“ସବକା ସାଥ୍ ସବକା ବିକାଶ”ରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛି : ସିଦ୍ଧାର୍ଥ ଶେଖର ସିଂ

sssinghsssinghପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ “ସବକା ସାଥ୍ ସବକା ବିକାଶ” ଏବଂ ବିଭିନ୍ନ ଜନହିତକର ଯୋଜନା ପ୍ରଚଳନରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି ବୋଲି ଖଣ୍ଡପଡାର ପୂର୍ବତନ ବିଧାୟକ ତଥା ଖଣ୍ଡପଡା ଯୁବରାଜ ଶ୍ରୀ ସିଦ୍ଧାର୍ଥ ଶେଖର ସିଂ ପ୍ରକାଶ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସ୍ୱାଗତ ଉତ୍ସବରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡା ପୁଷ୍ପଗୁଚ୍ଛ ଓ ଉପଢୈାକନ ଦେଇ ଶ୍ରୀ ସିଂଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ସିଂଙ୍କ ଯୋଗଦାନ ଫଳରେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ତଥା ନୟାଗଡ ଜିଲ୍ଲାରେ ବିଜେପିର ସଂଗଠନ ଆହୁରି ଶକ୍ତିଶାଳୀ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ସିଂଙ୍କ ସମେତ ପୂର୍ବତନ ଖଣ୍ଡପଡା ସରପଞ୍ଚ ଶ୍ରୀ ଧନେଶ୍ୱର ମହାପାତ୍ର, ପୂର୍ବତନ ନଗରପାଳ ଲୋଚନ ବାବୁ, ୱାର୍ଡ ମେମ୍ବର ଚନ୍ଦ୍ରଶେଖର ପାଣି, ରମେଶ ବେହେରା, ସରୋଜ ଚୈାଧୁରୀ, ପୂର୍ବତନ ୱାର୍ଡ ମେମ୍ବର ସୁଦାମ ପ୍ରଧାନ, ପୂର୍ବତନ ଗ୍ରାମ ସଭାପତି ଜୟକୃଷ୍ଫ ବିଶ୍ୱାଳ, ପୂର୍ବତନ ବିଜେଡି ସଭାପତି ତ୍ରୀନାଥ ରାଉତ, ପୂର୍ବତନ ସମିତି ସଭ୍ୟ ତ୍ରୀନାଥ ବେହେରା, ପୂର୍ବତନ ବିଜୁ ଜନତା ଦଳ ସଭାପତି ଜନ୍ମେଜୟ ବେହେରା, ପଠାଣି ବେହେରାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ ।
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀଯୁକ୍ତ ସିଂଙ୍କ ସମେତ ସମସ୍ତ ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଏବଂ ରାଜ୍ୟ ସରକାରଙ୍କ ଜନବିରୋଧି କାର୍ଯ୍ୟଗୁଡିକୁ ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ସମସ୍ତବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଶ୍ରୀଯୁକ୍ତ ସିଂଙ୍କ ଯୋଗଦାନ ଫଳରେ ବିଜେପିର ସଂଗଠନ ଆହୁରି ଅଧିକ ସୁଦୃଢ ହେବା ସହିତ ଆସନ୍ତା ନିର୍ବାଚନରେ ଶାସକ ବିଜେଡିର ପତନ ହେବା ନିଶ୍ଚିତ ବୋଲି ମତ ପ୍ରକାଶ କରିଥିଲେ ।
ସମ୍ବର୍ଦ୍ଧନାର ଉତ୍ତର ଦେଇ ଶ୍ରୀଯୁକ୍ତ ସିଂ କହିଥିଲେଯେ, ପଠାଣି ସାମନ୍ତ ଏବଂ ନିଳମାଧବଙ୍କ ମାଟିକୁ ସମ୍ମାନ ଦେଇଥିବାରୁ ସେ ବିଜେପିର ସମସ୍ତ ନେତୃବର୍ଗଙ୍କ ପାଖରେ କୃତଜ୍ଞ । ସମସ୍ତ ଖଣ୍ଡପଡାବାସୀ ଦଳର ସଂଗଠନକୁ ତୃଣମୁଳ ସ୍ତରରୁ ସୁଦୃଢ କରାଇବା ସହିତ ଆଗାମୀ ଦିନରେ ଦଳକୁ ନିର୍ବାଚନରେ ଜୟ କରାଇବେ ବୋଲି ଦୃଢତା ସହିତ କହିଥିଲେ । ଖଣ୍ଡପଡା ନିର୍ବାଚନମଣ୍ଡଳୀ ସହିତ ସମଗ୍ର ଓଡିଶାରେ ଦୁର୍ନିତୀଖୋର ଶାସକ ବିଜେଡି ଦଳର ପତନ ହେବା ସହିତ ବିଜେପିର ବାନା ଉଡିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।
ଦଳର ବରିଷ୍ଠ ନେତା ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଦଳରେ ଯୋଗ ଦେଇଥିବା ଶ୍ରୀଯୁକ୍ତ ସିଂଙ୍କ ସମେତ ସମସ୍ତ ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇବା ସହିତ ଆଗାମୀ ଦିନରେ ଏକତ୍ରିତ ହୋଇ ଜନବିରୋଧି ବିଜେଡି ଦଳକୁ ଗାଦିଚ୍ୟୁତ କରିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ । ଆଜିର ଏହି ଉତ୍ସବରେ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ପ୍ରସନ୍ନ ମିଶ୍ର, ବରିଷ୍ଠ ନେତା ସମୀର ଦେ, ରୁଦ୍ରମାଧବ ରାୟ, ସୁରମା ପାଢୀ, ପୃଥ୍ୱୀରାଜ ହରିଚନ୍ଦନ, ସୁକାନ୍ତ ପାଣିଗ୍ରାହୀ, ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା, ଛୋଟେଲାଲ ମହନ୍ତ, ଅଶୋକ ମିଶ୍ର, ରତିକାନ୍ତ ଦାଶ, ଜଗନ୍ନାଥ ପ୍ରଧାନ, ଦିଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!