ସ୍ୱେଛାସେବି ସଂଗଠନ କଦମ ସାଧାରଣତନ୍ତ୍ର ଦିବସରେ ବିଶେଷ କାର୍ଯକ୍ରମ

kadaradkadaradକଦମ ଏକ ରାଜ୍ୟସ୍ତରୀୟ ସ୍ୱେଛାସେବି ସଂସ୍ଥା, ଯେ କି ବର୍ଷ ବର୍ଷ ଧରି ଭିନ୍ନକ୍ଷମ ମାନଙ୍କ ପାଇଁ ସାରା ରାଜ୍ୟରେ କାର୍ଯ୍ୟକ୍ରମ କରିଆସୁଛି । ସାଧାରଣତନ୍ତ୍ର ଦିବସରେ ଏହି ସ୍ୱେଛାସେବି ସଂଗଠନ କଦମ ଏକ ବିଶେଷ କାର୍ଯକ୍ରମ ହାତକୁ ନିଏ । ୬୭ ତମ ସାଧାରଣତନ୍ତ୍ର ଦିବସରେ ଏହି ସ୍ୱେଛାସେବି ସଂଗଠନ କଦମ ଜାଆଁଳା ସ୍ଥିତ ଆଶ୍ରା ସୂଧାରଗୃହ ରେ ଥିବା ମାନସିକ ବିକାରଗ୍ରସ୍ତ ମହିଳା ମାନଙ୍କୁ ଶୀତର ପ୍ରକୋପରୁ ରକ୍ଷା ପାଇଁ କଦମ ର ସଭାପତି ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଅମରେଶ ପତ୍ରି ଙ୍କ ନେତୃତ୍ୟ ରେ କମ୍ବଳ ପ୍ରଦାନ କରାଯାଇଥିଲା । ଏହି ପରିପେକ୍ଷୀ ରେ ମିଶନ ଆଶ୍ରା ର ନିର୍ଦେଶକ ଶ୍ରୀ ଗୋବିନ୍ଦ ପଟ୍ଟନାୟକ, ଇନ୍ଚାର୍ଜ ସଂଜୟ ରାଠି ଏବଂ ସୁପରିଡେଣ୍ଣ ପ୍ରତିମା ନନ୍ଦ ଉପସ୍ତିତ ଥିଲେ ।
ଏହି ବିଶେଷ କାର୍ଯକ୍ରମ ରେ ସମସ୍ତ କର୍ମକର୍ତା, ସ୍ୱେଛାସେବି ଓ ଅନେକ ଛାତ୍ରନେତା ଯୋଗଦାନ ଦେଇଥିଲେ । ଏହି କାର୍ଯକ୍ରମ ମାଧ୍ୟମରେ ସେମାନଙ୍କ ସହିତ କିଛି ସମୟ ବିତେଇବାକୁ ସମସ୍ତଙ୍କୁ ସୁଯୋଗ ମିଳିଥିଲା । ଏଥିପାଇଁ କଦମର ସଭାପତି ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଅମରେଶ ପତ୍ରି ସମସ୍ତ କର୍ମକର୍ତା ଯଥା କଦମର ସମ୍ପାଦକ ଶ୍ରୀ ଜ୍ୟୋତିରଞ୍ଜନ ଜେନା, ଏହି କାର୍ଯକ୍ରମର ସଂଯୋଜଗ ଡକ୍ଟର ନମିତା ପଟ୍ଟନାୟକ ଓ ଅନ୍ୟାନ୍ୟ କର୍ମକର୍ତା ଶ୍ରୀ ଶାନ୍ତିସ୍ୱରୁପ ଦାସ୍, ଶ୍ରୀ ସୁଧାଂଶୁ କୁମାର ମହାନ୍ତି, ସୁଶ୍ରୀ ମଧୁସ୍ମିତା ପରିଡା, ଶ୍ରୀ ଚନ୍ଦ୍ରକାନ୍ତ ରାଏ, ଶ୍ରୀ ଅଫ୍ତାବ ଆଲମ୍ ଖାନ୍, ଶ୍ରୀ ମୃଣମୟ ରାଉତ, ଶ୍ରୀ ମୃତୁଞୟ ମାନିକ ଏବଂ ଛାତ୍ରନେତା ମନୋଜ ସେନାପତି ଙ୍କୁ ଅଶେଷ ଧନ୍ୟବାଦ୍ ଜଣାଇଛନ୍ତି ।
ସମସ୍ତ କର୍ମକର୍ତା, ସ୍ୱେଛାସେବି ଓ ଛାତ୍ରନେତା ଙ୍କ ସହଯୋଗ ଦ୍ୱାରା ଏହି ବିଶେଷ କାର୍ଯକ୍ରମ ସଫଳ ହୋଇଥିବାରୁ କଦମ୍ ତରଫରୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା ।

Share in top social networks!