ଯୁବ କଂଗ୍ରେସ ଫେବୃୟାରୀ ୨ ତାରିଖରେ – ଯୁବଗର୍ଜନ ସମାବେଶ ଆୟୋଜିତ କରିବ

youthcongressଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଜତ୍ ଚୌଧୁରୀ ପ୍ରକାଶ କରିଛନ୍ତି ଯେ ନିମ୍ନଲିଖିତ ୫ ଦଫା ଦାବି ନେଇ ଯୁବଗଜର୍ନ ସମାବେଶ ନାମରେ ଆସନ୍ତା ଫେବୃୟାରୀ ୨ ତାରିଖରେ ରାଜ୍ୟ ସରକାରଙ୍କୁ ଘେରିବ ପ୍ରଦେଶ ଯୁବ କଂଗ୍ରେସ । ଓଡିଶାରେ ବିଜୁ ଜନତା ଦଳ ଦୀର୍ଘ ୧୬ ବର୍ଷର ନିରଙ୍କୁଶ ଶାସନ ପରେ ମଧ୍ୟ ଆମ ରାଜ୍ୟର ବେକାରୀ ସମସ୍ୟା ଦିନକୁ ଦିନ ଉକ୍ରଟ ରୂପ ନେବାରେ ଲାଗିଛି ।

ସରକାରୀ ତଥ୍ୟ ଅନୁସାରେ ପ୍ରତିବର୍ଷ ରାଜ୍ୟର ଋଜ୍ଞକ୍ଟ୍ରକ୍ଷକ୍ଟଚ୍ଚଜ୍ଞରଦ୍ଭଗ୍ଧ ଋଙ୍ଘମଷବଦ୍ଭଶର ରେ ୨ ଲକ୍ଷରୁ ଉଦ୍ଧ୍ୱର୍ ବେକାର ଯୁବକ ଯୁବତୀ ନାମ ପଞ୍ଜୀକରଣ କରୁଥିବା ବେଳେ ମାତ୍ର ୨ ହଜାର ଯୁବକ ଯୁବତୀଙ୍କୁ ଚାକିରି ଦେବାରେ ଅସମର୍ଥ ହେଉଛନ୍ତି ସରକାର । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଏଭଳି ସ୍ତରକୁ ଯାଇଛି ଯେ, ବହୁ ମେଧାବୀ ଞକ୍ସବସଦ୍ଭରୟ ଏକ୍ସବୟଙ୍କବଗ୍ଧରଗ୍ଦ ଞରବମଷରକ୍ସଗ୍ଦ ଆଜି ସରକାରଙ୍କ ଅଧିନରେ ଶିକ୍ଷା ସହାୟକ ଭାବରେ ଦିନ ମଜୁରିଆ ଭଳି ନିଯୁକ୍ତି ପାଇଛନ୍ତି ।

ରାଜ୍ୟ ସରକାର କେନ୍ଦ୍ର ଆଇ.ସି.ଟି. ଯୋଜନାରେ ଆସୁଥିବା ଅନୁଦାନକୁ ମଧ୍ୟ ଏକ ଘରୋଇ ସଂସ୍ଥା ଓ.କେ.ସି.ଏଲ୍. ମାଧ୍ୟମରେ ହରିଲୁଟ କରିବାରେ ଲାଗିଛନ୍ତି । ରାଜ୍ୟରେ ଏବେ ଉକ୍ରଟ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜ୍ୟ ସରକାର ଚାଷୀମାରଣ ଆଭିମୁଖ୍ୟ ଯୋଗୁୂ ଏଯାବତ ୧୫୦ରୁ ଉଦ୍ଧ୍ୱର୍ ନିରୀହ ଚାଷୀଙ୍କ ଜୀବନ ଗଲାଣି । ରାଜ୍ୟ ସରକାର ଚାଷୀଙ୍କ ଦୁର୍ଦ୍ଧିନରେ ଠିଆ ହେବା ବଦଳରେ ମୃତ ଚାଷୀ ଓ ଚାଷକୁ ଉପାହସ କରିବାକୁ ପଛାଉନାହାନ୍ତି । ପୂର୍ବ ଉପା ସରକାର ସମୟରେ ଲାଗୁ କରାଯାଇଥିବା ଖାଦ୍ୟ ସୁରକ୍ଷା ଆଇନ – ୨୦୧୩ କୁ ବିଳମ୍ବରେ ରାଜ୍ୟରେ କାର୍ଯ୍ୟକାରୀ କରି ପ୍ରଶାସନକୁ ନିଜ ଦଳର ନେତାଙ୍କ ହାତବାରିଶି ସଜାଇ ପ୍ରକୃତ ହିତାଧିକାରୀଙ୍କୁ ରାସନ କାର୍ଡ ଦେବାରେ ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ରାଜ୍ୟ ସରକାର ।

ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇଯାଇଛି । ସମାବେଶକୁ ସଫଳ କରିବା ପାଇଁ କଟକ ଲୋକସଭା ଯୁବ କଂଗ୍ରେସ କମିଟି ଉପସଭାପତି ମିହିର ରଞ୍ଜନ ପରିଡାଙ୍କ ଆବାହକତ୍ୱରେ ଏକ କମିଟି ଗଠନ କରାଯାଇଛି ଓ ରାଜ୍ୟର ସମସ୍ତ ବେକାର ଯୁବକ ଯୁବତୀ ବିପୁଳ ସଂଖ୍ୟାରେ ଏହି ସମାବେଶରେ ଯୋଗଦାନ କରିବା ପାଇଁ ଶ୍ରୀ ଚୌଧୁରୀ ନିବେଦନ କରିଛନ୍ତି ।

ଏହି ସମାବେଶରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭା ବିରୋଧି ଦଳର ନେତା ଶ୍ରୀ ଗୁଲାମନବୀ ଆଜାଦ୍, ରାଜ୍ୟସଭା ସାଂସଦ ମନିଷ୍ ତିୱାରୀ, ରାଜସ୍ଥାନ ପିସିସି ସଭାପତି ସଚିନ୍ ପାଇଲଟ୍, ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଶୋଭା ଓଝା, ଅଖିଳ ଭାରତ କଂଗ୍ରେସ କମିଟି ସଂପାଦକ ସୁରଜ୍ ହେଗ୍ଡେ, ଅଖିଳ ଭାରତୀୟ ଯୁବ କଂଗ୍ରେସ ସଭାପତି ଅମରିନ୍ଦର ସିଂ ରାଜା ବରାର୍, ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଓ ବିରୋଧି ଦଳ ନେତାଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତାଙ୍କ ସହ ରାଜ୍ୟ କଂଗ୍ରେସର ସମସ୍ତ ଛାମୁଆ ସଂଗଠନର ନେତାମାନେ ଯୋଗ ଦେବେ ବୋଲି ଶ୍ରୀ ଚୌଧୁରୀ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ ଯୁବ କଂଗ୍ରେସ ସଂପାଦକ ନିରଞ୍ଜନ ନାୟକ, ସଂପାଦକ ତଥା ମୁଖପାତ୍ର ଡ. ସ୍ମୃତିରଞ୍ଜନ ଲେଙ୍କା, ସୁଦୀପ୍ ସାମଲ, ମନୋଜ ବିଶ୍ୱାଳ, ସତ୍ୟଜିତ୍ ପଟ୍ଟନାୟକ, ନିହାର ରଞ୍ଜନ ବେହେରା, ଶୁଭମ୍ ଦାସ, ସୌମ୍ୟରଞ୍ଜନ ଲେଙ୍କା ଓ ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି କିରଣ କୁମାର ସାହୁଙ୍କ ପ୍ରମୁଖ ଯୋଗ ଦେଇଥିଲେ ।

Share in top social networks!