୧୩ଶ ଜାତୀୟ ଏମ୍ଏସ୍ଏମ୍ଇ ବୋର୍ଡ ବୈଠକରେ ଯୁବ ଉଦ୍ୟୋଗୀ ସୃଷ୍ଟି ପାଇଁ ମନ୍ତ୍ରୀ ଶ୍ରୀ ବେହେରା କେନ୍ଦ୍ରର ସହଯୋଗ ଲୋଡିଲେ

ଆଜି ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରା ନୂଆଦିଲ୍ଲୀଠାରେ ତ୍ରୟୋଦଶ ଜାତୀୟ ଏମ୍.ଏସ୍.ଏମ୍.ଇ ବୋର୍ଡ ବୈଠକରେ ଯୋଗଦେଇଛନ୍ତିା ଏହି ବୈଠକରେ ନିଜର ଉପସ୍ଥାପନାରେ ମନ୍ତ୍ରୀ ଶ୍ରୀ ବେହେରା ରାଜ୍ୟର ଏମ୍.ଏସ୍.ଏମ୍.ଇ କ୍ଷେତ୍ରକୁ ବିକଶିତ କରିବା ଓ ଅଧ#କରୁ ଅଧ#କ ଯୁବ ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ କେତେକ ଯୋଜନା ସଂପର୍କରେ ବୋର୍ଡର ଦୃଷ୍ଟି ଆକର୍ଷଣ କରି ଏହି ଯୋଜନାରେ କେନ୍ଦ୍ର ସରକାରଙ୍କ ସହଯୋଗ ଓ ସମର୍ଥନ ପାଇଁ ଦାବି ଜଣାଇଥ#ଲୋ
ସେ ରାଜ୍ୟ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନକୁ ଜାତୀୟ ଅନୁଷ୍ଠାନ ରୂପେ ଘୋଷଣା କରିବା ଓ ଏଠାରେ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟି ଫାସିଲିଟେସନ୍ ସେଲ(ଆଇପି-ଏଫ୍ସି) ଖୋଲିବା ପାଇଁ ଅନୁରୋଧ କରିଥ#ଲୋ ଏହା ବ୍ୟତୀତ ଯେହେତୁ ରାଜ୍ୟରେ ଆଇଆଇଟି, ଆଇଆଇଏମ୍ ଓ ଅନ୍ୟାନ୍ୟ ଉଚ୍ଚତର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇସାରିଛି, ଏସବୁ ଅନୁଷ୍ଠାନଗୁଡିକରେ ଭାରତ ସରକାରଙ୍କ ତରଫରୁ ଟେକ୍ନୋଲୋଜି ବିଜିନେସ୍ ଇନ୍କୁ୍ୟବେସନ୍ ସେଣ୍ଟର ପ୍ରତିଷ୍ଠା ପାଇଁ ବୋର୍ଡର ଦୃଷ୍ଟି ଆକର୍ଷଣ କରିଥ#ଲୋ
ପାହାଳ ରସଗୋଲା ଉଦ୍ୟୋଗପୁଞ୍ଜକୁ ଭୌଗୋଳିକ ପ୍ରତୀକ ପ୍ରଦାନ କରିବା ପାଇଁ ପ୍ରମାଣଯୁକ୍ତ ଯୁକ୍ତି ବାଢିଥ#ଲେ ଓ କେନ୍ଦ୍ର ସରକାରଙ୍କୁ ପାହାଳ ରସଗୋଲା ଉଦ୍ୟୋଗପୁଞ୍ଜର ଡାଇଗ୍ନୋଷ୍ଟିକ୍ ସର୍ଭେ ରିପୋର୍ଟ ଅନୁମୋଦନ କରି କ୍ଲଷ୍ଟର ଡେଭଲପ୍ମେଣ୍ଟ ପ୍ରୋଗ୍ରାମ (ସି.ଡି.ପି) କାର୍ଯ୍ୟକ୍ରମରେ ଆଥ#ର୍କ ଅନୁଦାନ ଦେବାକୁ ଅନୁରୋଧ କରିଥ#ଲୋ ସି.ଡି.ପି ଯୋଜନାରେ ରାଜ୍ୟମାନଙ୍କୁ ୫ କୋଟି ଟଙ୍କା ଭିତରେ ଥ#ବା ପ୍ରକଳ୍ପକୁ ଅନୁମୋଦନ ପାଇଁ କ୍ଷମତା ହସ୍ତାନ୍ତର କରିବାକୁ ଶ୍ରୀ ବେହେରା ଅନୁରୋଧ କରିଥ#ଲୋ ସାରାଦେଶ ସମସ୍ତ ଜିଲ୍ଲା ଶିଳ୍ପ କେନ୍ଦ୍ରଗୁଡିକର ଆଧୁନିକୀକରଣ, ଦକ୍ଷତା ବୃଦ୍ଧି ଓ ଭିତ୍ତିଭୂମିର ଉନ୍ନତି ପାଇଁ ଏକ ନୀତି ନିର୍ଦ୍ଧାରଣ ପାଇଁ ଦାବି ଉପସ୍ଥାପନ କରିଥ#ଲୋ ଯୁବ ଉଦ୍ୟୋଗୀମାନଙ୍କୁ ଅଧ#କ ସଂଖ୍ୟାରେ ଉଦ୍ୟୋଗ ଆରମ୍ଭ କରିବା ପାଇଁ ଆକୃଷ୍ଟ କରିବାକୁ କ୍ଷୁଦ୍ର ଶିଳ୍ପାଞ୍ଚଳ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଥ#ଲୋ
ଏହି ବୈଠକରେ କେନ୍ଦ୍ର ସରକାରଙ୍କ ଏମ୍.ଏସ୍.ଏମ୍.ଇ ମନ୍ତ୍ରୀ ଶ୍ରୀ କଲରାଜ ମିଶ୍ର, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ, ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଏମ୍.ଏସ୍.ଏମ୍.ଇ ମନ୍ତ୍ରୀ ଓ ଭାରତ ସରକାରଙ୍କର ଅର୍ଥ ଓ ଏମ୍.ଏସ୍.ଏମ୍.ଇ ସଚିବମାନେ ଉପସ୍ଥିତ ଥ#ଲୋ

Share in top social networks!