ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଅଧ୍ୟକ୍ଷାମାନଙ୍କ ଗୁଜରାଟ ଗସ୍ତ

ବିଭନ୍ନ ଜିଲ୍ଲାର ଜିଲ୍ଲା ପରିଷଦର ଅଧ୍ୟକ୍ଷା/ଅଧ୍ୟକ୍ଷମାନେ ଆଜି ଗୁଜରାଟ ଅଭିମୁଖେ ଯାତ୍ରା କରିଛନ୍ତିା ସେମାନେ ୨୦ ତାରିଖରେ ଗୁଜରାଟରେ ପହଞ୍ଚ#ବେ ଓ ୨୩ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛିା ଏହି ଗୁଜରାଟ ଭ୍ରମଣ କାଳରେ ସେମାନେ ଗୁଜରାଟରେ ପଞ୍ଚାୟତିରାଜ ବ୍ୟବସ୍ଥାର କାର୍ଯ୍ୟକାରିତା ସଂପର୍କରେ ପ୍ରତ୍ୟକ୍ଷ ଜ୍ଞାନ ହାସଲ କରିବୋ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିବା ସହ ଇ-ଗ୍ରାମ ଓ ଆନନ୍ଦସ୍ଥିତ ଅମୁଲ ସଂସ୍ଥା ମଧ୍ୟ ପରିଦର୍ଶନ କରିବୋ
ଯାତ୍ରା ପୂର୍ବରୁ ଆୟୋଜିତ ଏକ ବୈଠକରେ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଆୟୋଜିତ ଏହି ଶିକ୍ଷଣୀୟ ଭ୍ରମଣ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥ#ଲୋ ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତଗୁଡିକୁ ଆଗାମୀ ୫ ବର୍ଷ ପାଇଁ ରାଜ୍ୟ ଚତୁର୍ଥ ଅର୍ଥ ଆୟୋଗ ତଥା ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ ଆୟୋଗଙ୍କ ସୁପାରିଶ ଆଧାରରେ ୧୬ ହଜାର କୋଟି ଟଙ୍କାରୁ ଅଧ#କ ଆଥ#ର୍କ ଅନୁଦାନ ପ୍ରଦାନ କରାଯାଉଛିା ଗ୍ରାମ ପଞ୍ଚାୟତର ଆଭ୍ୟନ୍ତରୀଣ ଆୟବୃଦ୍ଧି ନିମନ୍ତେ ସ୍ଥାୟୀ ସଂପତ୍ତି ସୃଷ୍ଟି ସହ ଗ୍ରାମାଞ୍ଚଳରେ ଉତ୍କୃଷ୍ଟ ମୌଳିକ ସେବା ଯୋଗାଣ ନିମନ୍ତେ ଅନେକ ନୂଆ କାର୍ଯ୍ୟକ୍ରମ କରାଯାଉଛିା ଗ୍ରାମ୍ୟ ଗୃହନିର୍ମାଣ ଯୋଜନାରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛିା ସମଗ୍ର ଭାରତ ବର୍ଷରେ ପଞ୍ଚାୟତିରାଜ ବ୍ୟବସ୍ଥାର ସଶକ୍ତିକରଣ କ୍ଷେତ୍ରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନ ସର୍ବଗରିଷ୍ଠ ଓ ତାଙ୍କର ଜନ୍ମ ଶତବାର୍ଷିକୀ ବର୍ଷରେ ପଞ୍ଚାୟତିରାଜ ପ୍ରଗତିର ପ୍ରମୁଖ ଉତ୍ପ୍ରେରକ ହେବ ବୋଲି ମନ୍ତ୍ରୀ ଡ. ସାହୁ କହିଥ#ଲୋ ଏହି ଭ୍ରମଣରୁ ଉପଲବ୍ଧ ଅନୁଭବ, ଅନୁଭୂତି ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆହୁରି କ୍ରିୟାଶୀଳ କରିବ ବୋଲି ମନ୍ତ୍ରୀ ଡ. ସାହୁ ଆଶା ବ୍ୟକ୍ତ କରିଥ#ଲୋ
ଏହି ବୈଠକରେ ପଞ୍ଚାୟତିରାଜ ବିଭାଗର ଶାସନ ସଚିବ ଡି.କେ. ସିଂ, ପଞ୍ଚୟତିରାଜ ବିଭାଗର ନିର୍ଦ୍ଦେଶକ ଦେବେନ୍ଦ୍ର ପ୍ରସାଦ ଦାସ, ଯୁଗ୍ମ ସଚିବ ମାନସ ରଞ୍ଜନ ଦେବତା ଓ ବିଭାଗୀୟ ଅଧ#କାରୀମାନେ ଉପସ୍ଥିିତ ଥ#ଲୋ

Share in top social networks!