ଚତୁର୍ଥ ଥର ନିମନ୍ତେ କୃଷି କର୍ମଣ ପୁରସ୍କାର ମିଳୁଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଚାଷୀ

cmhealthhଚତୁର୍ଥ ଥର ନିମନ୍ତେ ରାଜ୍ୟକୁ କୃଷି କର୍ମଣ ପୁରସ୍କାର ମିଳୁଥିବାରୁ ମହାକାଳପଡା ଓ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀର ଶତାଧିକ ଚାଷୀ ଆଜି ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି କୃଷି କ୍ଷେତ୍ରର ବିକାଶ ପାଇଁ ତାଙ୍କର ପଦକ୍ଷେପ ନିମନ୍ତେ ଧନ୍ୟବାଦ ଜଣାଇଥିଲେ ।
ଏହି ଅବସରରେ ରାଜ୍ୟରେ କୃଷି ଓ କୃଷକଙ୍କର ବିକାଶ ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମ ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରାଜ୍ୟର ଚାଷୀଭାଇମାନଙ୍କର ପରିଶ୍ରମ ଓଡିଶାର ଗୌରବ ବଢାଇଛି । ତେଣୁ ଏହି ପୁରସ୍କାରର ଶ୍ରେୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ଚାଷୀ ଭାଇମାନଙ୍କୁ ପ୍ରଦାନ କରି ଆଗାମୀ ଦିନରେ ଏହି ଧାରା ଜାରି ରହିବ ବୋଲି ଆଶା ପ୍ରକାଶ କରିଥିଲେ । ଚାଷୀଭାଇମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ କେନ୍ଦ୍ରାପଡା ବିଧାୟକ କିଶୋର ତରାଇ ଉପସ୍ଥିତ ଥିଲେ ।

Share in top social networks!