ଆଗାମୀ କୃଷିବଜେଟ୍ର ବିଷୟବସ୍ତୁ ଅନୁଶୀଳନ ।

ଆଗାମୀ ୨୦୧୬-୧୭ ବର୍ଷ କୃଷିବଜେଟ୍ ପାଇଁ ଆବଶ୍ୟକୀୟ ଅଗ୍ରାଧ#କାର ବିଷୟବସ୍ତୁ ଗୁଡିକ ବାବଦରେ ଅନୁଶୀଳନ ଆରମ୍ଭ
ହୋଇଛି । ଏଥ#ପାଇଁ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ସଚିବାଳୟଠାରେ
ଅନୁଷ୍ଠିତ ହୋଇଥ#ଲା । ବୈଠକରେ ଉନ୍ନୟନ କମିଶନର ତଥା ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଆର.ବାଲାକ୍ରିଷ୍ଣନ୍, କୃଷି ଓ
ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା,
ମସ#୍ୟ ଓ ପଶୁ ସଂପଦ ବିକାଶ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ସମେତ ନବକୃଷ୍ଣ ଚୌଧୁରୀ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଏବଂ କୃଷି
ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ମାନେ ଯୋଗଦେଇ କୃଷି ଓ କୃଷକଙ୍କ ବିକାଶର ବିଭିନ୍ନ ଦିଗ ଉପରେ ପରାମର୍ଶମାନ ଉପସ୍ଥାପନ କରିଥ#ଲେ ।
ଅଗାମୀ ବର୍ଷ ପାଇଁ ଏକ ସମନ୍ୱିତ ଏବଂ ଫଳାଫଳ ଆଧାରୀତ ବଜେଟ୍ ଚିଠା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ
ନିର୍ଦ୍ଦେଶ ଦେଇଥ#ଲେ । ଉଭୟ ଋଣୀ ଏବଂ ଅଣ- ଋଣୀ କୃଷକ ମାନଙ୍କୁ କୃଷି ବୀମାରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରିବା
ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥ#ଲେ । ବିପର୍ଯ୍ୟୟରେ ଫସଲହାନୀ ଘଟିଲେ ବୀମା କମ୍ପାନୀମାନଙ୍କ ଠାରୁ କ୍ଷତିପୁରଣ
ସହାୟତା ଯେପରି ତୁରନ୍ତ ମିଳିବ ଏବଂ ଏବାବଦରେ ହେଉଥ#ବା ବିଳମ୍ବକୁ ଏଡାଯାଇ ପାରିବ ସେଥ# ନିମନ୍ତେ ନିର୍ଦ୍ଧିଷ୍ଟ ପ୍ରାବଧାନ କରିବା
ପାଇଁ ମଧ୍ୟ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥ#ଲେ । ଉନ୍ନୟନ କମିଶନର ଶ୍ରୀ ଆର.ବାଲାକ୍ରିଷ୍ଣନ୍ କୃଷି ସହିତ ଜଡିତ ବିଭିନ୍ନ ବିଭାଗ ଗୁଡିକର ସମନ୍ୱୟ
ଏବଂ ଯୋଜନା ଗୁଡିକର ଏକାଭିମୁଖତା ଉପରେ ଗୁରୁତ୍ୱ ଆରୋପ କରିଥ#ଲେ ।
ସୂଚନା ଯୋଗ୍ୟ, ଓଡ଼ିଶା ସରକାର ୨୦୧୩- ୧୪ ଆଥ#ର୍କ ବର୍ଷରେ ପ୍ରଥମ କରି ଏକ କୃଷିବଜେଟ୍ ପ୍ରଣୟନ କରିଥ#ଲେ ।
ସେହିବର୍ଷ ସମୁଦାୟ ୭,୧୬୧.୮୪ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ ହୋଇଥ#ଲା ଯାହାକି ତାର ପୂର୍ବ ବର୍ଷ ବଜେଟ୍ରେ କୃଷିବାବଦରେ ଥ#ବା
ବ୍ୟୟବରାଦଠାରୁ ୨୭.୨୬ % ଅଧ#କ ଥ#ଲା । ୨୦୧୪- ୧୫ ବର୍ଷରେ ଏହି ବଜେଟ୍ ୧୨.୫୫ % ବୃଦ୍ଧି ପାଇଁ ୮,୦୬୦.୭୦ ଟଙ୍କାରେ
ପହଞ୍ଚିଥ#ଲା । ୨୦୧୫-୧୬ ଆଥ#ର୍କ ବର୍ଷରେ ଏହି ବଜେଟ୍ ପୁନଶ୍ଚ ୧୪.୨୭% ବୃଦ୍ଧି ପାଇଁ ୧୨,୯୦୩ କୋଟି ଟଙ୍କାରେ ପହଞ୍ଚିଥ#ଲା ।
ଅର୍ଥ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ଦେବେନ୍ଦ୍ର କୁମାର ଜେନା, ବଜେଟ୍ ଅଧ#କାରୀ ଶ୍ରୀ ସତ୍ୟପ୍ରିୟ ରଥଙ୍କ ସମେତ ସଂପୃକ୍ତ
ବିଭାଗର ବରିଷ୍ଠ ଅଧ#କାରୀମାନେ ବୈଠକରେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥ#ଲେ ।

Share in top social networks!