ପର୍ଯ୍ୟଟନର ଅଭିବୃଦ୍ଧି ନିମନ୍ତେ ବାରଣସୀରେ ରୋଡ୍-ସୋ ଯୋଗଦେଲେ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଣ୍ଡା

roadshowଓଡ଼ିଶାକୁ ଅଧ#କ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବାରଣସୀଠାରେ ଏକ ରୋଡ୍-ସୋ ଅନୁଷ୍ଠିତ ହୋଇଯାଇଛିା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ରୋଡ୍-ସୋରେ ଯୋଗଦେଇ ଓଡ଼ିଶାକୁ ଅଧ#କ ପର୍ଯ୍ୟଟକଙ୍କୁ ଆଣିବା ଦିଗରେ ଟୁର ଅପରେଟର୍ସମାନେ ଉଦ୍ୟମ କରିବାକୁ ଗୁରୁତ୍ୱ ଦେଇଛନ୍ତିା
ଗତକାଲି ରୋଡ-ସୋରେ ଯେଗଦେବା ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା ସାମ୍ବାଦିକମାନଙ୍କୁ ଓଡ଼ିଶା ପର୍ଯ୍ୟଟନ ଉପରେ ବିସ୍ତୃତ ସୂଚନା ଦେଇଥ#ଲୋ ସେ କହିଥ#ଲେ ଯେ ନିକଟରେ ଆରମ୍ଭ ହୋଇଥ#ବା ବାରଣସୀ-ଭୁବନେଶ୍ୱର ବିମାନ ଚଳାଚଳ ଅଧ#କ ବୌଦ୍ଧ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସାରନାଥ, ବୌଦ୍ଧଗୟା ତଥା ଅନ୍ୟାନ୍ୟ ଅଞ୍ଚଳ ସମେତ ଚୀନ୍, ଥାଇଲାଣ୍ଡ, କାମ୍ବୋଡିଆ ଇତ୍ୟାଦି ଦକ୍ଷିଣ-ଏସୀୟ ରାଷ୍ଟ୍ରଗୁଡିକରୁ ଅଧ#କ ପର୍ଯ୍ୟଟକ ଓଡ଼ିଶାର ବୌଦ୍ଧକୀର୍ତ୍ତିଗୁଡିକ ବାବଦରେ ଆଗ୍ରହୀ ହୋଇ ଓଡ଼ିଶା ଆସିବୋ ଲଳିତଗିରି-ଉଦୟଗିରି-ରନ#ଗିରି-ଲାଙ୍ଗୁଡି ବୌଦ୍ଧକୀର୍ତ୍ତି ସମେତ ଧଉଳି, କୋଣାର୍କ, ଚିଲିକା, ପୁରୀ, ଭୁବନେଶ୍ୱରକୁ ମିଶାଇ ଭିତରକନିକା ତଥା ସିମିଳିପାଳ ଅଭୟାରଣ୍ୟ ପ୍ରତି ପର୍ଯ୍ୟଟକମାନଙ୍କ ଆଗ୍ରହ ବଢି ପାରିବା ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ଯଥେଷ୍ଟ ଗୁରୁତ୍ୱ ଦେଉଥ#ବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଏହିପରି ରୋଡ-ସୋମାନ ଆୟୋଜନ କରାଯିବ ବୋଲି ମନ୍ତ୍ରୀ କହିଥ#ଲୋ ବିଭିନ୍ନ ଭ୍ରମଣ ସଂସ୍ଥା ତଥା ଟୁର ଅପରେଟର୍ସମାନେ ଓଡ଼ିଶାକୁ ଅଧ#କ ପର୍ଯ୍ୟଟକ ଆଣିବା ଦିଗରେ ଉଦ୍ୟମ କରିବେ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଥ#ଲୋ
ରୋଡ-ସୋରେ ଓଡ଼ିଶା ପର୍ଯ୍ୟଟନ ସଂପର୍କିତ ବିଷୟ ଓ ଚିତ୍ର ସମ୍ବଳିତ ସୂଚନାମାନ ବିତରଣ କରାଯିବା ସହିତ ଓଡ଼ିଶା ପର୍ଯ୍ୟଟନ ସଂପର୍କରେ ଅଧ#କତର ତଥ୍ୟ ପ୍ରଦାନ କରାଯାଇଥ#ଲାା ଗଣମାଧ୍ୟମ ପ୍ରତିନିଧ#, ଟୁର ଅପରେଟର୍ସ ଓ ବନାରସ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ତଥା ଗବେଷକମାନଙ୍କ ଗହଣରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଥ#ଲେ ଯେ ରାଜ୍ୟରେ ବେଳାଭୂମି ପର୍ଯ୍ୟଟନ, ବୌଦ୍ଧକୀର୍ତ୍ତି ପର୍ଯ୍ୟଟନ ଓ ଧାର୍ମିକ ପର୍ଯ୍ୟଟନର ଯଥେଷ୍ଟ ସୁଯୋଗ ରହିଛିା ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସହକାରୀ ନିର୍ଦ୍ଦେଶକ ଡ. ଏସ୍. କେ ପଟ୍ଟନାୟକ ଓ ଡ. ଆର୍. କେ. ପଟ୍ଟନାୟକ ଉପସ୍ଥିତ ଥ#ଲୋ ରୋଡ-ସୋରେ ଓଡ଼ିଶାର ଛଉ ନୃତ୍ୟ ପରିବେଷିତ ହୋଇଥ#ଲାା

Share in top social networks!