ରାଜଧାନୀରୁ ଆରମ୍ଭ ହେଲା ବିଜେପିର ପୋଷ୍ଟର ଅଭିଯାନ; ଦଳର ୪୦ ଲକ୍ଷ ସଦସ୍ୟ ୫୦ ହଜାର ଗାଁକୁ ଯାଇ ପ୍ରଚାର କରିବେ

posterରାଜ୍ୟବାସୀଙ୍କ ସ୍ୱାର୍ଥ ହିତରେ ବିଜେପି ଲଢେଇ ଜାରି ରଖିବ । ସମସ୍ତଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପ୍ରତିଶୃତିବଦ୍ଧ । ସେଥିପାଇଁ କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିଛନ୍ତି । ଏହି ଆଇନ ଅନୁଯାୟୀ ଭାରତ ସରକାର କିଲୋ ପ୍ରତି ୩୦.୩୮ଟଙ୍କାରେ ଏଫସିଆଇଠାରୁ ଚାଉଳ କିଣିବେ । ଏହା ବାବଦକୁ କେନ୍ଦ୍ର ସରକାର ଟ.୨୭.୩୮ଙ୍କା ବହନ କରୁଥିବାବେଳେ ଖାଉଟି ୧ଟଙ୍କା ଏବଂ ରାଜ୍ୟ ସରକାର ମାତ୍ର ୨ଟଙ୍କା ବହନ କରିବେ । ମାତ୍ର ଶାସକ ବିଜେଡି ଦଳ ହୀନ ରାଜନୀତି କରି ବିଭାନ୍ତ ମନ୍ତବ୍ୟ ଦେଇ ସର୍ବଦା ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇ ଆସୁଛି । ବାସ୍ତବରେ ଚଳିତ ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଅତିରିକ୍ତ ୬୮୪ କୋଟି ଟଙ୍କା ବହନ କରୁଥିବାବେଳେ ରାଜ୍ୟ ସରକାର ପ୍ରାୟ ୬୦୦ କୋଟି ଟଙ୍କା ଲାଭବାନ ହେବେ । ଖାଦ୍ୟ ସୁରକ୍ଷା ଆଇନ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି । ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ଏହିଭଳି ସମସ୍ତ ଜନବିରୋଧୀ କାର୍ଯ୍ୟକଳାପକୁ ବିଜେପି ଲୋକଲୋଚନକୁ ଆଣିବ ବୋଲି ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡା ମତ ପ୍ରକାଶ କରିଛନ୍ତି ।
ଆଜି ଏହି ଅବସରରେ ରାଜଧାନୀ ଭୂବନେଶ୍ୱରର ସତ୍ୟନଗରଠାରୁ ପୋଷ୍ଟର ଅଭିଯାନର ଶୁଭାରମ୍ଭ କରି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତିଯେ, ଓଡିଶାରେ ଦଳର ୪୦ ଲକ୍ଷ ପ୍ରାଥମିକ ସଦସ୍ୟ ସମସ୍ତ ଗାଁ ଗାଁ ବୁଲି ଏହି ପୋଷ୍ଟର ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବାର୍ତ୍ତା ପହଞ୍ଚାଇବେ । ରାସନ କାର୍ଡ ଆବଣ୍ଟନ ଓ ଦୁର୍ନୀତିରେ ଲିପ୍ତ ଥିବା ରାଜ୍ୟ ସରକାର ଯଥାଶୀଘ୍ର ପ୍ରକାଶିତ ତାଲିକାକୁ ରଦ୍ଧ କରି ନୂତନ ଭାବେ ତାଲିକା ପ୍ରସ୍ତୁତ କରିବା ଦାବୀ କରିବା ସହ ଯେପରି ଗୋଟିଏ ଭି ଯୋଗ୍ୟ ପରିବାର ବାଦ ପଡିବେ ନାହିଁ, ଏହା ନିଶ୍ଚିତ କରିବାକୁ ଶ୍ରୀଯୁକ୍ତ ପଣ୍ଡା ଦୃଢ ଦାବି କରିଛନ୍ତି ।
ନିଜକୁ ସ୍ୱଚ୍ଛ ଏବଂ ନିର୍ମଳ ବୋଲଉଥିବା ମୁଖ୍ୟମନ୍ତ୍ରୀଙ୍କ ଯଦି ସତ୍ ସାହାସ ଅଛି ରାସନ କାର୍ଡ ପ୍ରସ୍ତୁତି ଦୁର୍ନୀତିର ଉଚ୍ଛସ୍ତରୀୟ ନିରପେକ୍ଷ ତଦନ୍ତ କରାଇ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ଦିଅନ୍ତୁ ବୋଲି ଶ୍ରୀଯୁକ୍ତ ପଣ୍ଡା ଦାବୀ କରିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମରେ ଦଳର ନେତା ପୃଥ୍ୱୀରାଜ ହରିଚନ୍ଦନ, ଦିଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ଙ୍କ ସମେତ ଜିଲ୍ଲାର ବିଭିନ୍ନ ମଣ୍ଡଳ ସଭାପତି ଏବଂ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Share in top social networks!