ଶାସ୍ତ୍ରୀୟ ସଙ୍ଗୀତର ମୁର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ

rajaranimusicfestରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆଜିଠାରୁ ତିନିଦିନ ଧରି କଳିଙ୍ଗ କଳାସ୍ଥାପତ୍ୟର ଚମକ୍ରାର କଳାକୃତି ଏକାଦଶ ଶତାବ୍ଦୀ ନିର୍ମିତ ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଛି । ଏହି ଉତ୍ସବର ମୁଖ୍ୟ ଉଦେ୍ଧଶ୍ୟ ହେଉଛି ଭାରତବର୍ଷରେ ଥିବା ଶାସ୍ତ୍ରୀୟ ତଥା ପାରମ୍ପାରିକ ସଙ୍ଗୀତକୁ ଗୋଟିଏ ମଞ୍ଚରେ ପ୍ରଦର୍ଶନ କରାଇ ଆଗାମୀ ପିଢିର କଳାକାରମାନଙ୍କୁ ଆମର ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ରୁଚି ବଢାଇବା ସହିତ ଏହି କଳାର ପ୍ରଚାର ପ୍ରସାର କରାଇବା । ଏହା ବ୍ୟତୀତ ମନ୍ଦିରମାଳିନୀ ଭୁବନେଶ୍ୱରରେ ରାଜାରାଣୀ ମନ୍ଦିର ପରି ଏକ ରମଣୀୟ ତଥା କମନୀୟ ସ୍ଥାପତ୍ୟ କଳାପୂର୍ଣ୍ଣ ମନ୍ଦିରକୁ ରାଜ୍ୟବାହାରୁ ତଥା ବିଦେଶରୁ ସଙ୍ଗୀତ ପ୍ରେମୀ ବିଧଗ୍ଧ ଶ୍ରୋତା ଓ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରାଇବା ।

ଆଜି ସଂଧ୍ୟାର ପ୍ରଥମ ଶିଳ୍ପୀ ଥିଲେ ଶ୍ରୀମତୀ ମହାପାତ୍ର ମିନତୀ ଭଞ୍ଜ । ଓଡିଶୀ ଶାସ୍ତ୍ରୀୟ ସଂଗୀତ ଉପରେ ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ଯ।’ ଯାତୁ ଫେରିଯା ନାଗରୀ ରାଜା ଯାହା ରାଗ, ଆନନ୍ଦ ଭେରବୀ, ତାଳ-ଏକତାଳୀ ଉପରେ ପର୍ୟ୍ୟବେଶିତ ଥିଲା । ପରେ ପରେ ରାଗ ଦେଶାକ୍ଷ, ତାଳ-ତ୍ରିପୁଟା ଉପରେ ପର୍ୟ୍ୟବେଶିତ ଚମ୍ପୁ ତେ। ଘେନି ତମାଳଶ୍ୟାମ ମେ। ମରଜି କଷିଲାରେ ଏବଂ ନାଟ୍ୟାଙ୍ଗୀ ସଖୀଗେ। ମେ।ର କୁଞ୍ଜକୁ ଆଜ ରାଗ ମିଶ୍ର କାଫି, ତାଳ ଖେମଟା ଏବଂ ତାଙ୍କର ଶେଷ ପରିବେଷଣ ଥିଲା ଶ୍ରୀ ଗୀତ ଗେ।ବିନ୍ଦ ର ପ୍ରବନ୍ଧ କାପି ମଧୁରିପୁଣା, ବିଳସତି ଯୁବତୀଃ ଅଧିକଗୁଣା । ତାକୁ ମର୍ଦଳରେ ଗୁରୁ ଜଗନ୍ନାଥ କୁଅଁର, ବେହେଲାରେ ଗୁରୁ ଶ୍ରୀ ରମେଶ ଚନ୍ଦ୍ର ଦାସ, ହାରମେ।ନିୟମରେ ଗୁରୁ ଶ୍ରୀ ହିମାଶୁଂ ଶେଖର ସ୍ବାଇଁ ସହଯେ।ଗ କରିଥିଲେ ।

ସଂଧ୍ୟାର ଦ୍ବିତୀୟ ପରିବେଷଣ ଥିଲା ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ବିଶାରଦ ୱାଡଲି ବ୍ରଦରସ୍ ଙ୍କ ଦ୍ବାରା ରାଗ ଆରେ।ଗୀ ଏବଂ ପରେ ପରେ କତେ।ଟି ସୁଫିୟାନା କଲାମ ୟାଦ୍ ପିଆକି ଆୟୀ, ତୁଝେ ତକେୟା ତୋ ଲଗାମୁଟେ ଜେସେ ମେରୀ ଇ-ଦ୍ ହୋଗଇ ଇତ୍ୟାଦି ପରିବେଷଣ କରି ଦର୍ଶକଙ୍କୁ କାର୍ୟ୍ୟକ୍ରମର ଶେଷ ପର୍ୟ୍ୟନ୍ତ ବାନ୍ଧି ରଖିଥିଲେ ।

ଆଜି ସଂଧ୍ୟାର ଅତିଥିମାନେ ଥିଲେ ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶେ।କ ଚନ୍ଦ୍ର ପଣ୍ଡା, ଭୁବନେଶ୍ବର ମଧ୍ୟର ବିଧାୟକ ବିଜୟ କୁମାର ମହାନ୍ତି, ଭୁବନେଶ୍ବର ଉତ୍ତରର ବିଧାୟକ ପ୍ରୀୟଦର୍ଶୀ ମିଶ୍ର, ଭୁବନେଶ୍ବରର ମେୟର ଅନନ୍ତ ନାରାୟଣ ଜେନା, ପର୍ୟ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଗଗନ କୁମାର ଧଳ ଏବଂ ପର୍ୟ୍ୟଟନ ବିଭାଗର ନିର୍ଦ୍ଦେଶକ ନିତିନ୍ ଭାନୁଦାସ ଜୱାଲେ । କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ଡ଼. ସଙ୍ଗୀତା ଗୋସାଇଁ ଏବଂ ଡ଼. ଆସିୟା ସେଠୀ ।rajaranimusicfest

Share in top social networks!