ପାରାଦ୍ୱୀପଠାରେ ଆମଦାନୀ କାଷ୍ଠଭିତ୍ତିକ ଶିଳ୍ପପୁଞ୍ଜ , ସ୍ଥାପନ କରାଯିବା ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ

ପାରାଦ୍ୱୀପଠାରେ ଆମଦାନୀ କାଷ୍ଠଭିତ୍ତିକ ଶିଳ୍ପପୁଞ୍ଜ ସ୍ଥାପନ କରାଯିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡି.ପି.ଆର୍) ପ୍ରସ୍ତୁତ ହୋଇସାରିଛିା ଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରସ୍ତୁତ ଏହି ରିପୋର୍ଟରେ ପାରାଦ୍ୱୀପଠାରେ ପ୍ରତିଷ୍ଠା ହେବାକୁ ଥ#ବା ଏହି ଶିଳ୍ପପୁଞ୍ଜକୁ ସିଙ୍ଗାପୁର ବାଟ ଦେଇ ବିଦେଶରୁ କାଷ୍ଠ ଆମାଦାନୀ ହେବା ଏହି ଶିଳ୍ପପୁଞ୍ଜରେ ଥ#ବା ଉଦ୍ୟୋଗଗୁଡିକ ବିଭିନ୍ନ ପ୍ରକାରର କାଠନିର୍ମିତ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରୟ କରିବୋ ରାଜ୍ୟରେ ପ୍ରାକୃତିକ ଜଙ୍ଗଲର ସଂରକ୍ଷଣ ଓ ଆମ ରାଜ୍ୟ କରତକଳ ମାଲିକଙ୍କୁ ଓ କାଠକାମ ଉଦ୍ୟୋଗୀଙ୍କୁ ବିକଳ୍ପ ବ୍ୟବସ୍ଥା ଯୋଗାଇବା ହେଉଛି ଏହି ପ୍ରକଳ୍ପର ଆଭିମୁଖ୍ୟା ଏଥ# ନିମନ୍ତେ ବିଜ୍ଞାପନ ମାଧ୍ୟମରେ ୩୧ଜଣ ସମ୍ଭାବ୍ୟ ଉଦ୍ୟୋଗୀମାନଙ୍କଠାରୁ ଦରଖାସ୍ତ ଗ୍ରହଣ କରାଯାଇ ସାରିଛିା
ଏହି ପ୍ରକଳ୍ପ ନିମନ୍ତେ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ପକ୍ଷରୁ ପ୍ରାୟ ୮୦ ଏକର ଜମି ଯୋଗାଇ ଦିଆଯିବା ଏହି ପ୍ରକଳ୍ପରେ ୫ ହଜାର ପ୍ରତ୍ୟକ୍ଷ ନିଯୁକ୍ତିର ସୁଯୋଗ ରହିଥ#ବାବେଳେ ୭ ହଜାର ପରୋକ୍ଷ ନିଯୁକ୍ତିର ସୁଯୋଗ ସ&ୃଷ୍ଟି ହେବା ଏଥ#ରେ ୨୫୬ କୋଟି ଟଙ୍କାର ପୁଞ୍ଜିବିନିଯୋଗ ହେବା ସହ ବାର୍ଷିକ କାରବାର ୧୧୦୦ କୋଟି ଟଙ୍କା ହେବା ଲକ୍ଷ୍ୟ ରହିଛିା ଏହା ପ୍ରକଳ୍ପରୁ ବାର୍ଷିକ ୧୧୦ରୁ ୧୫୦ କୋଟି ଟଙ୍କା ଟିକସ ସଂଗ୍ରହ ହେବ ବୋଲି ଜଣାପଡିଛିା
ଏଥ# ନିମନ୍ତେ ଏମ୍.ଏସ୍.ଏମ୍.ଇ ବିଭାଗ ପକ୍ଷରୁ ଭୁବନେଶ୍ୱର ଉଦ୍ୟୋଗ ବିକାଶ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଶ୍ରୀ ସମରେନ୍ଦ୍ର ସାହୁ, ଶିଳ୍ପ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଏସ୍.କେ. ହୋତା ଓ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଯୁଗ୍ମ ପରିଚାଳକ ଶ୍ରୀ ଚିନ୍ମୟ କୁମାର ମହାପାତ୍ରଙ୍କୁ ଗୁଜରାଟର କାନ୍ଦଲା ବନ୍ଦରଠାରେ ଥ#ବା ଆମଦାନୀ କାଷ୍ଠ ପ୍ରକ୍ରିୟାକରଣ ଜୋନ୍ ପରିଦର୍ଶନରେ ପଠାଯାଇଛିା ଏହି କାଷ୍ଠଭିତ୍ତିକ ଶିଳ୍ପର କାର୍ଯ୍ୟପ୍ରଣାଳୀ, ଆମଦାନୀ ପଦ୍ଧତି, ଜମିର ଆବଣ୍ଟନ ଓ ଜୋନ୍ର ପରିଚାଳନା ସଂବନ୍ଧରେ ଅନୁଧ୍ୟାନ କରି ସେମାନେ ବିସ୍ତୃତ ବିବରଣୀ ବିଭାଗକୁ ପ୍ରଦାନ କରିବୋ

Share in top social networks!