ଆରମ୍ଭ ହେଲା ହକି ଇଣ୍ଡିଆ ଲିଗ୍ ୨୦୧୬, ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟନ

ksସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି ୪ର୍ଥ କୋଲ ଇଣ୍ଡିଆ ହକି ଇଣ୍ଡିଆ ଲିଗ୍ । ଏହି ଉଦଘାଟନୀ ମ୍ୟାଚ୍ କଳିଙ୍ଗ ଲାନ୍ସର୍ସ ଏବଂ ଉତ୍ତର ପ୍ରଦେଶ୍ ୱିଜାର୍ଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସଂଘର୍ସ ପୂର୍ଣ୍ଣର୍ ମ୍ୟାଚରେ ଜୟଲାଭ କରିଛି ୟୁପି ୱିଜାର୍ଡ । ମ୍ୟାଚର ଶେଷ ୨ ମିନିଟରେ ୟୁପି ୱିଜାର୍ଡ ୨ଟି ଗୋଲ୍ ସ୍କୋର କରି କଳିଙ୍ଗ ଲାନ୍ସର୍ସକୁ ପରାସ୍ତ କରିଛି । ଏହି ମ୍ୟାଚ୍କୁ ଓଡିଶାର ମୁଖ୍ୟ ମନ୍ତ୍ରୀ ନବୀନ୍ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ମ୍ୟାଚ୍ରେ କଳିଙ୍ଗ ଲାନ୍ସର୍ସର ଗ୍ଲେନ୍ ଟର୍ଣ୍ଣରଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଟାଇଟେଲ୍ ମିଳିଥିବା ବେଳେ ୟୁପି ୱିଜାର୍ଡର ଜୁଲି ଓଟରଙ୍କୁ ଗୋଲ୍ ଅଫ୍ ଦି ମ୍ୟାଚ୍ ପ୍ରଦାନ କରାଯାଇଛି । କଳିଙ୍ଗ ଲାନ୍ସର୍ସର ଦିପ୍ସାନ୍ ତିର୍କୀଙ୍କୁ ହିରୋ ଏମର୍ଜିଂ ପ୍ଲେୟର ଏବଂ ଲଳିତ ଉପାଧ୍ୟାୟ (କଳିଙ୍ଗ ଲାନ୍ସର୍ସ) ମୋଷ୍ଟ ଏଣ୍ଟରଟେନିଂ ପ୍ଲେୟାର ପୁରଷ୍କାର ପାଇଛନ୍ତି ।
ଉଦ୍ଘାଟନୀ ଉସôବରେ ବିପ୍ ଏରୋବିକ ଡ୍ୟାନ୍ସର ଯାଦୁରେ ଦର୍ଶକମାନେ ବିମୋହିତ ହୋଇଛନ୍ତି । ଏଥିରେ ଏଚଆଇଏଲର ସିଇଓ ଏଲିନା ନରମାନ୍ ସ୍ୱାଗତ ଭାଷଣ ପ୍ରଦାନ କରିଛନ୍ତି । ଏଥିରେ ମୂଖ୍ୟ ଅତିଥି ଭାବରେ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ, ଉଦ୍ୟୋଗ ଏବଂ ବିଦ୍ୟାଳୟ ତଥା ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, କୋଲ୍ ଇଣ୍ଡିଆ ଅଧ୍ୟକ୍ଷ ସିଥିିର୍ଥା ଭଟ୍ଟାଚାର୍ଯ୍ୟ, କୋଲ୍ ଇଣ୍ଡିଆ ହକି ଲିଗ ଅଧ୍ୟକ୍ଷ ନରିନ୍ଦ୍ର ଧ୍ରୁବ୍ ବାତ୍ରା ପ୍ରମୁଖ ଉପସ୍ଥିିତ ଥିଲେ ।
କଳିଙ୍ଗ ଲାନ୍ସର୍ସ ଘରୋଇ ମାଟିରେ ଖେଳୁଥିବାରୁ ଏହାର ମନୋବଳ ଦୃଢ ରହିଛି । ଏଥିରେ ଜର୍ମାନୀର ଅଭିଜ୍ଞ ସ୍କିପର ମୋରିଜ୍ ଫୁଏରେସ୍ତେ ଦଳର ମନୋବଳକୁ ଦୃଢ କରିବାରେ ସକ୍ଷମ ହୋଇଛି । ଏହା ସହିତ ଆଦାମ ଡିକ୍ସନ, ଗ୍ଲେନ ଟର୍ଣ୍ଣର, ଧରମବୀର ସିଂ, ଏସକେ ଉଥାପା, ଗଜିନ୍ଦର ସିଂ ପ୍ରମୁଖ ରହିଛନ୍ତି ।
ଅନ୍ୟାନ୍ୟ ଖେଲାଙ୍କ ମଧ୍ୟରେ ଷ୍ଟାଲିନ୍ ଭିକ୍ଟର ମିଞ୍ଜ, ମଲକ ସିଂ, ଦେବିନ୍ଦର ସୁନିଲ୍ ୱାଲମିକି, କ୍ୱିରଜିନ୍ କ୍ୟାସପର, ଦିପସନ୍ ତିର୍କୀ, ପରଦୀପ ମୋର, ଅମିତ ରୋହିଦାସ, ଆନନ୍ଦ ଲାକ୍ରା, ମାଥ୍ୟୁ ଉଇଲ୍ସ, ମାଥ୍ୟୁ ଡସନ୍, ଆରାନ୍ ଜଲେୱସ୍କି, ।ଭିନବ କୁମାର ପାଣ୍ଡେ( ଗୋଲ କିପର) ଆଣ୍ଡିଓ ଚାର୍ଟର ଏବଂ ଳଳିତ କୁମାର ଉପାଧ୍ୟାୟ ରହିଛନ୍ତି ।
କଳିଙ୍ଗ ଲାନ୍ସର୍ସର ଭୁବନେଶ୍ୱର ଭିତ୍ତିକ ହକି ଟିପ ହୋଇଥିବା ବେଳେ ଏହାକୁ ଓଡିଶା ସ୍ପୋର୍ଟସ ଡେଭେଲପମେଣ୍ଟ ଆଣ୍ଡ ପ୍ରମୋସନ୍ କମ୍ପାନୀ (ଓଏସପିଡିିସି) , ଇଡକୋ ଏବଂ ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ୍ ଦ୍ୱାରା ପରିଚାଳୀତ ହେଉଛି । ଦଳ ପାଇଁ ମାର୍କ ହେଗର କୋଚ୍ ରହିଥିବା ବେଳେ ଦୀଲିପ ତୀର୍କି ପରାମର୍ଶଦାତା ଭାବରେ କାର୍ଯ୍ୟ କରୁଛନ୍ତି । ଏହା ସହିତ ପୂର୍ବତନ ଭାରତୀୟ ଭାରତୀୟ ଗୋଲ କିପର ଏବି ସୁବୟା , ଅଷ୍ଟ୍ରେଲିଆର ଡାଭିଡ୍ ଜନ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏଥି ସହିତ ଦଳ ଆଗାମୀ ଫେବୃୟାରୀ ୮ ମଧ୍ୟରେ ପାଞ୍ଚଟି ମ୍ୟାଚ୍ ଖେଳିିବ ।

Share in top social networks!