ପୋଖରୀପୁଟଠାରେ ବୟନିକାର ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଉଦ୍ଘାଟିତ

ଆଜି ଅପରାହ୍ନରେ ପୋଖରୀପୁଟ ଅଞ୍ଚଳରେ ପ୍ରସ୍ତାବିତ ବିଡିଏ ପାର୍କଠାରେ ବୟନିକା ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ୍ର ମେଳା-୨୦୧୬କୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିଛନ୍ତିା ଆଜିର ଏହି ଉଦ୍ଘାଟନୀ ପରେ ପରେ ମନ୍ତ୍ରୀ ଶ୍ରୀ ପଣ୍ଡା, ମେୟର ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର(ମଧ୍ୟ) ବିଧାୟକ ଶ୍ରୀ ବିଜୟ କୁମାର ମହାନ୍ତି ଏବଂ ଭୁବନେଶ୍ୱର(ଉତ୍ତର) ବିଧାୟକ ଶ୍ରୀ ପି୍ରୟଦର୍ଶୀ ମିଶ୍ର ବିଭିନ୍ନ ଷ୍ଟଲ୍ ବୁଲି ଦେଖ#ବା ସହ ଓଡ଼ିଶା ହସ୍ତତନ୍ତର ଗୁଣବତ୍ତା ଓ ସ୍ୱାତନ୍ତ୍ର୍ୟକୁ ବଜାୟ ରଖ#ବା ନିମନ୍ତେ ବୁଣାକାରମାନଙ୍କୁ ପରାମର୍ଶ ଦେଇଥ#ଲୋ

କେନ୍ଦ୍ର ବସ୍ତ୍ର ମନ୍ତ୍ରାଳୟର ଅଧୀନସ୍ଥ ହସ୍ତତନ୍ତ ଉନ୍ନୟନ ଆୟୋଗଙ୍କ ମିଳିତ ସହାୟତାରେ ଆୟୋଜିତ ଏହି ମେଳାରେ ସମୁଦାୟ ୩୦ଟି ଷ୍ଟଲ୍ରେ ହସ୍ତତନ୍ତ ବସ୍ତ୍ର ପ୍ରଦର୍ଶନ କରାଯାଇଛିା ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ, ଅମ୍ଳାନ ସମେତ ୨୪ଟି ବୁଣାକାର ସମବାୟ ସମିତି ଏହି ମେଳାରେ ଅଂଶଗ୍ରହଣ କରିଛନ୍ତିା ମେଳା ପ୍ରତ୍ୟହ ଦିବା ୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବା ସହ ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯିବା ଆସନ୍ତା ଫେବୃଆରୀ ୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥ#ବା ଏହି ମେଳାରେ ଚଳିତ ବର୍ଷ ୬୦ ଲକ୍ଷ ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରଖାଯାଇଛିା

ସୂଚନାଯୋଗ୍ୟ ଯେ ଓଡ଼ିଶାର ବୁଣାକାରମାନଙ୍କ ସାମାଜିକ ତଥା ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ବୟନିକା ତରଫରୁ ବିଭିନ୍ନ ଦେଶୀୟ ଓ ଅନ୍ତର୍ଦେଶୀୟ ମେଳା ଆୟୋଜନ କରି ବିକ୍ରିବଟା ବ୍ୟବସ୍ଥା କରାଯାଉଛିା ୨୦୧୫-୧୬ ଆଥ#ର୍କ ବର୍ଷରେ ବୟନିକା ୯୦ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ଧାର୍ଯ୍ୟ କରିଛିା ଆଜିର ଏହି ଉଦ୍ଘାଟନୀ ସନ୍ଧ୍ୟାରେ ବୟନିକାର ସଭାପତି ଶ୍ରୀ ଶେଷ ମେହେର, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଷ୍ଣୁପ୍ରସାଦ ମିଶ୍ର, ବୟନ ଓ ହସ୍ତତନ୍ତ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ରମେଶ ରାଉତ, ବୁଣାକାର ସେବା କେନ୍ଦ୍ରର ଉପନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥ#ଲୋ

Share in top social networks!