କର୍ଣ୍ଣାଟକୀ ସଙ୍ଗୀତ ଓ ସନ୍ତୁର ବାଦନରେ ସଙ୍ଗୀତମୁଖର ରାଜାରାଣୀ

rajranifestରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଶୀ ସଙ୍ଗୀତ ନାଟକ ଏକାଡେମୀ ଦ୍ବାରା ଆୟେ।ଜିତ ରାଜାରାଣୀ ସଙ୍ଗୀତ ମହେ।ତ୍ସବ ଆଜି ଦ୍ବିତୀୟ ବର୍ଣ୍ଣ।ଢ୍ୟ ଓ ଚିତ୍ତାକର୍ଷକ ସନ୍ଧ୍ୟା ସାଙ୍ଗକୁ କର୍ଣ୍ଣ।ଟକୀ ସଂଗୀତ ଓ ସନ୍ତୁର ବାଦନର ମୁର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ ହେ।ଇଥିଲା ।

ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଆରମ୍ଭ ହେ।ଇଥିଲା ବିଖ୍ୟାତ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମ।ଙ୍କ ସନ୍ତୁର ବାଦନରୁ । ବିଭିନ୍ନ ରାଗ ଓ ତାଳକୁ ନେଇ ତାଙ୍କର ସନ୍ତୁର ବାଦନ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ତାଙ୍କୁ ଯନ୍ତ୍ରାଂଶରେ ସହଯୋଗ କରିଥିଲେ ତାନପୁରାରେ ତକାହିରୋ ତରାଇ ଏବଂ ତବଲାରେ ରାମକୁମାର ଶର୍ମ। ।

ଦ୍ବିତୀୟ ପର୍ଯ୍ୟାୟରେ ଥିଲା କର୍ଣ୍ଣ।ଟକି ସଂଗୀତର ପ୍ରସିଦ୍ଧ ଗାୟକ ଓ ସଂଗୀତଜ୍ଞ ପଣ୍ଡିତ ଟି. ଏମ୍ କ୍ରିଷ୍ଣାଙ୍କର କର୍ଣ୍ଣ।ଟକୀ ସଂଗୀତ ପରିବେଷଣ । ସେ ପ୍ରଥମେ ରାଗ ନଟ୍ଟାଇ ତାଳ ତାଳମ୍ ଓ ପରେ ପରେ ରାଗ ପଞ୍ଚମ ପରିବେଷଣ ଭାଗାବେଗ ସହିତ ଶୁଦ୍ଧ ଉଚ୍ଚାରଣ ଓ ଗାମ୍ଭିର୍ଯ୍ୟ ଏବଂ ଚିତ୍ତାକର୍ଷକ ସ୍ବରରେ ସେ ଦୀର୍ଘ ସମୟଧରି ଦର୍ଶକମାନଙ୍କୁ ଆହ୍ଲାଦିତ କରିଥିଲେ ।

ଆଜି ସଂଧ୍ୟାର ଅତିଥିମାନେ ଥିଲେ ବଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ଡ. ପ୍ରୀୟମ୍ବଦା ମହାନ୍ତି ହେଜମାଦି, ଉଚ୍ଚଶିକ୍ଷା ଓ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ଭି.ପି ଶର୍ମ। ଏବଂ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ନିତିନ୍ ଭାନୁଦାସ ଜୱାଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଡ଼. ସଙ୍ଗୀତା ଗୋସାଇଁ ଏବଂ ଡ଼. ଆସିୟା ସେଠୀ ।

Share in top social networks!