ଆଦିବାସୀ ମେଳା ଓ ସାଂସ୍କୃତିକ ମହୋତ୍ସବ-୨୦୧୬ର ଦ୍ୱିତୀୟ ଦିବସ

tn_26-1-2016=15ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟୟୁନିଟ୍-୧ ସ୍ଥିତ ଆଦିବାସୀ ପଡିଆଠାରେ ଆୟୋଜିତ ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ-୨୦୧୬ ଆଜି ଦ୍ୱିତୀୟ ଦିବସରେ ପହଞ୍ଚ#ଛିା
ଆଦିବାସୀ ମେଳା ପରିସରରେ ରହିଛି ଜନଜାତି ହାଟା ପ୍ରତ୍ୟେକ ଆଇ.ଟି.ଡି.ଏ ଓ ମାଇକ୍ରୋପୋ୍ରଜେକଫ ପାଇଁ ସ୍ୱତନ୍ତ୍ର ଷ୍ଟଲ ନିର୍ମାଣ କରାଯାଇ ପ୍ରତ୍ୟେକ ଷ୍ଟଲରେ ସଂପୃକ୍ତ ଆଇ.ଟି.ଡି.ଏ ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକି୍ରବଟା ବ୍ୟବସ୍ଥା କରାଯାଇଛିା ଜନଜାତି ହାଟରେ ହଳଦୀ, ମାଣ୍ଡିଆ, କାଙ୍ଗୁ, କାନ୍ଦୁଲ, ବିରି, କୋଳଥ, ଶୋରିଷ, ଅଦା, ଖଣ୍ଡ ହଳଦୀ, ବଡି ଆଦି ମିଳୁଛିା ଜନଜାତି ଗ୍ରାମପୁଞ୍ଜରେ ଆଇ.ଟି.ଡି.ଏ ଓ ମାଇକ୍ରୋପୋ୍ରଜେକଫ ଦ୍ୱାରା ୨୯ଟି ଆଦିବାସୀ ଗୃହର ମଡେଲ ନିର୍ମିତ ହୋଇଛିା ଏଠାରେ ଆଦିବାସୀ ସାଂସ୍କୃତିକ ବିଭବକୁ ପ୍ରଦର୍ଶନ କରାଯାଇଛିା ଆଦିବାସୀ କଳା ଓ କଳାବସ୍ତୁ ପ୍ରଦର୍ଶନ ଓ ବିକ୍ରି ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛିା ଆଦିବାସୀ କଳାବସ୍ତୁ କିଣିବା ପାଇଁ ବେଶ୍ ଗହଳି ପରିଲକ୍ଷିତ ହେଉଛିା ଜନଜାତି ଖାଦ୍ୟ ପ୍ରାଙ୍ଗଣରେ ମୁଢିମାଂସର ସର୍ବାଧ#କ ଚାହିଦା ରହିଛିା ତା’ ସାଙ୍ଗକୁ “ପରିବା ପିଠା’, “କଟିଙ୍ଗ୍ ବରା’, ମାଂସକଷା ଲୋକଙ୍କ ଭିଡକୁ ଦ୍ୱିଗୁଣିତ କରିଛିା
ବର୍ଷ ସାରା ରାଜଧାନୀ ବଜାରରେ କୌଣସି ଜିନିଷର ଅଭାବ ନଥାଏା ହେଲେ ରାଜଧାନୀବାସୀ ଅନାଇ ରହିଥାନ୍ତି ଜାନୁଆରୀ ୨୬କୁା ମେଳାରେ ସର୍ବମୋଟ ୧୮୦ଟି ଷ୍ଟଲ ଖୋଲାଯାଇଛିା ଆଦିବାସୀମାନଙ୍କ ଦ୍ୱାରା ସଂଗୃହୀତ ତଥା ପ୍ରସ୍ତୁତ ସାମଗ୍ରୀର ମୌଳିକ ଗୁଣବତ୍ତା ଯୋଗୁଁ ଆଜି ଗୃହିଣୀମାନଙ୍କର ଭିଡ ଜମିବାରେ ଲାଗିଛିା ଲୋକମାନେ ହାଟରୁ ସେମାନଙ୍କର ଦରକାରୀ ଜିନିଷ କ୍ରୟ କରି ଆଦିବାସୀ ନୃତ୍ୟ ଦେଖ# ବହୁତ ଖୁସି ହେଉଛନ୍ତିା
ପ୍ରତ୍ୟହ ସଂଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ରଙ୍ଗାରଙ୍ଗ ପରିବେଷଣ ଦର୍ଶକମାନଙ୍କୁ ବିମୋହିତ କରୁଛିା ପାରମ୍ପରିକ ବେଶ ପୋଷାକରେ ସୁସଜ୍ଜିତ ହୋଇ ଢୋଲ ମାଦଳର ତାଳେ ତାଳେ ସେମାନେ ଯେପରି ଭିନ୍ନ ଶୈଳୀରେ ନୃତ୍ୟ ପରିବେଷଣ କରୁଛନ୍ତି ତାହା ଦେଖ# ଦର୍ଶକମାନେ ସ୍ତବ୍ଧ ହୋଇ ଯାଉଛନ୍ତିା
ଆଦିବାସୀ ମେଳା ଓ ସାଂସ୍କୃତିକ ଉତ୍ସବ-୨୦୧୬ ପ୍ରତ୍ୟହ ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛିା ଗ୍ରାହକମାନଙ୍କର ସୁବିଧା ପାଇଁ ଏ.ଟି.ଏମ୍ର ବ୍ୟବସ୍ଥା କରାଯାଇଛିା ପରିବେଶକୁ ଧୂଳିମୁକ୍ତ କରିବା ପାଇଁ ସବୁଜ କାର୍ପେଟରେ ମେଳା ପରିସରକୁ ଆଚ୍ଛାଦିତ କରାଯାଇଛିା ଏହି ଆଦିବାସୀ ମେଳା ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବା

Share in top social networks!