ଜଟଣୀ ନାବାଳିକା ବଳାତ୍କାର – ଓଡ଼ିଶାର ଲଜ୍ଜା- ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ

ଭୁବନେଶ୍ୱର ତା ୨୨.୦୧ – ଜଟଣୀ ନାବାଳିକା ବଳାତ୍କାର କରାଯିବା ଘଟଣାକୁ ନେଇ ପୁଣିଥରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି । ଏହି ପରୀପ୍ରେକ୍ଷୀରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ସସ୍ମିତା ବେହେରାଙ୍କ ନେତୃତ୍ୱରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ କ୍ୟାପିଟାଲ ହସପିଟାଲରେ ପହଞ୍ଚô ପୀଡ଼ିତାକୁ ଭେଟିଥିଲେ । ପୀଡ଼ିତାର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବାପରେ ତାହାର ପରିବାରକୁ ମଧ୍ୟ ଭେଟିଥିଲେ । ଶ୍ରୀମତୀ ବେହେରା ଓଡ଼ିଶା ସରକାର ନାରୀମାନଙ୍କୁ ସୁରକ୍ଷା ଦେବାରେ ବିଫଳତା ଦର୍ଶାଇ ସଂଧ୍ୟା ୬ ଘଟିକା ସମୟରେ ମାଷ୍ଟର କ୍ୟାଣ୍ଟିନଠାରେ ଏକ ନୀରବ ଗଣଧାରଣା ଦେଇ କହିଥିଲେ ପୀଡ଼ିତାର ସମସ୍ତ ଆଶୁଚିକିତ୍ସା ଏବଂ ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ଦାବି କରିବା ସଂଗେ ସଂଗେ ଏବଂ ଦୋଷୀକୁ ଦୃଷ୍ଟାନ୍ତମୁଳକ କଠୋର ଦଣ୍ଡ ଦିଆଯାଉ । ତାହା ଛଡ଼ା ନବୀନ ସରକାର ଯେହେତୁ ଓଡ଼ିଶାର ମହିଳାମାନଙ୍କୁ ସୂରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ନିଜେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି । ଏହି ଗଣଧାରଣାରେ ମହିଳା କଂଗ୍ରେସର କାର୍ଯ୍ୟକର୍ତ୍ତା ଶ୍ରୀମତୀ ପ୍ରଭା ପଟେଲ, ଦୀପା ଚୌଧୁରୀ, ସୋନାଲୀ ସାହୁ, ସ୍ୱାଧିନବାଳା ଦାସ, ପଙ୍କଜିନୀ ଦାସ, ବିନୋଦିନୀ ମହାନ୍ତି, ଜାନକୀ ମଲ୍ଲିକ, ଉଲ୍ଲାସ ମଲ୍ଲିକ, ସ୍ନେହ ନାୟକ, ଉର୍ବଶୀ ମିଶ୍ର, ଅଙ୍ଗୁରୀ ବେଗମ୍, ଇନ୍ଦୁମତୀ ନାୟକ, ଅରବିନ୍ଦା ତରାଇ, ଅନୀତା ଭାତ୍ରା, ସୂର୍ଯ୍ୟକାନ୍ତି ବାଗ, ଶ୍ରୀୟା ମହାନ୍ତି, ପଦ୍ମାବତୀ ଆ•ର୍ଯ୍ୟ, ପିଙ୍କି ସିଂହ ପ୍ରମୁଖ ଶତାଧିକ ମହିଳା କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME