ଇନ୍ଦିରା ପାର୍କ ମର୍ଣ୍ଣିଂ ୱାକର୍ସ ଆସୋସିଏସନ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

igpark୬୭ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଇନ୍ଦିରା ପାର୍କସ୍ଥିତ ମର୍ଣ୍ଣିଂ ୱାକର୍ସ ଆସୋସିଏସନ ପକ୍ଷରୁ ଇନ୍ଦିରା ପାର୍କ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ବିଶିଷ୍ଟ ବଂଶୀବାଦକ ମୋହିନୀ ମୋହନ ପଟ୍ଟନାୟକ ଏଥିରେ ମୁଖ୍ୟଅତିଥି ରୂପେ ଯୋଗଦେଇ ସାଧାରଣତନ୍ତ୍ର
ଦିବସର ମହତ୍ୱ ଓ ତାପôର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

ଆସୋସିଏସନର ଆବାହକ ତଥା ସଚିବାଳୟ କର୍ମ·ରୀ ସଂଘର ନେତା ଚିତ୍ତରଞ୍ଜନ ହୋତା, କ୍ରୀଡ଼ା ସଂଗଠକ ଶକ୍ତିରଞ୍ଜନ ମହାନ୍ତି ଓ
ସାପ୍ତାହିକ ସମ୍ବାଦପତ୍ର “ଉନ୍ନତିପଥେ”ର ସମ୍ପାଦକ ପ୍ରଦୁ୍ୟମ୍ନ କୁମାର ମହାନ୍ତିଙ୍କୁ ନେଇ ଏକ ସଭାପତି ମଣ୍ଡଳୀ ଗଠନ କରାଯାଇଥିଲା । ଏଥିରେ ଯୁବ ଶିଳ୍ପଦ୍ୟୋଗୀ ପପୁ ମହାନ୍ତି, ଏଭରେଷ୍ଟ ଆରୋହୀ ଗଣେଶ ଚନ୍ଦ୍ର ଜେନା ସମ୍ମାନିତ ଅତିଥିଭାବେ ଯୋଗ ଦେବା ସହ ଅନ୍ୟମାନଙ୍କ ମଧ୍ୟରେ ଷ୍ଟେଟ୍ବ୍ୟାଙ୍କର ବରିଷ୍ଠ ଅଧିକାରୀ ସିଦ୍ଧାର୍ଥ ସାମଲ, ସଚିବାଳୟ କର୍ମ·ରୀ ନେତା ପତିତପାବନ ନାଥଶର୍ମା ଓ ବିଜୟ କୁମାର
ମହାନ୍ତି, ବିଜୟ ମହାରଣା, ସୁଶାନ୍ତ କୁମାର ଦାସ, ପ୍ରବୀର ଦାସ, ଭାଗବତ ପ୍ରସାଦ ଚୌଧୁରୀ, ସିମାଞ୍ଚଳ
ପାଢୀ, ଲିଙ୍ଗରାଜ ଜେଠୀ, ମୋହନ ପ୍ରଧାନ, ଦୁର୍ଯେ୍ୟାଧନ ବେହେରା, ବୀରଭଦ୍ର ରାଉତ, ଅଜୟ ଦାସ,
ବିଜୟ ଶଙ୍କର ନାୟକ, ସରୋଜ ସାମନ୍ତରାୟ, ବ୍ରଜେନ୍ଦ୍ରନାଥ ପାତ୍ର, ବିଭୂତି ପତି, ସମରେନ୍ଦ୍ର ଧଳ ଓ
ଭାସ୍କର ପାତ୍ର ପ୍ରମୁଖ ଶତାଧିକ ବ୍ୟକ୍ତି ଯୋଗ ଦେଇ ଜାତୀୟ ସଙ୍ଗୀତ ଗାନ କରିବା ସହିତ ବନେ୍ଦ ମାତରଂ
ଓ ଭାରତ ମାତା କି ଜୟ ଧ୍ୱନିମାନ ଦେଇଥିଲେ ।

Share in top social networks!