ଏଥ#ପାଇଁ ରାଜ୍ୟ ସରକାର ବିଧ#ବଦ୍ଧ ଭାବେ ପରବର୍ତ୍ତୀ ଓଡ଼ିଶା ଗେଜେଟ୍ର ସ୍ୱତନ୍ତ୍ର ସଂଖ୍ୟାରେ ବିଜ୍ଞପ୍ତି ପ୍ରକାଶ କରିବାକୁ ପଦକ୍ଷେପ ନେଇଛନ୍ତିା ଏହି ବିଜ୍ଞପ୍ତି ଆଜି ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ପ୍ରକାଶ ପାଇବା ପରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ
ରାଜସ୍ୱ କମିଶନରମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଇଛି ବୋଲି ବିଭାଗୀୟ ପ୍ରମୁଖ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ ଗୁପ୍ତା ପ୍ରକାଶ କରିଛନ୍ତିା

Share in top social networks!