ନାଲ୍‍କୋ ପକ୍ଷରୁ ବସନ୍ତ ପୁଷ୍ପ ପ୍ରଦର୍ଶନୀ

nalcoooନ୍ୟାସନାଲ୍‍ ଆଲୁମିନିୟମ୍‍ କମ୍ପାନୀ ଲିମିଟେଡ୍‍ (ନାଲ୍‍କୋ) ପକ୍ଷରୁ ଜାନୁୟାରୀ ୧୭ ଓ ୧୮ ତାରିଖରେ ଭୁବନେଶ୍ୱର ସ୍ଥିତ ନାଲ୍‍କୋ ନଗର ପରିସରରେ ବାର୍ଷିକ ବସନ୍ତ ପୁଷ୍ପ ପ୍ରଦର୍ଶନୀ ଅୟୋଜିତ ହୋଇଥିଲା । ଚଳିତ ବର୍ଷ, ୧୧ ଟି ଅନୁଷ୍ଠାନ ଏବଂ ୭୮ ଜଣ ବ୍ୟକ୍ତିଗତ ଭାବେ ବିଭିନ୍ନ ବିଭାଗରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ଗତ କାଲି ଆୟୋଜିତ ଉଦ୍‍ଯାପନ ଉସôବରେ ନାଲ୍‍କୋର ଅଧ୍ୟକ୍ଷ ଶ୍ରୀ ତପନ କୁମାର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ, ନାଲ୍‍କୋ ମହିଳା ସମିତିର ଅଧ୍ୟକ୍ଷା ଶ୍ରୀମତୀ ପ୍ରୀତି ରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ, କମ୍ପାନୀର ନିଦେ୍ର୍ଧଶକ (ପି ଆଣ୍ଡ୍‍ ଟି) ଶ୍ରୀ ଏନ୍‍.ଆର୍‍. ମହାନ୍ତି, ନିଦେ୍ର୍ଧଶକ (ମାନବସମ୍ବଳ) ଶ୍ରୀ ଏସ୍‍.ସି. ପାଢୀ, ନିଦେ୍ର୍ଧଶକ (ବାଣିଜ୍ୟ) ଶ୍ରୀମତୀ ସୋମା ମଣ୍ଡଳ ଏବଂ ନିଦେ୍ର୍ଧଶକ (ଉପôାଦନ) ଶ୍ରୀ ଭି. ବାଲସୁବ୍ରମଣ୍ୟମ ଉପସ୍ଥିତ ଥିଲେ ।
ଅନୁଷ୍ଠାନଗୁଡିକ ମଧ୍ୟରେ ସିଭି ରମଣ କଲେଜ୍‍ ଅଫ୍‍ ଇଞ୍ଜିନିୟରିଂ ଚାମ୍ପିଅନ୍‍ ଆଖ୍ୟା ଲାଭ କରିଥିବା ବେଳେ ବ୍ୟକ୍ତିଗତ ବର୍ଗରେ ଭୁବନେଶ୍ୱରର ଶ୍ରୀ ଅମୀୟ ପ୍ରସାଦ ସାହୁ ବିଜେତା ଭାବେ ପୁରସ୍କୃତ ହୋଇଥିଲେ ।
ଏହା ପୂର୍ବରୁ, ନିଦେ୍ର୍ଧଶକ (ପି ଆଣ୍ଡ୍‍ ଟି) ଶ୍ରୀ ଏନ୍‍.ଆର୍‍. ମହାନ୍ତି ଆନୁଷ୍ଠାନିକ ଭାବେ ଏହି ପ୍ରଦର୍ଶନୀର ଉଦ୍‍ଘାଟନ କରିଥିଲେ । ଏହି ଅବସରରେ, ନିଦେ୍ର୍ଧଶକ (ମାନବସମ୍ବଳ) ଶ୍ରୀ ଏସ୍‍.ସି. ପାଢୀ, କାର୍ଯ୍ୟନିର୍ବାହୀ ନିଦେ୍ର୍ଧଶକ (ଅର୍ଥ) ଶ୍ରୀ ଏସ୍‍.ଡି. ସାହୁ, ମହାପ୍ରବନ୍ଧକ (ମାନବସମ୍ବଳ ଓ ପ୍ରଶାସନ) ଶ୍ରୀ ଅମୀୟ ପଟ୍ଟନାୟକ ଓ ଶ୍ରୀ ସଞ୍ଜୟ ମିଶ୍ର ଏବଂ ଅନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ସହାୟକ ମହାପ୍ରବନ୍ଧକ (ଉଦ୍ୟାନ) ଶ୍ରୀ ଏଚ୍‍.କେ. ପାଲ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Share in top social networks!