୪ର୍ଥ ଭାରତ-ଆଫ୍ରିକା ହାଇଡ୍ରୋକାର୍ବନ ସମ୍ମିଳନୀ ଉଦ୍ଘାଟିତ

dpconfଦୁଇ ଦିନିଆ ଚତୁର୍ଥ ଭାରତ-ଆଫ୍ରିକା ହାଇଡ୍ରୋକାର୍ବନ ସମ୍ମିଳନୀରେ ଉଦ୍ବୋଧନ ଦେଇ ଭାରତର ଆଫ୍ରିକୀୟ ରାଷ୍ଟ୍ର ସମୂହ ହାଇଡ୍ରୋକାର୍ବନ କ୍ଷେତ୍ରରେ ଏକ ସୁନ୍ଦର ଭବିଷ୍ୟତର ସମ୍ଭାବନାକୁ ପ୍ରକାଶ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା

ଭାରତରେ ମେକ୍ ଇନ୍ ଇଣ୍ଡିଆ ଯୋଜନାର କାର୍ଯ୍ୟକାରୀତା ସହ ଦେଶରେ ଶକ୍ତିର ଚାହିଦା ଯଥେଷ୍ଟ ମାତ୍ରାରେ ବଢ଼ିଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତିା ଅନ୍ତରାଷ୍ଟ୍ରୀୟ ଏନର୍ଜୀ ଏଜେନ୍ସି (ଆଇଇଏ)ର ଆକଳନ-୨୦୧୫ଅନୁସାରେ ଭାରତର ବଢ଼ୁଥ#ବା ଶକ୍ତି ଚାହିଦା ବିଶ୍ୱର ଶକ୍ତି ଆବଶ୍ୟକତାକୁ ୨୫ପ୍ରତିଶତ ବୃଦ୍ଧି କରିବ ବୋଲି ଶ୍ରୀ ପ୍ରଧାନ ଏ ସଂଗଠନର ରିପୋର୍ଟ ଆଧାରରେ ପ୍ରକାଶ କରିଛନ୍ତିା

ଭାରତ ତାର ଆବଶ୍ୟକତାର ୭୮ପ୍ରତିଶତ ଅଶୋଧ#ତ ତୈଳ ଓ ୩୫ପ୍ରତିଶତ ପ୍ରାକୃତିକ ଗ୍ୟାସ ଆମଦାନୀ କରୁଛିା ନିଜ ଦେଶରେ ହାଇଡ୍ରୋ କାର୍ବନ ଗଚ୍ଛିତ ନଥ#ଲେ ମଧ୍ୟ ନିଜର ବୈଷୟିକ ଜ୍ଞାନକୌଶଳ ପ୍ରୟୋଗରେ ଭାରତ ପୃଥ#ବୀର ଚତୁର୍ଥ ବୃହତ୍ତମ ତୈଳ ବିଶୋଧନକାରୀ ରାଷ୍ଟ୍ର ଭାବରେ ନିଜକୁ ଗଢ଼ି ପାରିଛିା ବିଶୋଧ#ତ ତୈଳ ଭାରତ ବିଶ୍ୱ ବଜାରରେ ବିକ୍ରୀ କରିବା ପରେ ମଧ୍ୟ ବେଶ୍ ସଫଳତା ପାଇଛି
ବୋଲି ଶ୍ରୀ ପ୍ରଧାନ କହିଛନ୍ତିା

ଆଫ୍ରିକାର ବିଶ୍ୱର ତୈଳ ଓ ଗ୍ୟାସର ପ୍ରଚୁର ଗନ୍ତାଘର ଥ#ବା ବେଳେ ଭାରତ ତୈଳ ଗ୍ୟାସ କ୍ଷେତ୍ରରେ ବିକାଶ ପାଇଁ ଜ୍ଞାନ କୌଶଳର ପ୍ରମୁଖ ଅଧ#କାରୀା ଭାରତ ଓ ଆଫ୍ରିକୀୟ ଦେଶ ମଧ୍ୟରେ ଗଚ୍ଛିତ ସଂପଦ ଏବଂ ଜ୍ଞାନକୌଶଳର ସମନ୍ୱୟ ଆଫ୍ରିକାରେ ଶିଳ୍ପ ବିକାଶ ଓ ଭାରତର ଚାହିଦାର ସମନ୍ୱୟ ହୋଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତିା

Share in top social networks!