ରାଜାରାଣୀ ସଙ୍ଗୀତ ଉତ୍ସବର ଉଦଯାପନୀ ସଂଧ୍ୟାରେ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ସହିତ ସରଦର ଯାଦୁକରୀ ମୁର୍ଚ୍ଛନା

rajranifestttରାଜାରାଣୀ ସଙ୍ଗୀତ ଉତ୍ସବର ଆଜିଥିଲା ଅନ୍ତିମ ସଂଧ୍ୟା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଚମତ୍କାର ସାଜସଜା ଏବଂ ୧୧ଶ ଶତାଦ୍ଧୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା ମନେ।ମୁଗ୍ଧକର ପରିବେଶ ଏ ବର୍ଷ ରାଜାରାଣୀ ଉତ୍ସବକୁ ଅନନ୍ୟ କରିଥିଲେ । ରାଜ୍ୟ ପର୍ଯ୍ୟଟନ ବିଭାଗର ଏହି ପ୍ରଶଂସନୀୟ ପ୍ରୟାସ ବାସ୍ତବିକ ଶାସ୍ତ୍ରୀୟ ସଂଗୀତ ପ୍ରେମୀମାନଙ୍କୁ ଖୁବ୍ ଆନନ୍ଦ ଦେଇପାରିଥିଲା ।
ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜ।ତିୟ ଖ୍ୟାତି ସମ୍ପନ୍ନ ହିନ୍ଦୁସ୍ଥାନି କଣ୍ଠ ସଂଗୀତ ଶିଳ୍ପୀ ଅଶ୍ବୀନି ଭିଣ୍ଡେ ଦେଶପାଣ୍ଡେଙ୍କ ହିନ୍ଦୁସ୍ଥାନୀ କଣ୍ଠ ସଂଗୀତ । ସେ ପ୍ରଥମେ ରାଗ ଭୁମ୍ ପରେ ପରେ ଧୃତ ତରାନାର ବନ୍ଦିଶ ‘ଅବ ମାନ ଲେ’, ‘ରାଗନ କେ ଦରବାର ବିରାଜ ସିଂହାସନ’ ତା ପରେ ‘ପବନ ଚଲତା’ ରାଗ ପରାଜ ଏବଂ ଶେଷରେ ମୀରା ଭଜନ ‘ମାୟୀରେ ମେ ତୋ ଗୋବିନ୍ଦ ଲେନୋ ମୋଲ’ ପରିବେଷଣ କରିଥିଲେ । ତାଙ୍କୁ ତବଲାରେ ଯାତି ଭଗତ, ହାରମେ।ନିୟମରେ ସିଦେଶ୍ ବିଚୋଲକର ଓ ତାନପୁରାରେ ଗୌରୀଶଙ୍କର ଆଚାର୍ଯ୍ୟ ସହଯେ।ଗ କରିଥିଲେ ।
ଅନ୍ତିମ ସଧ୍ୟାର ଦ୍ବିତୀୟ ପ୍ରସ୍ତୁତି ଥିଲା ଅମନ ଏବଂ ଆୟାନ ଅଲ୍ଲି ଖାନଙ୍କ ଦ୍ବାରା ସରେ।ଦ ବାଦନ । ସେମାନଙ୍କର ପ୍ରଥମ ପ୍ରସ୍ତୁତି ଥିଲା ରାଗ ଝିନଝୋଟୀ ପରେ ପରେ ବିଭିନ୍ନ ତାଳ ଓ ରାଗରେ ସରୋଦ ବାଦନ ସୀତୁଆ ସାଙ୍ଗକୁ ଝିପି ଝିପି ବର୍ଷ।ରେ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ତାଙ୍କୁ ତବଲାରେ ସତ୍ୟଜିତ ତଲ୍‌ୱାଲ କର ଓ ଶୁଭ ମହାରାଜ ଏବଂ ତାନପୁରାରେ ସୁମନ୍ତ କୁମାର ମହାରଣା ସହଯେ।ଗ କରିଥିଲେ ।
ଉଦ୍ଯାପନୀ ସଂଧ୍ୟାର ଅତିଥିମାନେ ଥିଲେ ଗୃହ ବିଭାଗର ପ୍ରମୁଖ ଶ।ସନ ସଚିବ ଅସିତ କୁମାର ତ୍ରିପାଠୀ, ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଗଗନ କୁମାର ଧଳ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜିତ କୁମାର ମହାନ୍ତି ଏବଂ ଓଡିଶ। ସଂଗୀତ ନାଟକ ଏକାଡେମୀର ସଂପାଦକ ଧିରେନ୍ଦ୍ର ନାଥ ମଲ୍ଲିକ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଡ଼. ସଙ୍ଗୀତା ଗୋସାଇଁ ଏବଂ ଡ଼. ଆସିୟା ସେଠୀ ।

Share in top social networks!