୧୨ଦଫା ଦାବୀରେ ରାଜ୍ୟବ୍ୟାପୀ ବ୍ୟାପକ ଆନେ୍ଦାଳନର ଡାକାରା ଓ ୧୫ତମ ସିଆଇଟିୟୁ ସର୍ବଭାରତୀୟ ସମ୍ମିଳନୀ ସଫଳ କରିବାକୁ ଆହ୍ୱାନ ।

ସିଆଇଟିୟୁ ଓଡିଶା ରାଜ୍ୟ କମିଟିର ବୈଠକତା.୧୮.୦୧.୨୦୧୬ ରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସିଆଇଟିୟୁର ସର୍ବଭାରତୀୟ ୧୫ ତମ ସମ୍ମିଳନୀ ପୁରୀଠାରେ ୨୬ ରୁ ୩୦ ନଭେମ୍ବର ୨୦୧୬ରେ ହେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସମ୍ମିଳନୀ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ କି ସମଗ୍ର ଦେଶର ଶ୍ରମିକ କର୍ମଚାରୀ, କୃଷକ ସାଧାରଣ ମେହନତି ମଣିଷ ଶ୍ରମଜିବୀ, ଓ ଅନ୍ୟାନ୍ୟ ଗଣତାନ୍ତ୍ରୀକ ମଣିଷ ନବ୍ୟ ଉଦାରବାଦୀ ଶାସନର ଆକ୍ରମଣକୁ ପ୍ରତିକ୍ଷେତ୍ରରେ ସାମନା କରୁଛନ୍ତି । ବିଜେପି ନେତୃତ୍ୱାଧିନ ଏନ୍.ଡି.ଏ ସରକାର ଏପରି ଶ୍ରମିକ ଓ ଜନ ବିରୋଧି ନୀତିମାନ ଅନୁସରଣ କରୁଛନ୍ତି, ମନେ ହେଉଛି ସରକାର ସେମାନଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି । ଶ୍ରମିକ ଏବଂ ସମସ୍ତ ସ୍ତରର ଜନଗଣଙ୍କର ଜୀବନ ଜୀବୀକା ଉଚ୍ଛନ୍ନ କରିବା ସହ ସେମାନଙ୍କ ଅର୍ଜନ ଅଧିକାର ଉପରେ ଆକ୍ରମଣ କରୁଛନ୍ତି । ଶ୍ରମ ଆଇନଗୁଡିକ ସଂଶୋଧନ କରି ମାଲିକ ସପକ୍ଷବାଦୀ ନିତି କରୁଥିବାବେଳେ, ଶ୍ରମିକ ମାନଙ୍କର ଧର୍ମଘଟ କରିବାର ଅଧିକାରକୁ ଊଛେଦ କରାଯାଉଛି । ଏପରି ଅବସ୍ଥାରେ ଶ୍ରମିକମାନେ ଗୋଲାମ ପାଲଟିବେ ।
କେନ୍ଦ୍ର ସରକାରଙ୍କୁ କୃଷକ ବିରୋଧୀ ଭୂମି ଅର୍ଡିନାନ୍ସକୁ ବାଧା ଦିଆଯାଇଛି ଏବଂ ଏସମ୍ପର୍କରେ ଏକ ବିଲ୍ ପାର୍ଲିଆମେଣ୍ଟରେ ଏବେବି ବଞ୍ଚି ରହିଛି । କୃଷି ସଂକଟ ଏବେବି ଚରମ ଏବଂ ଏବେ ସୁଦ୍ଧା ୩ ଲକ୍ଷ ପ୍ରାୟ କୃଷକ ଆତ୍ମହତ୍ୟା କରିସାରିଲେଣି । ପ୍ରତିଦିନ କୃଷକ ଆତ୍ମହତ୍ୟା ଲାଗିରହିଛି । କୃଷି ଶ୍ରମିକମାନଙ୍କ ସଂଖ୍ୟା ଗୁରୁତ୍ତର ଭାବେ ହ୍ରସ ପାଉଛି । ଲକ୍ଷ ଲକ୍ଷ କୃଷି ଶ୍ରମିକ ଦାଦନ ପାଲଟୁଛନ୍ତି ଏବଂ ଅସଂଗଠିତ କ୍ଷେତ୍ରରେ ଦୟନୀୟ ଅବସ୍ଥା ଭିତରେ କାମ କରିବାକୁ ବାଧ୍ୟ ହେଉଛନ୍ତି ।
ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ସ୍ଳୋଗାନର ପରିଣତି ମଧ୍ୟ ବିପରିତ । ଶହଶହ କାଳକାରଖାନା ବନ୍ଦ ହେଉଛି । ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଘରୋଇକରଣ ଯୋଗୁ ସାଧାରଣ ମଣିଷ ହନ୍ତସନ୍ତ ହେଉଛନ୍ତି । ମଧ୍ୟବିତ୍ତ ମାନଙ୍କ ଅବସ୍ଥା ଏହା ଫଳରେ ସଙ୍ଗିନ୍ ହୋଇଛି । ଏହା ସତ୍ୱେ ଏନ୍ଡିଏ ସରକାର ବିଜେପି ନେତୃତ୍ୱରେ ଜନବିରୋଧୀ ନୀତି, ଚରମ ସାମ୍ପ୍ରଦାୟୀକତା ପ୍ରସାର କରି ସମାଜରେ ଜନସାଧାରଣଙ୍କୁ ପ୍ରତି ନିୟତ ଭାଗ ଭାଗ କରୁଛନ୍ତି ଏବଂ ଶ୍ରମିକମାନଙ୍କ ଗଣତାନ୍ତ୍ରିକ ଅଧିକାର ଉପରେ ଆଘାତ ହାଣୁଛନ୍ତି ।
ସାରା ରାଜ୍ୟରେ ମୋଦି ସରକାରର ଶ୍ରମିକ କୃଷକ ବିରୋଧି ନୀତି ବିରୁଦ୍ଧରେ ଓ ୧୨ ଦଫା ଦାବୀରେ ରାଜ୍ୟବ୍ୟାପୀ ବ୍ୟାପକ ଆନେ୍ଦାଳନ ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯଅଉଛି । ଆଗାମୀ ଫେବୃୟାରୀ ୫ ତାରିଖ ଦିନ ଦେଶବ୍ୟାପୀ ବିକ୍ଷୋଭ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟକାରୀ କରିବା ପାଇଁ ଆହ୍ୱାନ ଦିଆଯାଉଛି । ସିଆଇଟିୟୁର ୧୫ଶ ସର୍ବଭାରତୀୟ ସମ୍ମିଳନୀ, ଜାତୀୟ ଓ ଆର୍ନ୍ତଜାତୀୟ ସମସ୍ୟା ଗୁଡିକ ଆଲୋଚନା କରିବ ଯାହାକୁ ଶ୍ରମଜୀବି ସାଧାରଣ ମଣିଷ ସାମନା କରୁଛନ୍ତି । ଏହ ବିରୋଧରେ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ସମ୍ମିଳନୀ ନିଷ୍ପତ୍ତି ଗ୍ରହଣ କରିବ । ଯେପରି ଯାବତୀୟ ମୋଦି ସରକାରର ପଦକ୍ଷେପ ଗୁଡିକ ଶ୍ରମିକ ଶ୍ରେଣୀର ମିଳିତ ସଂଗ୍ରାମ ଜରିଆରେ ପ୍ରତିହତ କରାଯାଇପାରିବ, ଜବାବ ଦିଆଯାଇପାରିବ ।
ଏହି ପରିପ୍ରେକ୍ଷିରେ ଓଡିଶାର ପରିବହନ ଶିଳ୍ପରେ କାମ କରୁଥିବା ଶ୍ରମିକ ମାନଙ୍କର ସଂଗଠନ ଗୁଡିକ, ଅଙ୍ଗନୱାଡି, ଆଶାକର୍ମୀ, ମଧ୍ୟାହ୍ନ ଭୋଜନ କର୍ମୀ, କୃଷକ ସାଥୀ, ଶକ୍ତି ସହାୟିକା, ଏନ.ସି.ଏଲ.ପି ସ୍କୁଲ ଶିକ୍ଷକ, କର୍ମଚାରୀ ଆଦି ସ୍କିମରେ ନିଯୁକ୍ତ ଶ୍ରମିକ, ନିର୍ମାଣ ଶ୍ରମିକ, ବିଦ୍ୟୁତ ଶ୍ରମିକ. ବ୍ୟାଙ୍କ, ବୀମା, ସାଧାରଣ ବୀମା କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ, ବିଏସ୍,ଏନ.ଏଲ, ଡାକ ତାର, ଏୟାର ପୋର୍ଟ ଆଦି କର୍ମଚାରୀ ସଂଗଠନ ମାନେ ବୈଠକରେ କରାଯାଇଥିବା ଅନୁମୋଦନକୁ ବ୍ୟାପକ କରିବାକୁ ନିଷ୍ପତ୍ତିି ସହିତ ୧୫ତମ ସିଆଇଟିୟୁ ସର୍ବଭାରତୀୟ ସମ୍ମିଳନୀକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି ।

ଏହି ସର୍ବଭାରତୀୟ ସମ୍ମିଳନୀକୁ ଓଡିଶାର ସମସ୍ତ ଜନସାଧାରଣ, ଶ୍ରମିକ କର୍ମଚାରୀ, କୃଷକ, ଛାତ୍ର, ଯୁବକ, ମହିଳାଙ୍କର ସକ୍ରୀୟ ସାହାର୍ଯ୍ୟ କାମନା କରୁଅଛୁ । ସଂସ୍କୃତି ଆତିଥେୟତା ପ୍ରଦାରେ ଓଡିଶାର ଜନସାଧାରଣଙ୍କର ଐତିହ୍ୟ ରହିଛି । ଏହି ଐତିହାସିକ ଦାୟିତ୍ୱକୁ ସମସ୍ତ ପ୍ରକାର ସହେଯାଗ ନେଇ ସଫଳ କରିବାକୁ ଅନୁରୋଧ କରୁଛୁ । ଆଜିର ସାମ୍ବାଦିକ ସମ୍ମିଳନୀରେ ସିଆଇଟିୟୁ ପକ୍ଷରୁ ସର୍ବଭାରତୀୟ ସଂପାଦିକା, କ. କେ ହେମଲତା, କେନ୍ଦ୍ରୀୟ ଉପ ସଭାପତି ତଥା ରାଜ୍ୟ ସାଧାରଣ ସଂପାଦକ ସାଥୀ ବିଷ୍ଣୁ ମହାନ୍ତି, ସଭାପତି ସାଥୀ ଲମ୍ବୋର ନାୟକ, ଉପ ସଭାପତି ସାଥୀ ଶିବାଜୀ ପଟ୍ଟନାୟକ, ରାଜ୍ୟ ସଂପାଦକ ବିମାନ ମାଇତି, ରମେଶ ହେନା, ସତ୍ୟାନନ୍ଦ ବେହେରା, ଶ୍ରୀଧର ମିଶ୍ର ପ୍ରମୁଖ ଉପସ୍ଥିତଥିଲେ ।

Share in top social networks!