ଫେବ୍ରୁଆରୀ ୭, ୨୦୧୬ରେ ମାନ୍ୟବର ପ୍ରଧାନମନ୍ତ୍ରୀ ପାରାଦୀପ ରିଫାଇନରୀକୁ ରାଷ୍ଟ୍ର ଉଦେ୍ଧଶ୍ୟରେ ସମର୍ପଣ କରିବେ

sanjibପରିବେଶ ସୁରକ୍ଷାଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହା ଅନୁଯାୟୀ ୧ ଏପ୍ରିଲ ୨୦୨୦ ପରଠାରୁ ଦେଶରେ ବିଏସ-୪ ବଦଳରେ ସିଧାସଳଖ ବିଏସ-୬ ମାନକ ବିଶିଷ୍ଟ ଅଟୋ ଏମିସନ ମାନଦଣ୍ଡ ପାଳନ କରିବ ଓ ତାହାକୁ ତାଳଦେଇ ଉଚ୍ଚ ଗୁଣମାନର ଇନ୍ଧନ ( ଏମଏସ ଓ ଏଚଏସଡି) ବ୍ୟବହାର କରାଯିବ । ଦେଶର ପ୍ରମୁଖ ତୈଳ କମ୍ପାନି ଇଣ୍ଡିଆନ ଅଏଲ ଏହି ସମୟସୀମାକୁ ପାଲନ କରିବାଲାଗି ଏବେଠାରୁ ଉଦ୍ୟମ ଆରମ୍ଭ କରିଦେଇଛି ବୋଲି କମ୍ପାନିର ନିଦେ୍ର୍ଧଶକ ( ରିଫାଇନରୀ) ଶ୍ରୀ ସଂଜୀବ ସିଂ କହିଛନ୍ତି ।
ଦେଶରେ ପରିବେଶ ପ୍ରଦୂଷଣ ଓ ବଢି•ଲିଥିବା ଯାନବାହାନ ପ୍ରଦୂଷଣ ଯୋଗୁଁ ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଭାରତ ସରକାର ୟୁରୋ-୬ ମାନକ ଆଗୁଆଭାବେ ଲାଗୁ କରିବା ଲାଗି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଶ୍ରୀ ନିତିନ ଗଡକରୀ, କେନ୍ଦ୍ର ଗୁରୁ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅନନ୍ତ ଗୀତେ, କେନ୍ଦ୍ର ପେଟ୍ରୋଲିୟମ ତଥା ପ୍ରାକୃତିକ ଗ୍ୟାସ ମନ୍ତ୍ରୀ (ସ୍ୱାଧିନ ଦାୟିତ୍ୱ) ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାବଡେକରଙ୍କୁ ନେଇ ବସିଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ବିଏସ-୬ ମାନକ ବିଶିଷ୍ଟ ଯାନବାହାନ ଇନ୍ଧନକୁ ପରିବର୍ତ୍ତିତ ହେବା ବାବଦରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧିନରେ ଥିବା ତେଲ କମ୍ପାନିମାନେ ପ୍ରାୟ ୨୮,୭୫୦ କୋଟି ଟଙ୍କା ନିବେଶ କରିବେ ବୋଲି ସେ କହିଛନ୍ତି ।
ବିଏସ-୩ ମାନକ ତୁଳନାରେ ବିଏସ-୪ ଓ ବିଏସ-୬ ମାନକ ଇନ୍ଧନରେ କମ ମାତ୍ରାରେ ସଲଫର ରହିଥାଏ । ଡିଜେଲ(ଏଚଏସଡି) କ୍ଷେତ୍ରରେ ସଲଫର ବିଏସ-୩ରେ ୩୫୦ ପିପିଏମ ଥିବାବେଳେ ବିଏସ-୪ରେ ତାହା ୫୦ ପିପିଏମକୁ ଖସିଆସେ ଓ ବିଏସ-୬ରେ ଏହାର ମାତ୍ରା ୧୦ ପିପିଏମ ଥାଏ । ସେହିପରି ଗ୍ୟାସୋଲିନ (ଏମେସ)ରେ ସଲଫର ମାତ୍ରା ବିଏସ-୩ରେ ୧୫୦ ପିପିଏମ ଥିବାବେଳେ ବିଏସ-୪ରେ ୫୦ ପିପିଏମ ଓ ବିଏସ-୬ରେ ୧୦ ପିପିଏମ ଥାଏ ।
ତେବେ ବିଏସ-୬ ମାନକ ଇନ୍ଧନରେ ସଲଫର ପରିମାଣ ଏପରିଭାବେ କମାଇବାକୁ ପ୍ରତି ରିଫାଇନରୀରେ ସ୍ୱତନ୍ତ୍ର ବ୍ୟବସ୍ଥା ଆବଶ୍ୟକ ପଡିବ । ଏସବୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ରହିଛି ହାଇଡ୍ରୋ-ପ୍ରୋସେସିଂ ୟୁନିଟ୍ କାପାସିଟି ଡି-ବଟଲନେକିଂ ଓ ନୂଆ ୟୁନିଟ୍ ସଂଯୋଗ, ସଲଫର ରିକଭରୀ ବ୍ଲକ, ହାଇଡ୍ରୋଟ୍ରିଟିଂ ୟୁନିଟରେ କାଟାଲିଷ୍ଟ ରିପ୍ଲେସମେଣ୍ଟ, ଅଫ-ସାଇଟ୍ ଓ ୟୁଟିଲିଟିରେ ସହାୟକ ପରିବର୍ତ୍ତନ ଇତ୍ୟାଦି କାର୍ଯ୍ୟ ।
ଏବେ ରିଫାଇନରୀମାନେ କନସଲଟାଣ୍ଟ ମାନଙ୍କ ପରାମର୍ଶରେ ବିଏସ-୬ କ୍ୱାଲିଟି ମାନକ ପାଳନ ପାଇଁ ପ୍ରକଳ୍ପ ପ୍ରସ୍ତାବ ଚୂଡାନ୍ତ କରିବାରେ ଲାଗିଛନ୍ତି । ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିବା ଲାଗି ୩.୫ ବର୍ଷରୁ ୪ ବର୍ଷ ସମୟ ଲାଗିବ । ଭାରତ ସରକାରଙ୍କଦ ଁ ଧାର୍ଯ୍ୟ ସମୟସୀମା ଏପ୍ରିଲ ମାସ ୨୦୨୦ ମଧ୍ୟରେ ଇଣ୍ଡିଆନ ଅଏଲ ବିଏସ-୬ ମାନକ ଇନ୍ଧନ ଯୋଗାଇ ଦେବ ବୋଲି ଦୃଢନିଶ୍ଚିତ ଅଛନ୍ତି ।
ପାରାଦୀପ ରିଫାଇନରୀ :
ଏହି ଅବସରରେ ଶ୍ରୀ ସିଂ ସୂଚନା ଦେଇଥିଲେ ଯେ ପାରାଦୀପଠାରେ ନିର୍ମିତ ୧୫ ଏମଟିପିଏ କ୍ଷମତା ବିଶିଷ୍ଟ ରିଫାଇନରୀକୁ ୭ ଫେବ୍ରୁଆରୀ ୨୦୧୬ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ଉଦେ୍ଧଶ୍ୟରେ ଉତ୍ସର୍ଗ କରିବେ ।
ପାରାଦୀପଠାରେ ନିର୍ମିତ ଇଣ୍ଡିଆନ ଅଏଲର ୧୧ତମ ରିଫାଇନରୀ ଦେଶର ବଢି•ଲଥିବା ଉର୍ଜା •ହିଦାକୁ ପୂରଣ କରିବ । ଅଧିକ ଲାଭ ପାଇଁ ରିଫାଇନରୀଟି କମ୍ ମୂଲ୍ୟର ୪୦ ପ୍ରତିଶତ ହେଭି କ୍ରୁଡ ଅଏଲ ସମେତ ୧୦୦ ପ୍ରତିଶତ ହାଇ ସଲଫରର ପ୍ରୋସେସିଂ କରିବାପାଇଁ ପ୍ରସ୍ତୁତ କରାଯାଇଛି । ଏହା ମଧ୍ୟ ବିଭିନ୍ନ ପ୍ରକାରର ପେଟ୍ରୋଲିୟମ ପ୍ରଡକ୍ଟ ଯଥା ପେଟ୍ରୋଲ, ଡିଜେଲ, କିରୋସିନି, ବିମାନ ଇନ୍ଧନ, ପ୍ରୋପିଲିନ, ସଲଫର ଓ ପେଟ୍ରୋଲିୟମ କୋକ୍ ଉତ୍ପାଦନ କରିବ ।
ରିଫାଇନରୀ ସାରା ଅଞ୍ଚଳର ଆର୍ଥିକ ଓ ଭିତ୍ତିଭୂମି ବିକାଶକୁ ତ୍ୱନାନ୍ୱିତ କରିବାରେ ସହାୟକ ହୁଏ । ପୂର୍ବଭାରତରେ ଥିବା ବିପୁଳ ସୁଯୋଗର ଏକ ଦ୍ୱାରଦେଶ ଭାବେ ଏହା କାର୍ଯ୍ୟ କରିବ । ଉଚ୍ଚ ସ୍ତମ୍ଭ, ଟାଙ୍କି ଓ ପାଇପଲାଇନ ସହ ପାରାଦୀପ ରିଫାଇନରୀ ଏହି ଅଞ୍ଚଳର ରୂପରେଖ ହିଁ ବଦଳାଇଦେବ । ଏହା ହିଁ ଏ ଅଞ୍ଚଳ, ରାଜ୍ୟ ଓ ଦେଶର ପ୍ରଗତିର ସଂକେତ । ଏହା ବିଶ୍ୱର ଏକ ଅତ୍ୟାଧୁନିକ ରିଫାଇନରୀ ଓ ଏହା ସମୁଦାୟ ଅଞ୍ଚଳ ତଥା ରାଜ୍ୟର ଆର୍ଥିକ ଓ ଶିଳ୍ପ ବିକଶ ଦିଗରେ କାମ କରିବ ବୋଲି ଶ୍ରୀ ସିଂ କହିଛନ୍ତି ।
ଏବେ ପାରାଦୀପ ରିଫାଇନରୀ ବିଏସ-୪ ମାନକ ବିଶିଷ୍ଟ ମୋଟର ସ୍ପିରିଟ୍ ଓ ହାଇସ୍ପିଡ୍ ଡିଜେଲ ଉତ୍ପାଦନ କରିବ ସରକାରୀ ନିୟମାନୁସାରେ ସମୟକ୍ରମେ ଏହା ବିଏସ-୬ କ୍ୱାଲିଟିର ପ୍ରଡକ୍ଟ ଉତ୍ପାଦନ କରିବ ।
ପାରାଦୀପ ରିଫାଇନରୀରେ ରହିଛି ଅତ୍ୟାଧୁନିକ ଇଣ୍ଡମାକ୍ସ ୟୁନିଟ୍ ଟେକନଲୋଜୀ ଯାହକି ଇଣ୍ଡିଆନଅଏଲର ଗବେଷଣା ଓ ବିକାଶ ବୈଜ୍ଞାନିକଙ୍କ ଦ୍ୱାରା ସ୍ୱଦ୍ୱେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଛି । ଇଣ୍ଡମାକ୍ସ ୟୁନିଟ୍ ୪୪ ପ୍ରତିଶତ ଏଲପିଜି ଉତ୍ପାଦନ କରିବା ପାଇଁ ଡିଜାଇନ ହୋଇଛି, ଯାହାକି ଏପରି ପ୍ଲାଣ୍ଟ କ୍ଷେତ୍ରରେ ସର୍ବାଧିକ ।
ପାରାଦ୍ୱୀପଠାରେ ଇଣ୍ଡମାକ୍ସ ୟୁନିଟ୍ ( ବାର୍ଷିକ ୪.୧୭ ନିୟୁତ ମେଟ୍ରିକ ଟନ ) କାର୍ଯ୍ୟକ୍ଷମ ହେବା ଭାରତୀୟ ରିଫାଇନରୀ ଇତିହାସରେ ଏକ ବଡ଼ ମାଇଲଖୁଣ୍ଟ । ଏହି ଟେକ୍ନୋଲୋଜି ସହ ଇଣ୍ଡିଆନ ଅଏଲ ଏବେ ବିଶ୍ୱସ୍ତରରେ ଏକ ଟେକ୍ନୋଲୋଜି ଯୋଗାଣକାରୀରେ ପରିଣତ ହୋଇଛି । ପୁଣି ଇଣ୍ଡମାକ୍ସ ଟେକ୍ନୋଲୋଜି କାର୍ଯ୍ୟକ୍ଷମ ହେବା ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମେକ୍ ଇନ ଇଣ୍ଡିଆ ପଦକ୍ଷେପକୁ ସମର୍ଥନ କରୁଛି ।
ପାରାଦୀପ ରିଫାଇନରୀ ର ଆଉ ଏକ ବିଶେଷତ୍ୱ ହେଉଛି ଏହାର ପରିବେଶ ଅନୁକୂଳ ବ୍ୟବସ୍ଥା ଯେପରିକି, ଫୁଏଲ ଗ୍ୟାସ ଡିସଲଫରାଇଜେସନ ବ୍ୟବସ୍ଥା, ଜେଟି ଲୋଡିଂରୁ ଭେପର ରିକଭରୀ ସିଷ୍ଟମ । ଏସବୁ ବ୍ୟବସ୍ଥାଗୁଡିକ ପରିବେଶ ଉପରେ ସର୍ବନିମ୍ନ ପ୍ରଭାବ ପକାଇବ । ପାରାଦାପ ରିଫାଇନରୀ ରୁ ପ୍ରଥମ ପ୍ରଡକ୍ଟ କନସାଇନମେଣ୍ଟ ଯଥା ହାଇସ୍ପିଡ ଜିଜେଲ, ଉନ୍ନତ କିରୋସିନି ଓ ଏଲପିଜି, ନଭେମ୍ବର ୨୦୧୫ରେ ଆରମ୍ଭ କରାଯାଇଥିଳା ।
ପୁଣି ପାରାଦୀପ ରିଫାଇନରୀରେ ମୂଲ୍ୟ ସଂଯୁକ୍ତି ଲାଗି ୩୧୫୦ କୋଟି ଟଙ୍କାରେ ଏକ ୭୦୦ କେଟିଏ ପଲିପ୍ରପିଲିନ ପ୍ଲାଣ୍ଟ ସ୍ଥାପନ କରାଯାଉଛି । ଇଣ୍ଡମାକ୍ସ ପ୍ଲାଣ୍ଟରୁ ବାହାରୁଥିବା କ୍ରାକଡ୍ ଏଲପିଜିରୁ ବାହାରୁଥିବା ପ୍ରୋପିଲିନକୁ ଭିତ୍ତିକରି ଏହି ପଲିପ୍ରୋପିଲିନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି । ୨୦୧୭-୧୮ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛି ବୋଲି ସେ କହିଛନ୍ତି ।
ଏହି ରିଫାଇନରୀ ଠାରେ ମଧ୍ୟ ପ୍ରାୟ ୩୮୦୦ କୋଟି ଟଙ୍କା ବିନିଯୋଗରେ ଏକ ଏଥିଲିନ ରିକଭରୀ ପ୍ଲାଣ୍ଟ/ମନୋ-ଏଥିଲିନ ଗ୍ଲାଇକଲ(ଏମଇଜି) ୟୁନିଟ ପ୍ରତିଷ୍ଠା ପାଇଁ ଯୋଜନା କରାଯାଉଛି ଓ ଏହା ୨୦୨୦-୨୧ରେ ସଂପୂର୍ଣ୍ଣ ହେବାର ସମ୍ଭାବନା ରହିଛି ।
ଇଣ୍ଡିଆନ ଅଏଲ ମଧ୍ୟ ପାରାଦୀପଠାରେ ପାରା-ଜାଇଲିନ, ପିଟିଏ ଓ ସିନ୍ଥେଟିକ ଇଥାନଲ ଉତ୍ପାଦନ ୟୁନିଟ ପ୍ରତିଷ୍ଠା ପାଇଁ ଯୋଜନା କରୁଛି । ଟେକ୍ନୋ-କମର୍ସିଆଲ ଭାୟାବିଲିଟି ଷ୍ଟଡି ପରେ ଏହି ପ୍ରକଳ୍ପଗୁଡିକ ଆସନ୍ତା ୫ ରୁ ୭ ବର୍ଷ ମଧ୍ୟରେ ପ୍ରତିଷ୍ଠା କରାଯିବ । ଏହି ସମ୍ମିଳନୀ ଅବସରରେ ନିଦେ୍ର୍ଧଶକ (ରିଫାଇନରୀ ସମୂହ) ଏସବୁ କଥା ଉଲ୍ଲେଖ କରିଥିଲେ ।

Share in top social networks!