ମାତୃଜାତିର ଅପମାନ ଆଉ ସହିବୁ ନାହିଁ : ବସନ୍ତ ପଣ୍ଡା

bansantababuଓଡିଶାରେ ମାତୃଜାତି ସୁରକ୍ଷିତ ନୁହେଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ବାରମ୍ବାର ଧର୍ଷଣ, ଗଣଧର୍ଷଣର ଶିକାର ହୋଇ ମାତୃଜାତି ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ଜଟଣୀ ନାବାଳିକା ଧର୍ଷଣ ଅତ୍ୟନ୍ତ ନିନ୍ଦନୀୟ ଏବଂ ହୃଦୟ ବିଦାରକ । ଖୋଦ୍ ମୁଖ୍ୟମନ୍ତ୍ରୀ ଓଡିଆ ଜନଜୀବନର ସୁରକ୍ଷା ଦାୟୀତ୍ୱରେ ଥିବାବେଳେ ଇତିଶ୍ରୀ, ବେବିନା, ସୁଜାତା, ମାଧବିଲତା ପରି ବହୁ ଅମାନବୀୟ, ଲୋମହର୍ଷଣକାରୀ ଘଟଣା ଘଟିଯାଉଛି । ଅପରାଧିମାନେ ବାରମ୍ବାର ଏପରି ଘଟଣା ଘଟାଉଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଚେତା ପଶୁ ନାହିଁ । ରାଜ୍ୟର ମାଁ, ଭଉଣୀମାନେ ଅଧିକରୁ ଅଧିକ ଅସୁରକ୍ଷିତ ହେବା ସହ ନିର୍ଯ୍ୟାତନା ଭୋଗୁଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟର କୈାଣସି ଥାନାରେ ମହିଳା ସେଲ୍ ଖୋଲା ଯାଇନାହିଁ । ପୋଲିସ ଷ୍ଟେସନରେ ଖାଲି ପଡିଥିବା ପଦବୀ ପୁରଣ ନକରାଯାଇ ଆଇନ କାନୁନ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ଆହୁରି ଅନ୍ଧକାର ମଧ୍ୟକୁ ଠେଲି ସାରିଲେଣି । ଏହିଭଳି ହୃଦୟ ବିଦାରକ ଓ ପାଶବିକ ଅତ୍ୟାଚାର କରିଥିବା ଅପରାଧୀକୁ କଠୋର ଦଣ୍ଡ ଦେବା ପାଇଁ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡା ଦାବୀ କରିବା ସହ ଏହି ଘଟଣାରେ ଦୃଢ ପ୍ରତିବାଦ କରିବା ପାଇଁ ରଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତିି । ଗୃହମନ୍ତ୍ରୀ ଭାବେ ନିଜ ଉପରୁ ଦୋଷ ଛଡାଇ ମୁଖ୍ୟମନ୍ତ୍ରୀ ଏହିଭଳି ଘଟଣାରେ ଚୁପ୍ ରହିଲେ ଏହାର ଉଚିତ୍ ଜବାବ୍ ଦିଆଯିବ ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି ।
ପ୍ରତିବାଦ ସ୍ୱରୁପ ବିଜେପି ଆସନ୍ତା କାଲିଠାରୁ ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମମାନ କରିବାକୁ ଶ୍ରୀଯୁକ୍ତ ପଣ୍ଡା ସମସ୍ତ କାର୍ଯ୍ୟକର୍ତାଙ୍କୁ ନିବେଦନ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏକ ଜରୁରୀ ବୈଠକରେ ଦଳର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ସାଧାରଣ ସଂପାଦକ (ସଂଗଠନ) ପ୍ରସନ୍ନ ମିଶ୍ର, ସହ-ସାଧାରଣ ସଂପାଦକ (ସଂଗଠନ) ଶାରଦା ପ୍ରସାଦ ଶତପଥୀ, ସମୀର ଦେ, ସଜ୍ଜନ ଶର୍ମା, ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ର, କାଳନ୍ଦି ସାମଲ, ଟଙ୍କଧର ତ୍ରିପାଠୀ, ଦିଲୀପ ମଲ୍ଲୀକ, ମହେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!